ମହାବିଦ୍ୟାଳୟ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ଦେବଗଡ଼(କୋଶଲ ନ୍ୟୁଜ୍):- ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଅନ୍ତର୍ଗତ ପଳସମା ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୨୦୦୮ ରୁ ୨୦୧୮ ଭିତରେ ନିଯୁକ୍ତି ପ୍ରାପ୍ତ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀଙ୍କୁ ଅନୁଦାନ ପରିସରଭୁକ୍ତ ନିମନ୍ତେ ଗତ ତା:୧୮/୦୮/୨୦୨୫ ରିଖ ଠାରୁ ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ ର ରାଜ୍ୟ ସଭାପତି ବିଶ୍ବରଞ୍ଜନ ଦାଶଙ୍କ ଆହ୍ବାନରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରି ଆସୁଛନ୍ତି। ତେଣୁ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପାଠପଢ଼ାରେ ଘୋର ବ୍ୟାଘାତ ସୃଷ୍ଟି ହେଉଛି। ନିକଟରେ ପରିକ୍ଷା ଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି। ବିଦ୍ୟାଳୟର ଅଧ୍ୟକ୍ଷ
ଙ୍କ ବାରମ୍ବାର ଅନୁରୋଧ ସ୍ବତ୍ତେ ଉକ୍ତ କର୍ମଚାରୀ ବୃନ୍ଦ ଆନ୍ଦୋଳନରୁ ନିବୃତ ହେଉ ନାହାଁନ୍ତି। ଏଥିରେ ଜିଲ୍ଲା ସଂଯୋଜକ ତଥା ମହାବିଦ୍ୟାଳୟର ଅଧ୍ୟାପକ ଶ୍ରୀଯୁକ୍ତ ସୁଦର୍ଶନ ବେହେରା ଅଧ୍ୟାପକ କ୍ଷିତୀଶ ଚନ୍ଦ୍ର ମିଶ୍ର ବଚନ ବେହେରା, ଶକ୍ତିମୟୀ ଶତପଥି, ତୀର୍ଥବାସୀ ଲହରା, ଲିଟୁନ୍ କୁମାର ଦେହୁରୀ, ଡାକ୍ତର ବିଶ୍ବାଳ, ପ୍ରହଲ୍ଲାଦ ସାହୁ, ଗିରିଶ ଚନ୍ଦ୍ର ସାହୁ, ଓ କର୍ମଚାରୀ ବୃନ୍ଦ ଏହି ଆନ୍ଦୋଳନରେ ଅଂଶ ଗ୍ରହଣ କରି ଆସୁଛନ୍ତି। ଯେ ପର୍ଯ୍ୟନ୍ତ ସରକାର ପୂର୍ଣ୍ଣ ଅନୁଦାନ ପରିସରଭୁକ୍ତ ଘୋଷଣା ନ କରିଛନ୍ତି ସେ ପର୍ଯ୍ୟନ୍ତ ଅବ୍ୟାହତ ରହିବ ବୋଲି ଚେତାବନୀ ଦେଇଛନ୍ତି।

Comments
Loading...