ତୁମୁଡିବନ୍ଧ-(କୋସଲ ନ୍ୟୁଜ୍)-କନ୍ଧମାଳ ଜିଲ୍ଲା ଓ ରାୟଗଡ଼ା ଜିଲ୍ଲାକୁ ସଂଯୋଗ କରୁଥିବା ଝିରିପାଣି ଠାରୁ ଅମ୍ବାଦୋଲା ରାସ୍ତାର ବର ଗାଁ ଘାଟି ତଳେ ଏକ ବାଇକ ଦୁର୍ଘଟଣାରେ ଜଣେ ମୃତ ଆଉ ଜଣେ ଆହତ ହୋଇଥିବା ଖବର ଆଜି ଶୁକ୍ରବାର ସକାଳ ଜଣା ପଡ଼ିଛି।ସେମାନେ ହେଲେ କଳାହାଣ୍ଡି ଜିଲ୍ଲା କେସିଙ୍ଗ ବ୍ଳକ ଖଇର ମାଲ ଗ୍ରାମର ଫକୀର ଧାରୁଆ(୩୭)ମୃତ ଓ ଭବାନୀ ପାଟଣା ବ୍ଳକ ଅଟାଙ୍ଗ ଗୁଡ଼ା ଗ୍ରାମର ଅକ୍ଷୟ ଧାରୁଆ(୩୫)ଆହତ ବୋଲି ଜଣା ପଡ଼ିଛି। ସୂଚନା ଅନୁସାରେ ଗତ ଗୁରୁବାର ସନ୍ଧ୍ୟାରେ ଦୁଇଜଣ ମିଶି ଓ ଆର-03-G9919ନମ୍ବର ବାଇକରେ ଅମ୍ବାଦଳ ଗ୍ରାମର ନିଜ ସମ୍ପର୍କୀୟ ଙ୍କ ଘରକୁ ଯାଉଥିଲେ।ସେହି ସମୟରେ ଝିରିପାଣି ଠାରୁ ଅମ୍ବାଦଳ କୁ ସଂଯୋଗ କରୁଥିବା ରାସ୍ତାର ବର ଗାଁ ଘାଟିରେ ସେହି ବାଇକ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା ।ଘଟଣା ସ୍ଥଳରେ ଫକୀର ଧରୁଆ ଙ୍କ ଜୀବନ ଚାଲିଯାଇଥିବା ବେଳେ ଅକ୍ଷୟ ଧରୁଆ ଗୁରୁତର ଆହତ ହୋଇ ରାତିସାରା ସେଠାରେପଡ଼ି ରହିଥିଲେ। ଆଜି ଶୁକ୍ରବାର ସକାଳେ ସେହି ରାସ୍ତା ଦେଇ କିଛି ଯାତ୍ରୀମାନେ ଯାଉଥିବା ବେଳେ ଦୁର୍ଘଟଣା ପରେ ରାସ୍ତା କଡରେ ପଡ଼ି ଥିବା ବ୍ୟକ୍ତିଙ୍କୁ ଦେଖି ଥିଲେ। ଏହା ପରେ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକ ଘଟଣା ସ୍ଥଳରେ ପହଞ୍ଚି ଥିବା ଜଣାପଡିଛି । ତେବେ ଖବର ଲେଖିବା ପର୍ଯ୍ୟନ୍ତ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ନଥିବା ଜଣାପଡ଼ିଛି।
ତୁମୁଡିବନ୍ଧରୁ ପ୍ରବୀଣ କୁମାର ପଟ୍ଟନାୟକଙ୍କ ରିପୋର୍ଟ