ମାଆ ପାଇଁ ଗଛଟିଏ କାର୍ଯ୍ୟକ୍ରମ ଏବଂ ବିଶ୍ବ ଓଜନ ଦିବସ ପାଳିତ

ଦେବଗଡ଼ (କୋଶଲ ନ୍ୟୁଜ୍):- ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଅନ୍ତର୍ଗତ ନୂଆଁପଡାସ୍ଥିତ ସ୍ବାମୀ ଶିବାନନ୍ଦ ସଂସ୍କୃତ ମହାବିଦ୍ୟାଳୟ ପରିସରରେ ଅଧ୍ୟକ୍ଷ ଡଃ ରୋହିତ କୁମାର ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଯୁବ ରେଡକ୍ରସ୍ ବରିଷ୍ଠ କନ୍ଭେନର୍ ତଥା ଇଂରାଜୀ ଅଧ୍ୟାପକ ଯଦୁମଣି ସାହୁଙ୍କ ସଂଯୋଜନାରେ ମାଆ ପାଇଁ ଗଛଟିଏ କାର୍ଯ୍ୟକ୍ରମ ଏବଂ ବିଶ୍ବ ଓଜନ ଦିବସ ପାଳିତ ହୋଇଯାଇଅଛି । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଏନ୍ ଏସ୍ ଏସ୍ ପ୍ରୋଗ୍ରାମ ଅଫିସର ତଥା ବେଦ ଅଧ୍ୟାପକ ତନୋଜ କୁମାର ମହାପାତ୍ର ବୈଦିକ ମଙ୍ଗଳାଚରଣ ପୂର୍ବକ ସମସ୍ତଙ୍କୁ ସ୍ବାଗତ କରିଥିବାବେଳେ ଯୁବ ରେଡକ୍ରସ୍ କନିଷ୍ଠ କନ୍ଭେନର୍ ବ୍ୟାକରଣ ଅଧ୍ୟାପକ ରଘୁନାଥ ରାଉତ ଛାତ୍ରଛାତ୍ରୀମାନଙ୍କୁ ମାଆ ପାଇଁ ଗଛଟିଏ ଲଗାଇବା ପାଇଁ ସଂକଳ୍ପ କରାଇଥିଲେ । ସମସ୍ତଙ୍କ ସହଯୋଗରେ ଶତାଧିକ ବୃକ୍ଷ ରୋପଣ ମହାବିଦ୍ୟାଳୟ ପରିସରରେ, ଖେଳ ପଡ଼ିଆରେ, ଗ୍ରାମ୍ୟ ରାସ୍ତାର ଉଭୟ ପାର୍ଶ୍ବରେ କରାଯାଇଥିଲା ।


ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟାପକ ଅଭୟ କୁମାର ସାହୁ, ବୁଦ୍ଧଦେବ ପ୍ରଧାନ, ଡଃ ଉମାକାନ୍ତ ସାହୁ, ସତୀଶ କୁମାର ମହାପାତ୍ର,ମାନସ ରଞ୍ଜନ ମହାପାତ୍ର, ସନ୍ତୋଷ ରାଉଳ, ଡଃ ଲକ୍ଷ୍ମୀପ୍ରିୟା ସାହୁ ତଥା ଅଣଶିକ୍ଷକ କର୍ମଚାରୀ ତ୍ରିପୁରା ମୋହନ ମାଝୀ, ନରୋତ୍ତମ ସାହୁ, ମନୋଜ ସାହୁ,ଇନ୍ଦ୍ରମଣି ମାଝୀ, ପଣ୍ଡିତ ସଞ୍ଜୀତ କୁମାର ଶତପଥୀ, ଅର୍ଜୁନ ସାହୁ,ଅଜିତ ପାତ୍ର, ଶରତ ବେହେରା,ପିପନ କୁମାର ସେଠୀ, ପ୍ରମୋଦ ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ସମସ୍ତଙ୍କପାଇଁ ମିଷ୍ଟାନ୍ନର ବ୍ୟବସ୍ଥା କରାଯାଇଥିଲା ।

Comments
Loading...