ତୁମୁଡିବନ୍ଧ(କୋଶଲ ନ୍ୟୁଜ୍):-କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ର ମୁଣ୍ଡିଗଡ଼ ପଞ୍ଚାୟତ ରେ ଆଜି କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ଙ୍କ କରକାମଳରେ ୫୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ ନିମନ୍ତେ ଭୂମିପୂଜା କରିଛନ୍ତି l ସକାଳ ପ୍ରାୟ ୧୦ଘ. ସମୟରେ ତୁମୁଡିବନ୍ଧ ରେ ସାଂସଦ ପାଣିଗ୍ରାହୀ ପହଞ୍ଚି ଜଳେଶପଟା ଠାରୁ ଏକ ବିଶାଳ ବାଇକ ରାଲିରେ ଆସି ପହଞ୍ଚିଥିଲେ ମୁଣ୍ଡିଗଡ଼ ପଞ୍ଚାୟତରେ ସେଠାରେ ୫୦ଶଯ୍ୟା ବିଶିଷ୍ଟ ହଷ୍ଟେଲ ନିମନ୍ତେ ଭିତ୍ତିପ୍ରସ୍ତର କରିବା ପରେ ଆଉ ଗୋଟିଏ କାର୍ଯ୍ୟକ୍ରମ ନିମନ୍ତେ କୋଟଗଡ଼ ଅଭିମୁଖେ ଚାଲି ଯାଇଥିଲେ l ଏହି କାର୍ଯ୍ୟକ୍ରମ ରେ ତୁମୁଡିବନ୍ଧ ସଂସାଦ ପ୍ରତିନିଧି ପୁର୍ଣଚନ୍ଦ୍ର ପଢି, ତୁମୁଡିବନ୍ଧ ବିଜେପି ବ୍ଲକ ସଭାପତି ସର୍ବେଶ୍ୱର ମାଝୀ, ତୁମୁଡିବନ୍ଧ ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟାକ୍ଷ ନେତ୍ର ମନସେଠ, ଗଙ୍ଗା ସାହୁ, ରବୀନ୍ଦ୍ର ପାତ୍ର, ପି. ଏ ଆଇ ଟି ଡିଏ ବାଲିଗୁଡା ଏବଂ ବିଜେପି କାଯ୍ୟକର୍ତ୍ତା ଉପସ୍ଥିତ ରହିଥିଲେ।
ତୁମୁଡିବନ୍ଧ ରୁ ପ୍ରବୀଣ କୁମାର ପଟ୍ଟନାୟକ