ଏନ ଏସ ବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ନବାଗତ ଛାତ୍ର ଛାତ୍ରୀଙ୍କୁ ମିଠା ଏବଂ ପେନ ଦେଇ ସ୍ୱାଗତ

ତୁମୁଡିବନ୍ଧ – (କୋଶଲ ନ୍ୟୁଜ୍) କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଏନ ଏସ ବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆଜି ଗୁରୁବାର ପୂର୍ବାହ୍ନ ରେ +୨ ପ୍ରଥମ ବର୍ଷ ନବାଗତ ଛାତ୍ର ଛାତ୍ରୀ ଙ୍କୁ ସ୍ୱାଗତ କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ସୁନୀଲ କୁମାର ପାତ୍ର ଯୋଗଦେଇଥିଲେ l ମଞ୍ଚ ପରିଚାଳନା କରିଥିଲେ ଡ଼ଃ ସତ୍ୟ ରଞ୍ଜନ ପାଣିଗ୍ରାହୀ ଏବଂ ସମ୍ମାନିତ ଅତିଥିଭାବରେ ଅର୍ଥନୀତି ଅଧ୍ୟାପିକା ଡ଼ଃ ମଞ୍ଜୁଳା ମହାପାତ୍ର, ଓଡ଼ିଆ ଅଧ୍ୟାପିକା ଡ଼ଃ ବନିତା ପଟ୍ଟନାୟକ, ଇଂରାଜୀ ଅଧ୍ୟାପକ ଦୁଖିଶ୍ୟାମ ମହାରଣା ଓ ପ୍ରମୁଖ ଉପସ୍ଥିତ ଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଡ଼ଃ ପାତ୍ର ଉପସ୍ଥିତ ଛାତ୍ରୀ ଛାତ୍ର ମାନଙ୍କୁ ଆତ୍ମ ସୁରକ୍ଷା, ଶିକ୍ଷା ଯୋତି ପୋର୍ଟାଲ, ସାଥି ପୋର୍ଟାଲ, ଶିଲାବସ, ଏଇ ସି ସି କମିଟି, ୱେବିନାର ୟୁନିଫର୍ମ, ଏକାଡମିକ ସପର୍ଟ ଆଦି କାର୍ଯ୍ୟକ୍ରମ ବାବଦରେ ଛାତ୍ର ଛାତ୍ରୀ ଙ୍କୁ ବିଶୃତ ଭାବେ ବୁଝାଇଥିଲେ ଏବଂ ଛାତ୍ର ଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ ଅଣ ଶିକ୍ଷକ ସମସ୍ତ କର୍ମଚାରୀ ଆମେ ଗୋଟିଏ ପରିବାର ଏହି ଅନୁଷ୍ଠାନ ର ଏବଂ ଅନୁଷ୍ଠାନ ରେ ଅଧୟନ କରୁଥିବା ଛାତ୍ର ଛାତ୍ରୀ ଆମ୍ଭ ମାନଙ୍କ ପୁଅ ଝିଅ ଅଟନ୍ତି l ନବାଗତ ଛାତ୍ର ଛାତ୍ରୀ ମାନଙ୍କୁ ମୁଁ କହିରଖେ ଯେ ଶାନ୍ତି ଶୃଙ୍ଖଳା ର ସହିତ ଭଲ ପଠ ପଢିବା ଭଲ ମଣିଷ ଟିଏ ହେବା ଏବଂ ଏହି ଅନୁଷ୍ଠାନ ର ଗର୍ବ ଗୌରବ ପାଲଟିବା ସହ ରାଜ୍ୟ ତଥା ରାଜ୍ୟ ବାହାରେ ଏହି ବିଦ୍ୟାଳୟର ଟେକ ରଖିବା l  ତେଣୁ ଆମେ ସମସ୍ତେ ଶପଥ ନେବା ମିଳିମିଶି ଏହି ଅନୁଷ୍ଠାନ କୁ ଆଗକୁ ବଢାଇବା ବୋଲି ନିଜ ବକ୍ତବ୍ୟ ରେ କହିଥିଲେ l ଶେଷରେ ଛାତ୍ର ଛାତ୍ରୀ ଙ୍କ ନିମନ୍ତେ ବିଭିନ୍ନ ପ୍ରକାର ମନୋରଞ୍ଜନ କାର୍ଯ୍ୟକ୍ରମ ରହିଥିବା ବେଳେ ଏପରି କାର୍ଯ୍ୟକ୍ରମ ରେ ନବାଗତ ଛାତ୍ର ଛାତ୍ରୀ ସମ୍ବଲପୁରୀ ଗୀତ ନାଚ ରେ ମସଗୁଲ ରହିଥିବା ଦେଖିବାକୁ ମିଳିଛି l ତେବେ ଏହି କାର୍ଯ୍ୟକ୍ରମ ଟିକୁ ଅନୁଷ୍ଠାନ ର ଛାତ୍ର ଛାତ୍ରୀ ମାନେ ଶାନ୍ତି ଶୃଙ୍ଖଳା ସହିତ ସମାପ୍ତ କରିଥିଲେ l *ରିପୋର୍ଟ ତୁମୁଡିବନ୍ଧ ରୁ ପ୍ରବୀଣ କୁମାର ପଟ୍ଟନାୟକ*

Comments
Loading...