ଦେବଗଡ(କୋଶଲ ନ୍ୟୁଜ୍ ):- ପ୍ରତ୍ୟେକ ଗ୍ରାମକୁ ପାନୀୟ ଜଳ ଯୋଗାଣ ପାଇଁ ସରକାର ଅନେକ ଯୋଜନା ପରେ ଯୋଜନା ପ୍ରଣୟନ କରି ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଅଭିଯୋଗ ହେବାର ୨୪ଘଣ୍ଟା ମଧ୍ୟରେ ମରାମତି କରିବାର ସରକାରୀ ନିର୍ଦ୍ଦେଶ ଅଛି, ହେଲେ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ଅବହେଳା ଯୋଗୁଁ ଲୋକେ ବାସ୍ତବରେ ପାନୀୟ ଜଳ ଭଳି ମୌଳିକ ସୁବିଧାରୁ ଲୋକେ ବଞ୍ଚିତ ହେଉଛନ୍ତି।

ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଉଟୁଣିଆଁ ପଞ୍ଚାୟତ ଅନ୍ତର୍ଗତ ହାଡସଙ୍ଖା କଲୋନୀ ହରିଜନ ବସ୍ତିରେ ପିଇବା ପାଣି ପାଇଁ ହନ୍ତ ସନ୍ତ୍ କଲୋନୀ ସାହି ହରିଜନ ବସ୍ତିରେ ମରାମତି ଲାଗି ଅଭିଯୋଗ କରି ଥକି ଗଲେଣି ସାହି ବାସିନ୍ଦା ଶୁଣୁନାହାନ୍ତି ବିଭାଗୀୟ ଅଧିକାରୀ କିମ୍ବା ଜନପ୍ରତିନିଧି ଏହାର ପ୍ରମାଣ ମିଳିଛି । ଏହି ସାହିରେ ଥିବା ନଳକୂପ ଟି ଦିର୍ଘ ତିନି ମାସରୁ ବର୍ତ୍ତମାନ ସୁଦ୍ଧା ହେବ ଅଚଳ ହୋଇପଡିଛି। ବର୍ତ୍ତମାନ ଗ୍ରୀଷ୍ମ ଦିନ ପାନୀୟ ଜଳ ପାଇଁ ସମସ୍ୟା ଦ୍ଵିଗୁଣ ହେଲାଣି । ନଳକୂପ ମରାମତି କରିବା ପାଇଁ ଲୋକେ ସ୍ଥାନୀୟ ଓ୍ବାର୍ଡ ମେମ୍ବର ଠାରୁ ଆରମ୍ଭ କରି ସରପଞ୍ଚ ସମିତି ସଭ୍ୟ ଜିଲ୍ଲା ପରିଷଦ ସଭ୍ୟ ବିଡ଼ିଓ ରିଆମାଳ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଓ ଜନ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି, ହେଲେ ଏହି ସମସ୍ୟା କଥା କେହି ଶୁଣୁ ନାହାନ୍ତି । ଏଣୁ ଗ୍ରାମବାସୀ କ୍ଷଭ ପ୍ରକାଶ କରିଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ବଢୁଥିବା ଖରାର ପ୍ରକୋପ ସହ ଲୋକଙ୍କ ପାନୀୟ ଜଳ ସମସ୍ୟାକୁ ଦୃଷ୍ଟିରେ ରଖି ତୁରନ୍ତ ନଳକୂପକୁ ମରାମତି କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।