କଳାହାଣ୍ଡିରୁ ଗଞ୍ଜାମକୁ ଲମ୍ବିଛି ଚେର, ତୁମୁଡିବନ୍ଧ ପୋଲିସ ଗଞ୍ଜାମ ରେ ଚଢ଼ାଉ ଚଢ଼ାଉ ରେ ହାତ ବଢ଼ାଇଲା ଚମାଖଣ୍ଡି ପୋଲିସ
ତୁମୁଡିବନ୍ଧ(କୋଶଲ ନ୍ୟୁଜ୍)କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ପୋଲିସକୁ ମିଳିଛି ଏକ ବଡ଼ ସଫଳତା l ଗତ ୧୫ ତାରିଖ ରାତ୍ରିରେ ତୁମୁଡିବନ୍ଧ ପୋଲିସ ନାକା / ଯାନବାହାନ ଯାଞ୍ଚ କରୁଥିବା ବେଳେ ୨.୫ ଟନ୍ ବିସ୍ପୋରକ ଜବତ କରିବାରେ ସଫଳ ହୋଇଛି l ଯାହାର ଅତ୍ୟଧିକ ତଦନ୍ତ ପ୍ରକ୍ରିୟା ପରେ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ବିସ୍ତୃତ ବିଷୟ ଉପସ୍ଥାପନା କରିଛନ୍ତି ବାଲିଗୁଡ଼ା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଆଇ ପି ଏସ ରାମେନ୍ଦ୍ର ପ୍ରସାଦ l ସୂଚନା କ୍ରମେ ମୋଟ ପାଖାପାଖି ୧୦ ଟନ୍ ବିସ୍ପୋରକ ଯଥା ଜେଲଟିନ, ଡିଟନେଟର, ବିଦ୍ୟୁତ ତାର, କୋଡେକ୍ସ, ବେଟେରି, ନଗଦ ଟଙ୍କା ୨ ଲକ୍ଷ ୮୦ ହଜାର ଅନଲାଇନ ୧ ଲକ୍ଷ ,୬ ଟି ଆଇ ଫୋନ ମୋବାଇଲ, ଗୋଟିଏ ମାକ୍ସ ମହିନ୍ଦ୍ରା ପିକ୍ଅପ୍ ଏବଂ ଗୋଟିଏ ବ୍ୟକ୍ତିଗତ କାର୍ ସମସ୍ତ ଜବତ ହୋଇଛି l ଏଥିସହ ତିନି ଜଣଙ୍କୁ ଗିରଫ କରିଛି ପୋଲିସ ଯଥା (୧) ଆଲୋକ@ ଏଲିଆସ ଆଲବର୍ଟ କୁମାର ପାତ୍ର, ତଳ ଦାନ୍ତଲିଙ୍ଗ, ସୋରଡ଼ା,(୨) ହେମନ୍ତ ସେଠୀ, ଆମ୍ବପୁଆ, ଥାନା ଗୋପାଳପୁର, ଗଞ୍ଜାମ (୩) ଶକ୍ତିରଞ୍ଜନ ଦାସ, ଜଳେଶ୍ୱର ମନ୍ଦିର ପଡ଼ା, ଭବାନୀପାଟଣା, କଳାହାଣ୍ଡି l ତେବେ ଜବତ ପରେ ଗାଡି ଚାଳକ କୁ ଜେରା କରିବା ପରେ ସେ ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ଅଧିନ ଜଗନ୍ନାଥପୁର ରୁ ଏହି ସାମଗ୍ରୀ ଆଣିଥିବା କହିଥିଲା | ପରେ ତୁମୁଡିବନ୍ଧ ପୋଲିସ ଚମାଖଣ୍ଡି ପୁଲିସ ସହାୟତା ରେ ଗତକାଲି ରାତିରେ ଜଗନ୍ନାଥପୁର ଗ୍ରାମର ବି. ମୋହନ ରେଡି ଙ୍କ ଆଦର୍ଶ ଗାଈ ଗୁହାଳ ରେ ଚଢ଼ାଉ କରିଥିଲା | ଉକ୍ତ ଗୁହାଳ ରେ ୮ ଟନ୍ ବିପୁଳ ପରିମାଣ ର ପଥର ବ୍ଲାଷ୍ଟ ଡିଟୋନେଟର ଜବତ କରାଯାଇଥିଲା | ପରେ ଏକ ଟ୍ରକ ଯୋଗେ ତୁମୁଡିବନ୍ଧ ପୋଲିସ ନିଜ ଅଧିନରେ ଏହାକୁ ଆଣିଥିଲେ | ଗ୍ରାମ ର ଵି.ମୋହନ ରେଡ୍ଡୀ ଏହାକୁ ଭଡା ଦେଇଥିଲେ | ବ୍ରହ୍ମପୁର ଆମ୍ବପୁଅ ଅଂଚଳର ହେମନ୍ତ ସେଠୀ ଏହି ଗୁହାଳ କୁ ଭଡାରେ ନେଇଥିଲେ | କୁକୁଡ଼ାଦାନl ରଖିବା ପାଇଁ ଦେଢ଼ ବର୍ଷ ହେଲା ଭଡା ନେଇଥିଲେ | ତାଙ୍କୁ ମଧ୍ୟ ତୁମୁଡିବନ୍ଧ ପୋଲିସ ଉଠେଇ ନେଇଥିବା ଜଣାପଡିଛି | ଗାଡି ଯାଞ୍ଚ ସହ ଗାଡି ଚାଳକ କୁ ଜେରା କରିବା ପରେ ସେ ଘଟଣା ସମ୍ପର୍କ ରେ କହିଥିଲେ | ଜେରା ପରେ ଉକ୍ତ ସାମଗ୍ରୀ ଆନ୍ଦ୍ର ପ୍ରଦେଶର କାକିନାଡ଼ା ଅଞ୍ଚଳରୁ ବହୁତ ସତର୍କତା ଏବଂ ଚତୁରତାର ସହ ଆଣୁଥିଲେ ଏବଂ ବିନା ଲାଇସେନ୍ସରେ ଦୀର୍ଘ ଦୁଇ ବର୍ଷ ଧରି ଏହି ବ୍ୟବସାୟ କରିଆସୁଥିବା ସ୍ପଷ୍ଟ ହୋଇଛି l ଯେଉଁ ଗାଈ ଗୁହାଳ ରୁ ଏହି ବିପୁଳ ପରିମାଣର ଡିଟୋନେଟର ଓ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି, ଉକ୍ତ ସ୍ଥାନରୁ ୧ କିମି ଦୂରରେ ପୋଲିସ ଜଗନ୍ନାଥପୁର ବିଟ ହାଉସ ଓ ୪ କିଲୋମିଟର ଦୂରରେ ଚମାଖଣ୍ଡି ଥାନା ରହିଛି ସେମାନେ କିପରି ଜାଣି ପାରିଲେ ନାହିଁ | ଏହି ସଫଳତା ପାଇଁ ତୁମୁଡିବନ୍ଧ ଥାନା ଅଧିକାରୀ ଆଶୁତୋଷ ଜେନା ଏବଂ ତାଙ୍କ ପୋଲିସ ଦଳ କୁ ଶ୍ରେୟ ଦେଇଛନ୍ତି ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ l ଆଗାମୀ ଦିନରେ ଏ ଦିଗରେ ଅତ୍ୟଧିକ ତଦନ୍ତ କରାଯାଇ କେଉଁ କେଉଁମାନେ ଏହି ସାମଗ୍ରୀ ଅନୈତିକ ଭାବେ କ୍ରୟ କରିଆସୁଛନ୍ତି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ପ୍ରତିଶୃତି ଦେଇଛି l
ରିପୋର୍ଟ ତୁମୁଡିବନ୍ଧରୁ ପ୍ରବୀଣ କୁମାର ପଟ୍ଟନାୟକ