ତୁମୁଡିବନ୍ଧ (କୋଶଲ ନ୍ୟୁଜ୍):-କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ ନୁଆଁମୁଣ୍ଡା ଗ୍ରାମରେ ଘଟିଛି ଏକ ଦୁଖଃଦ ଘଟଣା l ଆଜି ମଙ୍ଗଳବାର ଦିନ ନୁଆଁମୁଣ୍ଡା ଗ୍ରାମର ଅସ୍ପିନି ପ୍ରଧାନୀ ଙ୍କ ପୁଅ ଓମ ପ୍ରଧାନୀ (୮)ସ୍କୁଲ ଛୁଟି ପରେ କିଛି ସାଙ୍ଗ ମିଶି ବନ୍ଧକୁ ଯାଇଥିଲେ ଗାଧେଇବା ପାଇଁ l କିନ୍ତୁ ସମସ୍ତେ ଫେରିଲେ କିନ୍ତୁ ଓମ ପ୍ରଧାନୀ ଘରକୁ ଫେରିନଥିଲେ l ଓମ ଘରକୁ ଆସିବା ବିଳମ୍ବ ହେବାରୁ ଆରମ୍ଭ ହେଲା ଖୋଜା ଖୋଜି କିନ୍ତୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ କୌଣସି ଖୋଜ ଖବର ପାଇନଥିଲେ ଗ୍ରାମବାସୀ ଏବଂ ପରିବାର ଲୋକେ l ସାଙ୍ଗେସାଙ୍ଗେ ତୁମୁଡିବନ୍ଧ ଥାନାକୁ ଖବର ଦେବା ସହ ଦମକଳ ବାହିନୀ ଙ୍କୁ ଖବର ପହଞ୍ଚାଇ ଥିଲେ ଖବର ପାଇଁ ସଙ୍ଗେ ସଙ୍ଗେ ପହଞ୍ଚି ଥିଲେ ନୁଆଁମୁଣ୍ଡା ଗ୍ରାମରେ l ଗ୍ରାମ କୁ ଲାଗି ରହିଥିବା ଏକ ବନ୍ଧ ଉପରେ ଦେଖିବାକୁ ପାଇଥିଲେ ଓମ ର ପ୍ୟାଣ୍ଟ ସର୍ଟ ଏହାପରେ ଅଗ୍ନିଶମ ବିଭାଗର ଆରମ୍ଭ ହେଲା ବନ୍ଧ ଭିତରେ ପଶି ଓମ କୁ ଖୋଜିବା ଅଭିଯାନ ଦୀର୍ଘ ୧ ଘଣ୍ଟା ପରେ ଅର୍ଥାତ ୮ଟା ସମୟରେ ପାଇଥିଲେ ଓମ କୁ ଏବେହେଳା ନକରି ତୁରନ୍ତ ତୁମୁଡିବନ୍ଧ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ କିନ୍ତୁ ଦୁଃଖର ବିଷୟ ସେତେବେଳେ କୁ ଆଉ ନଥିଲେ ଓମ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ l ସେପଟେ ଓମ ମା ବାଟଚାହିଁ ବସିଛି ମୋ ପୁଅ କେତେବେଳେ ଆସିବ ଘରକୁ l ବାପା ଏପଟେ ଏକ ପ୍ରକାର ବିକୃତ ମସ୍ତିଷ୍କ ଠିକସେ କଥା କହିପାରୁନି କି ବୁଝି ପରୁନି ଏହିଭଳି ଓମ ର ବାପା ମା ଦିନ ମଜୁରୀ କଲେ ଘରେ ଜଳେ ଚୁଲି ବର୍ତମାନ ଓମ ର ମୃତ୍ୟୁ ଖବର ପାଇ ନୁଆଁମୁଣ୍ଡା ଗ୍ରାମରେ ଖେଳି ଯାଇଛି ଶୋକର ଛାୟା l ଘଟଣା ସ୍ଥଳରେ ତୁମୁଡିବନ୍ଧ ଥାନା ଭାରପ୍ରାପ୍ତ ଅଧିକାରୀ ଆଶୁତୋଷ ଜେନା, ଏସ ଆଇ କବି ଚନ୍ଦ୍ର ଭତ୍ରା ପହଞ୍ଚି ଘଟଣା ର ତଦନ୍ତ କରୁଛନ୍ତି l ବର୍ତମାନ ମୃତ୍ୟୁ ଶରୀର ତୁମୁଡିବନ୍ଧ ସ୍ୱାସ୍ଥ୍ୟ କେନ୍ଦ୍ରରେ ରଖାଯାଇଥିବା ତୁମୁଡିବନ୍ଧ ଥାନା ଅଧିକାରୀ ସୂଚନା ଦେଇଛନ୍ତି।
ତୁମୁଡିବନ୍ଧରୁ ପ୍ରବୀଣ କୁମାର ପଟ୍ଟନାୟକ ରିପୋର୍ଟ