ସି.ଆର.ସି.ସି .ଆନୁକୁଲ୍ୟ ରେ ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ

ନବରଙ୍ଗପୁର (କୋଶଲ ନ୍ୟୁଜ୍):- ପାପଡା ହାଣ୍ଡି ବ୍ଲକ ଅନ୍ତର୍ଗତ ସେମଳା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବାବୁଲାଲ ସାଗର ଆନୁକୁଲ୍ୟରେ ସରକାରୀ ପ୍ରାଥମିକ ବିଦ୍ୟାଳୟ, ଚଚରା ଗୁଡ଼ା ରେ ମାସିକ ସମୀକ୍ଷା ବୈଠକରେ ପ୍ରଥମସ୍ତରରେ ସ୍ୱାଗତ ଭାଷଣ ଓ କାର୍ଯ୍ୟ ସୂଚନା ବାବଦରେ ଆଲୋଚନା ରେ ସେପ୍ଟେମ୍ବର ମାସରେ ଶିକ୍ଷକ ତରଫରୁ କଣ କଣ ବିଦ୍ୟାଳୟ ସ୍ତରରେ ପ୍ରଧାନ ଶିକ୍ଷକ ଭାବରେ କାର୍ଯ୍ୟ କରୁଛନ୍ତି ସେ ବାବଦରେ ଲିଖିତ ତଥ୍ୟ ରେକର୍ଡ ଭୁକ୍ତ କରାଗଲା ।

ଗଣ ଶିକ୍ଷା ବିଭାଗ ର ନିର୍ଦ୍ଦେଶନାମା ପ୍ରକାରେ ମାସିକ ସମୀକ୍ଷା ବୈଠକରେ ପୁସ୍ତକର ସମୀକ୍ଷା ପାଇଁ ସମାରୋହ ଆୟୋଜନ ,ସେପ୍ଟେମ୍ବର ମାସରେ ଶୈକ୍ଷିକ କ୍ୟାଲେଣ୍ଡର, ଶିଶୁ ବାଟିକା, ପ୍ରଥମ , ଦ୍ଵିତୀୟ ଓ ତୃତୀୟ ଶ୍ରେଣୀର ଶ୍ରେଣୀ ପରିଚାଳନା ର ବହୁଶ୍ରେଣୀ ନମୁନା ପାଠଟୀକା,ଶିକ୍ଷକଙ୍କ ଦ୍ଵାରା ପାଠଟିକା ପ୍ରସ୍ତୁତି ଓ ଉପସ୍ଥାପନା ବାବଦରେ ସି.ସିଆର. ସି.ସି. ବାବୁଲାଲ ସାଗର ଆଲୋକ ପାତ କରି ଶୈକ୍ଷିକ ଚର୍ଚ୍ଚା ପାଇଁ ପରିବେଶ ସୃଷ୍ଟିରେ ଶିକ୍ଷକ ମାନଙ୍କ ଶିକ୍ଷାଦାନ ଦିବସ କାର୍ଯ୍ୟ କୁ ସୁନ୍ଦର ରୂପ ରେଖ ସହ ପରିଚାଳନା ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ମଧ୍ୟାହ୍ନ ଭୋଜନ ବିରତି ପରେ ବିଦ୍ୟାଳୟ ପରିଦର୍ଶନ ଓ ବିଦ୍ୟାଳୟରେ ଭଲ ଶିକ୍ଷଣ ଅଭ୍ୟାସ ବାବଦରେ ଆଲୋଚ଼ନା ଓ ଚର୍ଚ୍ଚା ନିଆରା ମାହଲ ପାଇଁ ସି.ଆର.ସି.ସି .ର ଶୈକ୍ଷି କ କୌଶଳ କାର୍ଯ୍ୟକ୍ରମ କୁ ଶିକ୍ଷକ ସମୁହ ବିଦ୍ୟାଳୟରେ ଆଲୋଚ଼ନା ପାଇଁ ସୁଯୋଗ ଆଣି ଦେଇଥିଲେ।ସମୟ ସାରଣୀ ଗଣଶିକ୍ଷାବିଭାଗ ତରଫରୁ ଆସିଥିବା ଏମାସର ଚର୍ଚ୍ଚିତ କାର୍ଯ୍ୟକ୍ରମର ଶୈକ୍ଷିକ ଏକାଡେମିକ କ୍ୟାଲେଣ୍ଡର, ଲୋ ବୁକ ,ଶିକ୍ଷଣ ସୋପାନ ରେଜିଷ୍ଟାର,ପଢ଼ିବା ଗଢ଼ିବା ଓଡ଼ିଶା, ଶିକ୍ଷଣ ସାମଗ୍ରୀ, ଶିକ୍ଷଣ କୋଣ,ନିପୁଣ ସପ୍ତାହ ପାଳନ ସଫଳତା ବାବଦରେ ଚର୍ଚ୍ଚା ଓ ଆଲୋଚନା ରେ ଶିକ୍ଷକ ମାନଙ୍କର ଅଂଶ ଗ୍ରହଣ ରେ ଆସନ୍ତା ଦିନରେ ବିଦ୍ୟାଳୟରେ କାର୍ଯ୍ୟକାରି କରିବାକୁ ଚେଷ୍ଟାକରି ପିଲାଙ୍କୁ ଭଲ ମଣିଷ ଟିଏ ଗଠନ ପାଇଁ ଶିକ୍ଷକ ଭାବେ ଶୈକ୍ଷିକତା ରେ ଉନ୍ନତି ପାଇଁ ମନୋବୃତ୍ତି ର ବିନିଯୋଗ ପାଇଁ ମତ ପୋଷଣ କରିଥିଲେ।ବୈଠକରେ ପ୍ରଧାନ ଶିକ୍ଷକ ଦୈତାରୀ ପୂଜାରୀ,ମୋହନ ନାୟକ,,କୁମାରୀ ପୁଷ୍ପାଞ୍ଜଳୀ , ପରମେଶୂର ସାହୁ ପ୍ରମୁଖ ,ମନୋଜ ସାହୁ , ଗୋକୁଳ ମାଝୀ ପ୍ରମୁଖ
ଅଂଶ ଗ୍ରହଣ କରି ଶିକ୍ଷା କ୍ଷେତ୍ରରେ ଶୈକ୍ଷିକ କ୍ଷେତ୍ରରେ ସମସ୍ୟା ରେ ଶିକ୍ଷକରେ ପ୍ରଚେଷ୍ଟାରେ ସବୁ ସମ୍ଭବ ବୋଲି ମତ ନେଇଥିଲେ ଓ ମାସିକ ବୈଠକ କୁ ପ୍ରାଣ ଉଦ୍ଜୀବିତ କରିଥିଲେ। ମୋଟିଭେଷନାଲ ବାର୍ତା ରେ ସି.ଆର.ସି.ସି. ବାବୁଲାଲ ବିଦ୍ୟାଳୟର ଆତ୍ମା- ଶିକ୍ଷକ ର ମତ ପ୍ରଦାନରେ ଶିକ୍ଷକ ଭାବେ ଦାୟିତ୍ୱ,କର୍ତ୍ତବ୍ୟ, ଅଧିକାର ଦ୍ବାରା ସୁନ୍ଦର ପରିବେଶ ଦ୍ବାରା ସମସ୍ତଙ୍କ ଆକର୍ଷିତ ର କେନ୍ଦ୍ର ବିନ୍ଦୁ ହେବା ପାଇଁ ପ୍ରୟାସ କରିବା ପାଇଁ ମତ ପୋଷଣ କରିଥିଲେ। ଶିକ୍ଷାଦାନ ରେ ସୋପାନ ରେଜିଷ୍ଟାର ମାଧ୍ୟମରେ ଭାଷା ଜ୍ଞାନ଼ ରେ ସଫଳତା ପାଇଁ ନୂତନ ଚିନ୍ତାଧାରା ଓ ସଂଖ୍ୟା ଜ୍ଞାନ ରେ ନୂତନ ଚିନ୍ତାଧାରାରେ ସି .ଆର. ଏ .ପ୍ରଣାଳୀ ମାଧ୍ୟମରେ ଶିକ୍ଷାଦାନ ରେ ନିଶ୍ଚିତ ସଫଳ ପାଇଁ ନୂତନ ଚିନ୍ତା ଧାରା ର ବାତାବରଣ ସୃଷ୍ଟି କରିଥିଲେ । ପଢ଼ିବା ,ଗଢ଼ିବା ଓଡ଼ିଶା ମୁଖ୍ୟମନ୍ତ୍ରୀ ଙ୍କ ସ୍ୱପ୍ନ ସମସ୍ତ ପିଲା ବହି ପଢ଼ି ପାରିବେ ଏଥିପାଇଁ ପ୍ରତି ଶ୍ରେଣୀରେ ପଢ଼ିବା ବିବରଣୀ ପ୍ରଦର୍ଶନ ନିଶ୍ଚିତ ପାଇଁ ଆଲୋଚ଼ନା ରେ ଶିକ୍ଷକ ତରଫରୁ ଆସନ୍ତା ଦିନରେ କାର୍ଯ୍ୟ ପାଇଁ ମତ ରଖିଥିଲେ। ସି.ଆର.ସି.ସି. ବାବୁଲାଲ ତରଫରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ମାସିକ ସମୀକ୍ଷା ବୈଠକକୁ ସମାପ୍ତ ଘୋଷଣା କରିଥିଲେ।

ରିପୋର୍ଟ : ପ୍ରିୟଦର୍ଶିନୀ ପାତ୍ର (ନବରଙ୍ଗପୁର)

Comments
Loading...