ଅସହାୟଙ୍କୁ  ସହଯୋଗର ହାତ ବଢାଇଲେ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ଵାଳ

ଦେବଗଡ଼(କୋଶଲ ନ୍ୟୁଜ୍ ):- ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ କୁଣ୍ଢେଇଗୋଳା ପଞ୍ଚାୟତ ଅନ୍ତର୍ଗତ କୋରଡ଼ପୋଷି ଗ୍ରାମରେ ଏକ ଅଭାନୀୟ ଘଟଣା ଦେଖିବାକୁ ମିଳିଛି । ଅସହାୟ ବିଧବା ମହିଳା ପଦ୍ମିନୀ କଂଶରିଆଙ୍କ ସହିତ ଦୁଇଜଣ କମଳମତୀ ଶିଶୁପୁତ୍ରଙ୍କୁ ସାଙ୍ଗରେ ନେଇ ଜଙ୍ଗଲ ଭିତରେ ଭଙ୍ଗା ଝାଟିମାଟି କୁଡ଼ିଆରେ ବିତୁଛି ଜୀବନ। ଆଜକୁ ପ୍ରାୟ ଅଢେଇ ବର୍ଷ ହେଲା ସ୍ଵାମୀଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଯାଇଥବା ବେଳେ ବିଭିନ୍ନ ସରକାରୀ ସହାୟତା ହୋଇଥିଲା ସାତ ସପନ । ସ୍ବାମୀ ଚାଲିଗଲା ପରେ ଦୁଇ ପୁଅଙ୍କ ସବୁ ଦାୟିତ୍ଵ ଅସହାୟ ପଦ୍ମିନୀଙ୍କ ଉପରେ ଦୁଇ ପିଲାଙ୍କୁ ଭଲରେ ଖାଇବାକୁ ଗଣ୍ଡେ ମଧ୍ୟ ଦେଇପାରୁନାହାନ୍ତି। ଗାଆଁରୁ ମାଗିଯାଚି ଯାହା ପାଆନ୍ତି ଖାଇଥାନ୍ତି ପରିବାର । ଅସହାୟ ପଦ୍ମିନୀଙ୍କ ପାଖରେ ରହିବାକୁ ଘର ଖଣ୍ଡିଏ ଅଛି ନା ରୋଷେଇ କରିବାକୁ ରାଉଳ ଅଛି ନା ଖର୍ଚ୍ଚ କରିବାକୁ ଟଙ୍କାଟିଏ, ନା ରାସନ୍ କାର୍ଡ, ଆଧାର କାର୍ଡ, ଭୋଟର କାର୍ଡ, ବିଧବା ଭତ୍ତା ମଧ୍ୟ ଅପହଞ୍ଚ । ଝାଟିମାଟି କୁଡ଼ିଆରେ ଶୋଇବା ପାଇଁ ଚାଦର ଖଣ୍ଡିଏ ମଧ୍ୟ ନାହିଁ। ଆଖିକୁ ଯାହା ଦେଖା ଦେଉଛି ତାହା ହିଁ ଏମାନଙ୍କର ସମ୍ବଳ । ଆଧାର କାର୍ଡ ନଥିବାରୁ ଦୁଇ ଶିଶୁ ପୁତ୍ରଙ୍କର ଅଙ୍ଗନୱାଡ଼ି କେନ୍ଦ୍ରରୁ ମଧ୍ୟ ନାମ ମଧ୍ୟ କାଟି ଦେଇଛନ୍ତି ଅଙ୍ଗନୱାଡ଼ି ଦିଦି । ପଦ୍ମିନୀଙ୍କ ପରିବାରକୁ ସମସ୍ତ ପ୍ରକାରର ସରକାରୀ ଯୋଜନା ଅପହଞ୍ଚ ହୋଇଥିବା ବେଳେ ଦିନେ ଖାଇଲେ ଦୁଇ ଦିନ ଭକ ଉପାସରେ ଦୁଇ ପୁଅକୁ ନେଇ ଶୋଉଛନ୍ତି । ଘର ଖଣ୍ଡିଏ ନଥିବାରୁ ଗଛ ତଳେ ଦିନ କାଟୁଛନ୍ତି ପରିବାର। ଏହି ଅସହାୟ ବିଧବା ମହିଳା ପଦ୍ମିନୀଙ୍କ ସମସ୍ୟା ଉପରେ ଆଜି ଦେବଗଡ଼ ଜିଲ୍ଲା ଯୁବ ସେବା ସଙ୍ଗଠନ ଏକ ହ୍ବାଟସ୍ ଆପ୍ ଗ୍ରୁପ୍ ରେ ଆଲୋଚନା ପରେ ଗ୍ରୁପ୍ ରେ ଥିବା ବିଧାୟକ ଶ୍ରୀଯୁକ୍ତ ରୋମାଞ୍ଚ ରଞ୍ଜନ ବିଶ୍ବାଳ ତତ୍ପରତା ସହିତ ସଠିକ୍ ଘଟଣା ଜାଣିବା ପାଇଁ କରୋଡପୋଷୀ ଗାଁ ରେ ପହଞ୍ଚି ସହାୟତାର ହାତ ବଢ଼େଇଛନ୍ତି ଦେବଗଡ଼ ଜିଲ୍ଲା ବିଧାୟକ ଶ୍ରୀଯୁକ୍ତ ରୋମାଞ୍ଚ ରଞ୍ଜନ ବିଶ୍ବାଳ, ରିଆମାଳ ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ମଧୁସୂଦନ ପ୍ରଧାନ , ଓ ସମାଜସେବୀ ହିରାଲାଲ ସାହୁ ପଦ୍ମିନୀଙ୍କ ଘରେ ପହଞ୍ଚି କିଛି ଆର୍ଥିକ ସହାୟତା ଦେଇଥିବା ବେଳେ ସମସ୍ତ ସରକାରୀ ଯୋଜନା ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ବିଧାୟକ ଶ୍ରୀଯୁକ୍ତ ରୋମାଞ୍ଚ ରଞ୍ଜନ ବିଶ୍ବାଳ ଏବଂ ରିଆମାଳ ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ମଧୁସୂଦନ ପ୍ରଧାନଙ୍କ ଏଭଳି ତତ୍ପରତା ଦେଖି ବିଭିନ୍ନ ମହଲ ରେ ଭୁରି ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି।

Comments
Loading...