“ସ୍ଵାଧୀନତା ଦିବସ ଦିନ ଦେବଗଡ ଘୋଷିତ ହେବ ବାଲ୍ୟ ବିବାହ ମୁକ୍ତ ଜିଲ୍ଲା”
ଶିଶୁ ସୁରକ୍ଷା ଜିଲ୍ଲା ଟାସ୍କ ଫୋର୍ସର ସମୀକ୍ଷା ବୈଠକରେ ନିଷ୍ପତ୍ତି
ଦେବଗଡ଼ (କୋଶଲ ନ୍ୟୁଜ୍):- ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ସୁରତି ପ୍ରଧାନଙ୍କ ଅବାହକତ୍ଵ ଓ ଜିଲ୍ଲାପାଳ କବିନ୍ଦ୍ର ସାହୁ ଅଧକ୍ଷତାରେ “ଶିଶୁ ପାଇଁ ଦିନ ଟିଏ “ ଶୀର୍ଷକକୁ ନେଇ ଶିଶୁ ସୁରକ୍ଷା ଜିଲ୍ଲା ଟାସ୍କ ଫୋର୍ସର ସମୀକ୍ଷା ବୈଠକ ଆୟୋଜିତ ହୋଇଯାଇଛି I ଅତିରିକ୍ତ ଜିଲ୍ଲାପାଳ ରେବିକା ବିଲୁଙ୍ଗ ଓ ଜିଲ୍ଲା ଅରକ୍ଷି ଅଧିକ୍ଷକ ଅନିଲ ମିଶ୍ର ବୈଠକରେ ଯୋଗ ଦେଇ ଶିଶୁ ସୁରକ୍ଷା ଓ ବିକାଶ ସମ୍ପର୍କିତ ସମସ୍ତ ଯୋଜନା ଓ ଅଧିନିୟମର କାର୍ଯ୍ୟକାରିତା ସମ୍ପର୍କରେ ସମୀକ୍ଷା କରିଥିଲେ I ବୈଠକରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ର ଶିଶୁ ସୁରକ୍ଷା ସମ୍ପର୍କିତ ମିସନ ବାତ୍ସଲ୍ୟ ଯୋଜନା , ଆଶୀର୍ବାଦ ଯୋଜନା , ଯଶୋଦା ଯୋଜନା ସମ୍ପର୍କ ଉପସ୍ଥାପନ କରିଥିଲେ । ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ସୁରତି ପ୍ରଧାନ ବେଟୀ ବଚାଓ ବେଟୀ ପଢାଓ , ଆଦ୍ଵିକା ଯୋଜନା , ଶକ୍ତି ସଦନ ସମ୍ପର୍କ ଉପସ୍ଥାପନ କରିଥିଲେ , ସଖୀ କେନ୍ଦ୍ରର ପରିଚାଳିକ । ଅଶ୍ଵିନୀ ଦାସ ସଖୀ କେନ୍ଦ୍ରର ତ୍ରୟ ମାସିକ ତଥ୍ୟ ଉପସ୍ଥାପନ କରିଥିଲେ ।

ବୈଠକରେ ଶିଶୁ ମଙ୍ଗଳ କମିଟି ଅଧକ୍ଷ୍ୟା ପିଙ୍କିରାଣୀ ନନ୍ଦ , କିଶୋର ନ୍ୟାୟ ପରିଷଦର ସଦସ୍ୟା ଗାୟତ୍ରୀ ଦିବେଦୀ , ତିନି ବ୍ଲକ ସିଡିପିଓ ସୁପ୍ରଭା ମିଶ୍ର , ଲିଲୀ ପ୍ରଧାନ , ବନ୍ଦିତ ରାଉତରାୟ , ଡିଏସପି ଅମୂଲ୍ୟ ଲକ୍ରା ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ପଞ୍ଚାୟତ କାର୍ଯ୍ୟରତ ପଞ୍ଚାୟତ ନିର୍ବାହୀ ଅଧିକାରୀମାନଙ୍କୁ ଜିଲ୍ଲାପାଳଙ୍କ ନିର୍ଦେଶ ଅନୁଯାଇ ପଂଚାୟତ ସ୍ତରୀୟ ବାଲ୍ୟ ବିବାହ ନିଷେଧ ଅଧିକାରୀ ଓ ପ୍ରତ୍ୟେକ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ “ବାଲ୍ୟ ବିବାହ ସୂଚନା ଅଧିକାରୀ” ଭାବେ ଘୋଷିତ କରାଗଲା । ବାଲ୍ୟ ବିବାହ ମୁକ୍ତ ଗ୍ରାମ ଘୋଷଣା ସମ୍ପର୍କରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ତଥ୍ୟ ପ୍ରଦାନ କରିଥିଲେ କି ବର୍ତମାନ ପର୍ଯ୍ୟନ୍ତ ୫୮୫ ଗ୍ରାମକୁ ଗ୍ରାମ ସଭାର ନିଷ୍ପତ୍ତି ଅନୁଯାଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବାଲ୍ୟ ବିବାହ ମୁକ୍ତ ଗ୍ରାମ ଭାବେ ଘୋଷଣା କରାଯାଇଛି । ଏହି ପରିପ୍ରେକ୍ଷୀରେ ଅବଶିଷ୍ଟ ଗ୍ରାମ ଗୁଡିକରେ ଗ୍ରାମ ସଭା ଆୟୋଜନ କରି ଆସନ୍ତା ସ୍ଵାଧୀନତା ଦିବସ ଅବସରରେ ଦେବଗଡ ଜିଲ୍ଲାକୁ ସମ୍ପୂର୍ଣ ବାଲ୍ୟ ବିବାହ ମୁକ୍ତ ଜିଲ୍ଲା ଘୋଷଣା କରିବାକୁ ତ୍ୱରାନ୍ୱିତ ପଦକ୍ଷେପ ନେବାକୁ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ସୁରତି ପ୍ରଧାନଙ୍କୁ ନିର୍ଦେଶ ଦେଇଥିଲେ ।