କୋଟଗଡ଼-(କୋଶଲ ନ୍ୟୁଜ୍)କନ୍ଧମାଳ ଜିଲ୍ଲା କୋଟଗଡ଼ ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ପକ୍ଷରୁ ଆଜି ମଙ୍ଗଳବାର ପୂର୍ବାହ୍ନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ଟିକୁ କୋଟଗଡ଼ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳ ରାଜେନ୍ଦ୍ର ନାରାୟଣ ସାହୁ ପରିଚାଳନା କରିଥିଲେ।ମୁଖ୍ୟ ଅତିଥି ଭାବେ କୋଟଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶୁଭକାନ୍ତ କୁମାର ନାୟକ, ସମ୍ମାନିତ ଅତିଥି ଭାବେ କୋଟଗଡ଼ ସି ଡି ପି ଓ ପି ହରି ଲଷ୍ମୀ ପୂଜାରୀ, କୋଟଗଡ଼ ବ୍ଲକର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ପ୍ରଶାନ୍ତ କୁମାର ପାତ୍ର, କୋଟଗଡ଼ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାର ଏଫ ଓ ସତ୍ୟ ବ୍ରତ ଉଦ୍ଗାତା,କୋଟଗଡ଼ ବ୍ଳକ ଓ ଏଲ ଏମ୍ ବି ପି ଏମ୍ ରମାକାନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।କୋଟଗଡ଼ ବ୍ଳକ ପରିସର, ବପୁଜି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ମେଡିକାଲ ପାରିସରରେ ପ୍ରାୟ ୧୦୦ରୁ ଉର୍ଦ୍ଧ୍ବ ବିଭିନ୍ନ ଔଷଧିୟ ଏବଂ ଫଳ ଜାତୀୟଚାରା ରୋପଣ କରାଯାଇ ଥିଲା।
ରିପୋର୍ଟ ପ୍ରବୀଣ କୁମାର ପଟ୍ଟନାୟକ ତୁମୁଡିବନ୍ଧ