ବିକାଶ ବାହାନ ଯାତ୍ରା ର ଶୁଭାରମ୍ଭ

ଦେବଗଡ଼ (କୋଶଲ ନ୍ୟୁଜ୍):-
ଆଜି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରୁ ରାଜ୍ୟ ସରକାର ଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ବାହାରିଥିବା ବିକାଶ ବାହାନ ରଥ କୁ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ମାନ୍ୟବର ସାଂସଦ ଙ୍କ ନମିନୀ ଅରୁଣ ସାହୁ, ଭାରପ୍ରାପ୍ତ ଅଧ୍ୟକ୍ଷ ପୌରପରିଷଦ ପ୍ରଜିତ କୁମାର ଭୋଜ ଓ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ରାଜେନ୍ଦ୍ର କୁମାର ମିଞ୍ଜ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।

ଏହି ରଥ ତିନି ବ୍ଲକ ଓ ଜିଲ୍ଲା ର ବିଭିନ୍ନ ପଞ୍ଚାୟତ ବୁଲି ସରକାରଙ୍କର ବିଭିନ୍ନ ଯୋଜନା କିଭଳି ଭାବେ ପହଂଚି ପାରିବ ଏହି ସଚେତନତା କାର୍ଯ୍ୟକ୍ରମ ର ମୂଳ ଲକ୍ଷ। ବିଭିନ୍ନ ଯୋଜନା ବାବଦରେ ଜିଲ୍ଲା ସଂସ୍କୃତି ସଂଘ ରେ କଳାକାର ଓ ବ୍ଲକ ସଂସ୍କୃତି ସଂଘର କଳାକାର ମାନେ ପରାମ୍ପରିକ ଲୋକ କଳା ମାଧ୍ୟମରେ ଲୋକଙ୍କ ନିକଟରେ ପହଞ୍ଚାଇ ଲୋକଙ୍କୁ ସଚେତନ କରିବ। କାର୍ଯ୍ୟକ୍ରମ ରେ ଜିଲ୍ଲା ମଙ୍ଗଳ ଅଧିକାରୀ ଶିଶିର କୁମାର ପୁହାଣ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ସୁରତି ପ୍ରଧାନ, କାର୍ଯ୍ୟ ନିର୍ବାହୀ ଅଧିକାରୀ ପୌରପରିଷଦ କୃପାସିନ୍ଧୁ ସ୍ୱାଇଁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋରଞ୍ଜନ ସୂତାର, ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ, ମିଶନ ଶକ୍ତି ମହିଳା ପ୍ରମୁଖ ଉପସ୍ଥିତ ଥିଲେ।

Comments
Loading...