ବାଲିଗୁଡା(କୋଶଲ ନ୍ୟୁଜ୍):-ବାଲିଗୁଡା ବନଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବନାଞ୍ଚଳରେ ୭୬ତମ ବନ ମହୋତ୍ସଵ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଦାରିଙ୍ଗବାଡ଼ି ବନାଞ୍ଚଳ ସିମନବାଡ଼ି ସେକ୍ସନ ଅଧିନ ଗଦଡ଼ି ସଂରକ୍ଷିତ କଠାରେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି। ଦାରିଙ୍ଗବାଡ଼ି ବନାଞ୍ଚଳ ଅଧିକାରୀ ମାଧବ ଚନ୍ଦ୍ର ବେହେରାଙ୍କ ଙ୍କ ନେତୃତ୍ୱ ତ ଓ ସିମନବାଡ଼ି ବନପାଳ ବନିତା ପ୍ରଧାନଙ୍କ ସହଯୋଗରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସିମନବାଡ଼ି ସରପଞ୍ଚ ଅମିତା ପ୍ରଧାନ ଯୋଗ ଦେଇ ପ୍ରଥମେ ଚାରା ରୋପଣ କରିଥିଲେ, ଏଥି ସହ ଗଦଡ଼ି ଓ ବାଡ଼ାବାଙ୍ଗା ବିଦ୍ୟାଳୟର ଛାତ୍ର ଛାତ୍ରୀ ପ୍ରମୁଖ ଯୋଗଦାନ କରି ବୃକ୍ଷରୋପଣ କରିଥିଲେ l ଚଳିତ ବର୍ଷ ମା’ଙ୍କ ନାମରେ ବୃକ୍ଷ ଟିଏ ନାରା ଦେଇ ବନ ମହୋତ୍ସବ ପାଳନ କରାଯାଉଛି, ସମସ୍ତେ ନିଜ ନିଜ ଘରେ ଗୋଟିଏ ଲେଖାଏଁ ବୃକ୍ଷ ଚାରା ରୋପଣ କରିବାକୁ ସଚେତନ କରିବେ ବୋଲି ଛାତ୍ର ଛାତ୍ରୀ ମାନେ ନିଜ ପ୍ରତିକ୍ରିୟା ରେ ପ୍ରକାଶ କରିଛନ୍ତି l ସୋମବାରପ୍ରଥମ ଦିନରେ ୧ ହଜାର ଚାରା ରୋପଣ କରାଯାଇଥିଲା। ମୋଟ ୧୦ ହଜାର ଚାରା ରୋପଣ କରାଯିବାକୁ କ୍ଷେତ୍ର ପ୍ରସ୍ତୁତ କରାଯାଇଛି। ଏଥିରେ ବିଭିନ୍ନ ପ୍ରକାର ମୂଲ୍ୟବାନ ଔଷଧୀୟ ବୃକ୍ଷ ତଥା ଅଁଳା, ହରିଡ଼ା, ବାହାଡା, କରଞ୍ଜ,ମହାନିମ୍ବ,ପାହାଡି ଶିଶୁ, ବାଲି ଶିଶୁ, ଅଶ୍ୱସ୍ତ, ଅର୍ଜୁନ, ଅଶୋକ, ଜାମୁ,ମେହେଗାନି,ଭଳି ବହୁ ଔଷଧୀୟ ବୃକ୍ଷ ଯାହାକି ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ସେବାରେ କାର୍ଯ୍ୟରେ ଆସିବ ବୋଲି କୁହାଯାଇଛି l କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ବାଡ଼ାବାଙ୍ଗା ବନରକ୍ଷୀ ସଞ୍ଜୀବ କୁମାର ବେହେରା , ବୁଡ଼ାଗୁଡା ବନପାଳ ମନ୍ମଥ ପରିଛା, ବୁଡ଼ାଗୁଡା ବନରକ୍ଷୀ ସୌମ୍ୟ ରଞ୍ଜନ ସାମଲ, ଦାରିଙ୍ଗବାଡି ବନପାଳ ସରୋଜ କୁମାର ମଙ୍ଗରାଜ, ଦାରିଙ୍ଗବାଡି ବନରକ୍ଷୀ ବିଶ୍ୱଜିତ ମିଶ୍ର, ଶ୍ରୀକାନ୍ତ ପଧାନୀ ପ୍ରମୁଖ ଉପସ୍ଥିତ ରହି ଚାରା ରୋପଣ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିବା ବେଳେ ସ୍କ୍ୱାର୍ଡ କର୍ମଚାରୀ ମନୋଜ କୁମାର ବେହେରା, ବନମାଳୀ ଗୌଡ଼, ପୃଥିବୀ ରାଜ ପାତ୍ର, କୃଷ୍ଣ ଚନ୍ଦ୍ର ବେହେରା, କାହ୍ନୁ ବେହେରା ପ୍ରମୁଖ ସହଯୋଗ କରିଥିଲେ l
