ଶିଶୁ ଗୃହ ଅନ୍ତେବାସୀଙ୍କ ବାର୍ଷିକ କ୍ରୀଡା ସମାବେଶ “ଉତ୍ସାହ -2025” ଆୟୋଜିତ

ଦେବଗଡ଼(କୋଶଲ ନ୍ୟୁଜ୍):- ଆଜି ଇନ୍ଦିରା ଗାନ୍ଧୀ ଷ୍ଟାଡିଅମର ଶିଶୁ ଗୃହର ପିଲାମାନଙ୍କ ବାର୍ଷିକ କ୍ରୀଡା ସମାବେଶ “ଉତ୍ସାହ” ଜ଼ିଲ୍ଲା ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ଆୟୋଜିତ ହୋଇ ଯାଇଛି । ଶିଶୁ ଗୃହର ଅନ୍ତେବାସୀମାନେ ଏହି ବାର୍ଷିକ କ୍ରୀଡା ସମାବେଶର ବିଭିନ୍ନ ପ୍ରତିଯୋଗିତାର ଅଂଶଗ୍ରହଣ କରିଥିଲେ । ଜ଼ିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ରଙ୍କ ତତ୍ୱାବଧାନ ତଥା ସୁରକ୍ଷା ଅଧିକାରୀ ଚିନ୍ମୟ ସ୍ୱାଇଁଙ୍କ ପରିଚାଳନାର ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଶିଶୁ ମଙ୍ଗଳ କମିଟି ଅଧ୍ୟାକ୍ଷା ପିଙ୍କି ରାଣୀ ନନ୍ଦ ମୁଖ୍ୟ ଅତିଥି ଭାବେ ଓ କିଶୋର ନ୍ୟାୟ ବୋର୍ଡ ସଦସ୍ୟା ଗାୟତ୍ରୀ ଦିବେଦୀ, ଡିଆଇପିଆରଓ ମନୋରଞ୍ଜନ ସୁତାର, ଜ଼ିଲ୍ଲା କ୍ରୀଡା ସଂସଦ ସମ୍ପାଦକ ଧୀରେନ୍ଦ୍ର ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କୃତି ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରି ଉତ୍ସାହିତ କରିଥିଲେ ।
କ୍ରୀଡା ସମାବେଶର ଆୟୋଜନର ସହଯୋଗ କରିଥିଲେ ସୁରକ୍ଷା ଅଧିକାରିଣୀ କ୍ରାନ୍ତି ମଞ୍ଜରୀ ଧାଉଁଳିଆ, ଶିଶୁ ମଙ୍ଗଳ ଅଧିକାରୀ ଶ୍ରୀଦତ୍ତ ସାହୁ, ସତ୍ୟପ୍ରିୟ ପ୍ରଧାନ, ରାମାଞ୍ଚଳ ପ୍ରଧାନ, ଅଜିତ ନାୟକ, ଗଗନ ବିଶ୍ୱାଳ, ସୁଜିତ ନାୟକ, ତପସ୍ୱିନୀ ମହାକୁଳ ପ୍ରମୁଖ । କୃତି ପ୍ରତିଯୋଗୀମାନେ ଆସନ୍ତା ମାସର ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ କଳିଙ୍ଗ ଷ୍ଟାଡିଅମଠାରେ ଆୟୋଜିତ ହେବାକୁ ଥିବା ରାଜ୍ୟ ସ୍ତରୀୟ ସମାବେଶରେ ଜ଼ିଲ୍ଲାକୁ ପ୍ରତିନିଧିତ୍ୱ କରିବେ ।

Comments
Loading...