ତୁମୁଡିବନ୍ଧ (କୋଶଲ ନ୍ୟୁଜ):- କାନ୍ଧମଳ ଜିଲ୍ଲା ତୁମୁଡିବନ୍ଧ ପୋଲିସ କୁ ମିଳିଛି ଆଉ ଏକ ସଫଳତା । ଗଞ୍ଜେଇ ଚୋରା ଚାଲାଣ ବେଳେ ତୁମୁଡିବନ୍ଧ ପୋଲିସ କୌଣସି ସୂତ୍ରରୁ ଖବର ପାଇ ଚୋରା ଚାଲାଣ ହେଉଥିବା ଗାଡ଼ି ଏବଂ ଗଞ୍ଜେଇକୁ ଧରିବା ପାଇଁ ଅଙ୍କିଥିଲା ରୋଡ଼ ବ୍ଲକ ମ୍ୟାପ । ଏକାଧିକ ସ୍ଥାନରେ କରିଥିଲେ ରୋଡ଼ ବ୍ଲକ । ପ୍ରାୟ ୩ଘଣ୍ଟା ର ଅପରେସନ ପରେ ୩ ଅଭିଯୁକ୍ତ, ଗଞ୍ଜେଇ ଏବଂ ଦୁଇଟି କର ଗୋଟିଏ ପଲସର ବାଇକ କୁ ଜବତ କରିବାରେ ସଫଳ ହୋଇଛି ।

ସୂଚନା ପ୍ରକାରେ ତୁମୁଡିବନ୍ଧ ଥାନା କୁର୍ତମଗଡ଼ ପାଞ୍ଚାୟତ ଠାରୁ ଏକ ଡଷ୍ଟର କର ଓଡି-୦୯ଇ ୨୭୨୯, ଆଉ ଏକ କର ଓ଼ଆର-୦୨ବିଏକ୍ସ ୭୪୯୬ ଓ ଏକ ପଲସର ବାଇକ ଓଡି-୧୨ଏଫ ୯୬୩୭ ନମ୍ବର ଗାଡ଼ି ରେ ୪୨ କିଲୋ ଗଞ୍ଜେଇ ନେଇ ବାଲିଗୁଡା ଥାନା ମରାଉଡିଙ୍ଗ ଗ୍ରାମର ସିଦ୍ଧାନ୍ତ ଦିଗଲ ଓ କୁର୍ତୁମ ଗଡ଼ ଗ୍ରାମର ଅମ୍ବୁଜ ମାଲିକ ,ରାୟଗଡ଼ା ଜିଲ୍ଲା ବିଷମ କଟକ ଥାନା ବୁଢ଼ା ହାଡ଼ ଗ୍ରାମର ଲିଲୁ କୌଶଲ୍ୟା, ଅମିତ ବାତ୍ରା ସ୍ଲାଖବନ୍ଧ ଥାନା ବିଷମ କଟକ ଦେଇ ରାୟଗଡା ଜିଲ୍ଲା କୁ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ପୋଲିସ ପ୍ରାୟ ତିନି ଘଣ୍ଟା ଅପେରସନ କରିଥିଲା। କୁର୍ତୁମ ଗଡ଼ରୁ ତୁମୁଡିବନ୍ଧ ପର୍ଯ୍ୟନ୍ତ ବିଭିନ୍ନ ଗଳା ବାଟ ଗୁଡ଼ିକ ରେ ନାକା କରିଥିଲା।ଗଞ୍ଜେଇ ଚାଲାଣ କାରୀଙ୍କୁ ତୁମୁଡିବନ୍ଧ ଠାରୁ ମୁନିଗୁଡ଼ାକୁ ସଂଯୋଗ କରୁଥିବା ୫ ନମ୍ବର ରାଜ୍ୟ ରାଜପଥ ର କାଲିସା ପଦର ଛକ ଠାରେ ଗିରଫ କରିବାରେ ଠାବ କଲାବେଳେ ଆମ୍ବୁଜ ମାଲିକ ଗାଡ଼ି ଛାଡ଼ି ଫେରାର ହେବା ବେଳେ ଅନ୍ୟ ତିନି ଜଣ ଙ୍କୁ ପୋଲିସ ଗିରଫ କରିଛି।ସେଠାରେ ତୁମୁଡିବନ୍ଧ ତହସିଲଦାର ଦୋଳ ଗୋବିନ୍ଦ ସାହୁଙ୍କ ଉପସ୍ଥିତରେ ଜବତ ଗଞ୍ଜେଇକୁ ଓଜନ କରାଯାଇଥିଲା । ତେବେ ଏହି ବାବଦରେ ତୁମୁଡିବନ୍ଧ ଥାନାରେ ୧୨୫/୨୫ ନମ୍ବର ମାମଲା ରୁଜୁ କରି ତିନି ଅଭିଯୁକ୍ତକୁ ଗିରଫ କରିବା ସହ ଦୁଇଟି ଚାରି ଚକିଆ ଯାନ, ଏକ ଗୋଟି ପଲସର ମୋଟର ସାଇକେଲ ଓ ୪୨ କି ଗ୍ରା ଗଞ୍ଜେଇ ଜବତ କରିଛି ତୁମୁଡିବନ୍ଧ ପୋଲିସ। ତେବେ ଫେରାର ଅଭିଯୁକ୍ତକୁ ଗିରଫ କେବେ କରିବା ତାହା ବାକି ରହିଲା।
ରିପୋର୍ଟ : ପ୍ରବୀଣ କୁମାର ପଟ୍ଟନାୟକ
(ତୁମୁଡିବନ୍ଧ )