ଦେବଗଡ଼(କୋଶଲ ନ୍ୟୁଜ୍):-
ରାଜ୍ୟ ସରକାରଙ୍କର ଏକ ବର୍ଷ ପୂର୍ତ୍ତି ପାଳନ ଅବସରରେ ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟ ଠାରେ ବିକଶିତ ଜିଲ୍ଲା ଓ ବିକଶିତ ଓଡିଶା କାର୍ଯ୍ୟକ୍ରମ କୁମାନ୍ୟବର ମନ୍ତ୍ରୀ ରାଜସ୍ବ ଓ ବିପର୍ଯୟ ପରିଚାଳନା ବିଭାଗ ଓଡିଶା ସରକାର ଶ୍ରୀଯୁକ୍ତ ସୁରେଶ ପୂଜାରୀ ଶୁଭାରମ୍ଭ କରିଥିଲେ । ପରେ ପରେ ପ୍ରଧାନପାଟ ବଡ ବଗିଚା ଠାରେ ମାନ୍ୟବର ମନ୍ତ୍ରୀ ରାଜସ୍ବ ଓ ବିପର୍ଯୟ ପରିଚାଳନା ବିଭାଗ ଓଡିଶା ସରକାର ଶ୍ରୀଯୁକ୍ତ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗାଯୋଗ ଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ। ଏହି ଉଦଘାଟନ ସମାହାର ରେ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ସଭାପତି, ମାନ୍ୟବର ସାଂସଦ ଙ୍କ ନମିନୀ ଅରୁଣ କୁମାର ସାହୁ, ଭାରପ୍ରାପ୍ତ ଅଧ୍ୟକ୍ଷ ପୌରପରିଷଦ ପ୍ରଜିତ କୁମାର ଭୋଜ ବରେଣ୍ୟ ଅତିଥି ଭାବେ ଯୋଗ ଦେଇ ଅହମଦବାଦ ଠାରେ ଘଟିଥିବା ବିମାନ ଦୁର୍ଘଟଣା ରେ ପ୍ରାଣ ହରାଇ ଥିବା ବ୍ୟକ୍ତି ଙ୍କୁ ସର୍ବପ୍ରଥମେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ୧ ମିନିଟ ନୀରବ ପ୍ରାଥନା କରାଯାଇଥିଲା। ପରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ସଭା କାର୍ଯ୍ୟ ଉଦଘାଟନ କରାଯାଇଥିଲା।

ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପୂଜାରୀ ସମୃଦ୍ଧ ବିକଶିତ ଓଡିଶା ଗଠନ ପାଇଁ ରାଜ୍ୟ ସରକାର ପ୍ରତିଶୃତିବଦ୍ଧ ବୋଲି ବକ୍ତବ୍ୟରେ ପରିପ୍ରକାଶ କରିଥିଲେ। ପରେ ପରେ ଜିଲ୍ଲା ରୁ ଶ୍ରମ ବିଭାଗ, ରାଜସ୍ବ ବିଭାଗ, ଶିକ୍ଷା ବିଭାଗ, ଜଙ୍ଗଲ ବିଭାଗ, ଯୋଗାଣ ବିଭାଗ ଓ ବିଭିନ୍ନ ବିଭାଗ ତରଫରୁ ବିଭିନ୍ନ ହିତାଧିକାରୀ ମାନଙ୍କୁ ଘରବାଡି ପଟ୍ଟା, ମୃତ୍ୟୁ କାଳୀନ ସହାୟତା, ନୂତନ ରାସନ କାର୍ଡ, ହାତୀ ଉପଦ୍ରଵ ରେ କ୍ଷୟ କ୍ଷତି ପ୍ରଦାନ, ପ୍ରବନ୍ଧ ଓ ଚିତ୍ରାଙ୍କନ ରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ଙ୍କୁ ସହାୟତା ପ୍ରମୁଖ ବଣ୍ଟନ କରାଯାଇଥିଲା। ପରେ ପରେ ଓରମାସ ତରଫରୁ ଆୟୋଜିତ ହୋଇଥିବା ବିକାଶ ମେଳା ପଦର୍ଶନୀ ମଣ୍ଡପ କୁ ଫିତା କାଟି ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପୂଜାରୀ ଉଦଘାଟନ କରିବା ସହ ବିଭିନ୍ନ ପ୍ରଦର୍ଶନୀ ମଣ୍ଡପ ବୁଲି ଦେଖିଥିଲେ ।