ଦେବଗଡ଼(କୋଶଲ ନ୍ୟୁଜ୍):- ଦେବଗଡ଼,ବାରକୋଟ,କଣ୍ଢଳ ,ତା‐୨୨.୮.୨୦୨୫ ମଃ ଦିନ କଣ୍ଢଳ ଜ୍ଞାନଜ୍ୟୋତି ପାଠାଗାର ଠାରେ ନିଷ୍ଠା —ସମତା ଓ ଅନ୍ତର୍ନିବେଶୀ ଶିକ୍ଷା ଶିକ୍ଷଣ ଶିକ୍ଷକ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି | ଏହି ପ୍ରଶିକ୍ଷଣ ଶିବିର ଗତ ତା‐୧୮.୮.୨୦୨୫ ମଃ ଠାରୁ ଆରମ୍ଭ ହୋଇ ଅଦ୍ଯ ତା‐୨୨.୮.୨୦୨୫ ପର୍ଯ୍ଯନ୍ତ ୫ ଦିନ ବ୍ୟାପୀ ଅନୁଷ୍ଠିତ ହୋଇଥିଲା | ଏହି ପ୍ରଶିକ୍ଷଣ ଶିବିରର ଉଦଯାପନୀ ଉତ୍ସବରେ ଏଡ଼ିଇଓ‐ ଦେବଗଡ଼ ତଥା କାର୍ଯ୍ଯକାରୀ ବିଇଓ,ବାରକୋଟ ଶ୍ରୀମତୀ ଶକୁନ୍ତଳା ଟେଟେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଏବିଇଓ‐ତଥା ବି.ଆର୍ .ସି.ସି. ଶ୍ରୀଯୁକ୍ତ କ୍ଷୀରୋଦ ବିହାରୀ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ | ନିଷ୍ଠା ତାଲିମର ସାଧନ କର୍ମୀ ଭାବରେ ଅଧ୍ୟାପନାରେ ଅଂଶଗ୍ରହଣ କରିଥିଲେ ଶ୍ରୀଯୁକ୍ତ କୁମୁଦ ବନ୍ଧୁ ପ୍ରଧାନ, ନିତ୍ଯାନନ୍ଦ ପ୍ରଧାନ ,ବିଜୟ କୁମାର ସାହୁ,ଅରୁଣ କୁମାର ନାଏକ ଓ ସତ୍ଯାନନ୍ଦ ବେହେରା |

ତିଳେଇମାଳ, ଦନ୍ତାରିବାହାଳ, କଣ୍ଟାପାଲି, ବସାଲଇ , ନନେଇଁ ତଥା କଣ୍ଢଳ କ୍ଲଷ୍ଟରର ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ମାନଙ୍କର ୫୦ ଜଣ ଉତ୍ସର୍ଗୀକୃତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ | ନିଷ୍ଠା ତାଲିମରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନେ ସାଧାରଣ ଶ୍ରେଣୀଗୃହରେ ଅନ୍ୟ ପିଲାମାନଙ୍କ ସହ ସମାନ ଓ ସକ୍ରିୟ ଅଂଶଗ୍ରହଣ କରିବା ସହିତ ବିଭିନ୍ନ ବିଷୟର ଧାରଣାର ବିକାଶ କରିପାରିବେ | ଦିବ୍ୟାଙ୍ଗ ପିଲାମାନଙ୍କ ନିମନ୍ତେ ବିଭିନ୍ନ ସହାୟକ ଉପକରଣର ବ୍ୟବହାର, ଗୄହଭିତ୍ତିକ ଶିକ୍ଷା ଓ ବ୍ୟକ୍ତିଗତ ଶୈକ୍ଷିକ ଯୋଜନା ପ୍ରଭୃତିର ତଥ୍ୟ ବିଷୟରେ ଆଲୋଚନା ହୋଇଥିଲା | ଶ୍ରୀଯୁକ୍ତ ନିରଞ୍ଜନ ସାହୁ , ସିଆରସିସି , ତିଳେଇମାଳ ନିଷ୍ଠା ତାଲିମ କାର୍ଯ୍ଯକ୍ରମର ତତ୍ତ୍ବାବଧାରକ ଥିଲେ | ଶ୍ରୀ ପ୍ରଭାତ କୁମାର ପ୍ରଧାନ,କାହ୍ନୁଚରଣ ବେହେରା ଓ ପ୍ରଦୀପ କୁମାର ପ୍ରଧାନ କାର୍ଯ୍ଯକ୍ରମରେ ସହାୟତା କରିଥିଲେ | ସର୍ବଶେଷରେ ନିରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ |