ଦେବଗଡ଼(କୋଶଲ ନ୍ୟୁଜ୍):- ଜିଲ୍ଲାପାଳ ଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ରାଜ୍ୟ ସରକାର ଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତା ରେ ଦ୍ୱିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାର ଙ୍କ ଏକ ବର୍ଷ ପୂର୍ତ୍ତି ପାଳନ କାର୍ଯ୍ୟକାରୀ ବିଭିନ୍ନ ଫଳପ୍ରସୂ ପଦକ୍ଷେପ ଏବଂ ପ୍ରଣୀତ ବିବିଧ ଯୋଜନା ଗୁଡିକର ଉଦେଶ୍ୟ ଓ କାର୍ଯ୍ୟନୁଷ୍ଠାନ ସମ୍ପର୍କରେ ଜନସାଧାରଣ ଙ୍କୁ ଅବଗତ କରିବା ଏବଂ ବହୁବିଧ କଲ୍ୟାଣକାରୀ ଦିଗ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଉଦେଶ୍ୟରେ ଜୁନ ୧୨ ରୁ ୧୮ ତାରିଖ ପ୍ରଧାନପାଟ ବଡ଼ ବଗିଚା ଠାରେ ୭ ଦିନ ବ୍ୟାପି ଜିଲ୍ଲା ରେ ସାଧାରଣ ସଭା, ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ପ୍ରଦର୍ଶନୀ (ବିକାଶ ମେଳା), ଗୋଷ୍ଠୀ ଗତ ଆଲୋଚନା ଚକ୍ର ତଥା ସାଂସ୍କୃତିକ କାର୍ଯ୍ୟକ୍ରମ, ଛାତ୍ର ଛାତ୍ରୀଙ୍କ ମଧ୍ୟରେ ରଚନା ଓ ଚିତ୍ରାଙ୍କନ ପ୍ରତିଯୋଗିତା ସେମିନାର ଆୟୋଜନ କରାଯିବ ।ସେହିପରି ବ୍ଲକରେ ମଧ୍ୟ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କରାଯିବାପାଇଁ ସ୍ଥିର କରାଯାଇଛି । ବୈଠକରେ ଉପ ଜିଲ୍ଲାପାଳ ପରକ୍ଷିତ ସାହୁ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶକୁନ୍ତଳା ଟେଟେ, ଡିପିସି ମିଶନ ଶକ୍ତି ଶିଶିର କୁମାର ଷଡ଼ଙ୍ଗୀ, ଜିଲ୍ଲା ଶ୍ରମ ଅଧିକାରିଣୀ ପଦ୍ମାବତୀ ମାରାଣ୍ଡି, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ବିରେନ କୁମାର ଛୁରିଆ, ଡେପୁଟି ସିଓ ଓରମାସ ରବୀନ୍ଦ୍ର କୁମାର ପ୍ରଧାନ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସର୍ବେଶ୍ୱର ପାଣିଗ୍ରାହୀ, ଜିଲ୍ଲା ମଙ୍ଗଳ ଅଧିକାରୀ ଶିଶିର କୁମାର ପୁହାଣ,ଜିଲ୍ଲା ସୁଚନା ଓ ଲୋକ ସଂପର୍କ ଅଧିକାରୀ ମନୋରଞ୍ଜନ ସୁତାର ଓ ବିଭିନ୍ନ ଲାଇନ ଡିପାର୍ଟମେଣ୍ଟ ଅଧିକାରୀ ଉପସ୍ଥିତ ଥିଲେ।
