ଦେବଗଡ଼(କୋଶଲ ନ୍ୟୁଜ୍):- ପୂର୍ବ ବର୍ଷ ମାନଙ୍କ ପରି ଚଳିତବର୍ଷ ମଧ୍ଯ ଆମ୍ଭ ସ୍ବାମୀ ଶିବାନନ୍ଦ ସଂସ୍କୃତ ମହାବିଦ୍ୟାଳୟ ପରିସର ସ୍ଥିତ ଶ୍ରୀ ରାମେଶ୍ଵର ମନ୍ଦିରଠାରେ ଅଦ୍ଯ ତା ୦୪/ ୦୮/ ୨୦୨୫ ରିଖ ସୋମବାର ଦିନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ରୋହିତ କୁମାର ଦାଶଙ୍କ ପୋରହିତ୍ୟରେ ଛାତ୍ର /ଛାତ୍ରୀ, ଅଧ୍ୟାପକ,ଅଧ୍ୟାପିକା ତଥା ଭକ୍ତ ମାନଙ୍କ ଦ୍ବାରା ବିଶ୍ବ କଲ୍ୟାଣ ନିମନ୍ତେ ମହାରୁଦ୍ରାଭିଷେକ ଓ ଏକଲକ୍ଷ ଏଗାର ହଜାର ଏକଶତ ଏଗାର ( ୧,୧୧,୧୧୧ )ସଂଖ୍ୟକ ବିଲ୍ବପତ୍ର ଅର୍ଚ୍ଚନ ଓ ୧୦୦୮ ଶତଦଳ କମଳ ଦ୍ବାରା ଅର୍ଚ୍ଚନ ଅନୁଷ୍ଠିତ ହୋଇଅଛି ।
ଉକ୍ତ ପୂଜନ କାର୍ଯ୍ୟକ୍ରମରେ ବେଦ ଅଧ୍ୟାପକ ତନୋଜ କୁମାର ମହାପାତ୍ର, ପଣ୍ଡିତ ସଞ୍ଜୀତ ଶତପଥି , ଅରୁଣ ଶତପଥି ସହଯୋଗ କରିଥିଲେ ।

ଉକ୍ତ ଲକ୍ଷାର୍ଚ୍ଚନ ମହାମହୋତ୍ସବରେ ବହୁ ଭକ୍ତ ଇଷ୍ଟ ମିତ୍ରାଦି ସହ ଯୋଗଦାନ କରି ବିଭୁକୃପା ଲାଭକରିଛନ୍ତି । ମହୋତ୍ସବକୁ ଅଧ୍ୟାପକ ଅଭୟ କୁମାର ସାହୁ, ବୁଦ୍ଧଦେବ ପ୍ରଧାନ,ଡଃ ଉମାକାନ୍ତ ସାହୁ,ସତୀଶ କୁମାର ମହାପାତ୍ର,ଯଦୁମଣି ସାହୁ, ମାନସ ରଞ୍ଜନ ମହାପାତ୍ର,ରଘୁନାଥ ରାଉତ, ସନ୍ତୋଷ ରାଉଳ, ଡଃ ଲକ୍ଷ୍ମୀପ୍ରିୟା ସାହୁ,ମୁକ୍ତାଞ୍ଜଳି ନନ୍ଦ,ତଥା ଅଣଶିକ୍ଷକ କର୍ମଚାରୀ ନରୋତ୍ତମ ସାହୁ, ତ୍ରିପୁରା ମୋହନ ମାଝୀ, ମନୋଜ କୁମାର ସାହୁ, ଇନ୍ଦ୍ରମଣି ମାଝୀ, ଅଜିତ ପାତ୍ର, ପିପନ ସେଠୀ, ଶରତ ବେହେରା, ପ୍ରମୋଦ ମହାପାତ୍ର ତଥା ବିଶ୍ବ ସେବା ସଂଘ ଟ୍ରଷ୍ଟ ଦ୍ବାରା ପରିଚାଳିତ ସମସ୍ତ ଅନୁଷ୍ଠାନର କର୍ମକର୍ତ୍ତାମାନେ ସହଯୋଗ କରିଥିଲେ l ସହସ୍ରାଧିକ ଭକ୍ତମାନଙ୍କ ପାଇଁ ପ୍ରସାଦସେବନର ବ୍ୟବସ୍ଥା କରାଯାଇଥିଲା ।