ଦେବଗଡ଼: ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ୍ ଡଁରା ନୋଡ଼ାଲ ଉଚ୍ଚ ବିଦ୍ୟାଳୟ ପରିସରରେ ପୂର୍ବାହ୍ନ ୯ଘଟିକା ସମୟରେ ବାରକୋଟ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ, ସୁରଭି ,୨୦୨୫ ଶକୁନ୍ତଳା ଟେଟେ ‐ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧ୍ୟକ୍ଷତାରେ ଅନୂଷ୍ଠିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ସବିତା ଜେନା. ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ, ବାରକୋଟ ବ୍ଲକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ କ୍ଷୀରୋଦ ବିହାରୀ ସାହୁ ‐ଗୋଷ୍ଠୀ ସାଧନକେନ୍ଦ୍ର ସଂଯୋଜକ ତଥା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିଜୟ କୁମାର ସାହୁ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ. , ଇନ୍ଦ୍ରମଣୀ ସାମଲ‐ ପ୍ରଧାନ ଶିକ୍ଷକ,ବିଜୟନଗର ଉଚ୍ଚ ବିଦ୍ୟାଳୟ ।
ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ ମାଧବ ଚନ୍ଦ୍ର ବିଶ୍ବାଳ‐ ପ୍ରଧାନ ଶିକ୍ଷକ,ଡଁରା ନୋଡ଼ାଲ ଉଚ୍ଚ ବିଦ୍ୟାଳୟ । ରମାକାନ୍ତ ପ୍ରଧାନ ଓ କୁମୁଦ ବନ୍ଧୁ ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ । ଏହି କାର୍ଯ୍ଯକ୍ରମରେ ସର୍ବମୋଟ ୫୩୫ଜଣ ଛାତ୍ରଛାତ୍ରୀ ପ୍ରତିଯୋଗୀ ଯୋଗ ଦେଇଥିଲେ । ଶିଶୁ ମହୋତ୍ସବ ସୁରଭି ଉତ୍ସବରେ ବିତର୍କ,ପ୍ରବନ୍ଧ ଲିଖନ,ଚିତ୍ରାଙ୍କନ,କୁଇଜ୍ ,ସୃଜନଶୀଳ ଲିଖନ,ବକ୍ତୃତା ,ସଙ୍ଗୀତ, ଓଡ଼ିଆ ହସ୍ତାକ୍ଷର ଓ ଶ୍ରୁତଲିଖନ,ଦଳଗତ ସାଂସ୍କୃତିକ ନୃତ୍ଯ କାର୍ଯ୍ଯକ୍ରମ,ପି. ଏମ୍ .ପୋଷଣ ଚିତ୍ରକଳା , ପି.ଏମ୍ .ପୋଷଣ ଶିଳ୍ପକଳା ପ୍ରତିଯୋଗିତା କରାଯାଇଥିଲା ।

ପ୍ରତି ବିଭାଗର ପ୍ରଥମ ,ଦ୍ବିତୀୟ ଓ ତୄତୀୟ ସଫଳ ପ୍ରତିଯୋଗୀ ଜିଲ୍ଲା ସ୍ତରର ସୁରଭି କାର୍ଯ୍ଯକ୍ରମରେ ଯୋଗ ଦେବେ । ଅତିଥିବୄନ୍ଦ ଶିଶୁ ମହୋତ୍ସବ ସୁରଭି ୨୦୨୫ ସମ୍ବନ୍ଧରେ ବିଶେଷ ଭାବେ ଆଲୋକପାତ କରିଥିଲେ । ଉଦଯାପନ ଉତ୍ସବରେ ପୁଷ୍ପାଞ୍ଜଳି ପାତ୍ର.ଅଧ୍ୟକ୍ଷl ବାରକୋଟ ବ୍ଲକ.ମୁଖ୍ୟ ଅତିଥି ଭାବେ ଯୋଗଦାନ କରି କୃତିତ୍ଵ ଅର୍ଜନ କରିଥିବା ଛାତ୍ର/ଛାତ୍ରୀଙ୍କୁ ଟ୍ରଫି ସହିତ ମାନପତ୍ର ପ୍ରଦାନ କରିଥିଲେ ।
କାର୍ଯ୍ଯକ୍ରମ ପରିଚାଳନାରେ ସହଯୋଗ କରିଥିଲେ ଯଦୁମଣି ବେହେରା ,ନିରଞ୍ଜନ କୁମାର ସାହୁ,ପ୍ରଭାତ କୁମାର ପ୍ରଧାନ,ବିଜୟ କୁମାର ପ୍ରଧାନ,କାହ୍ନୁଚରଣ ବେହେରା, ନିତ୍ଯାନନ୍ଦ ପ୍ରଧାନ,ପ୍ରଦୀପ କୁମାର ପ୍ରଧାନ,ସୁରେଶ ଚନ୍ଦ୍ର ସାହୁ ,ଶାନ୍ତନୁ କୁମାର ବେହେରା,ସୁଶିଲ ମିଞ୍ଜ,ପ୍ରମୋଦ କୁମାର ପ୍ରଧାନ,ଡିଲେଶ୍ବର ସାହୁ ଗୌତମ ପ୍ରଧାନ. ଧିରେନ କୁମାର ସାହୁ. ସୁଜିତ କୁମାର ଦାସ.ସାରଦା ପ୍ରଶନ୍ନ ପରିଜା. ଡାଲିରାଣୀ ବିଶ୍ୱାଳ. ଅଭୟ ସାହୁ. ବିଜୟ ସାହୁ. ଦେବବ୍ରତ ମହାପାତ୍ର ତଥା ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅନ୍ୟାନ୍ୟ କର୍ମଚାରୀ ଏବଂ ଗୋଷ୍ଠୀ ଶାକ୍ଷା କାର୍ଯ୍ଯାଳୟର କର୍ମଚାରୀଗଣ । ମୁଖ୍ୟ ଅତିଥି ସମସ୍ତ କୃତୀ ସଫଳ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ସର୍ବଶେଷରେ ସନ୍ତୋଷ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।