ଦେବଗଡ଼(କୋଶଲ ନ୍ୟୁଜ୍):- ଆଜି ସନ୍ଧ୍ୟା ପ୍ରାୟ ୭ଟା ସମୟ ପୋଟେ ବାରକୋଟ ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ବାରକୋଟ ବାହାଡାପୋଷି ଓଭରବ୍ରିଜ ଉପରେ ଏକ ମର୍ମାହତ ଦୁର୍ଘଟଣା ଘଟିଛି। ସୂଚନା ଆନୁଯାୟୀ ବାରକୋଟ ବ୍ଲକରେ ମେଘା ଜଳ ପ୍ରକଳ୍ପର ଅଧିନରେ ଚାଲିଛି ପାଇପ ଲାଇନ କାର୍ଯ୍ୟ। ଫଳରେ ଆଜି ସନ୍ଧ୍ୟାରେ କଲା ପଟରୁ ବାରକୋଟ ଅଭିମୁଖେ ପାଇପ ବୋଝେଇ ଟ୍ରାକ୍ଟରଟି ବାରକୋଟ ଅଭିମୁଖେ ଆସୁଥିବା ସମୟରେ ହଠାତ ଏକ କଣ୍ଟେନର ଗାଡ଼ିଟି ବାହାଡାପୋଷି ଅଭରବ୍ରିଜ ଉପରେ ଟ୍ରାକ୍ଟର କୁ ଧକ୍କା ଦେଇଥିଲା ।

ଫଳରେ ଗାଡି ଚାଳକ ଜଣକ ଓଭରବ୍ରିଜ ତଳକୁ ଖସି ପଡି ଗୁରୁତର ହୋଇପଡିଥିବା ବେଳେ ହେଲ୍ପରଙ୍କର ଘଟଣା ସ୍ଥଳରେ ମୃତ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ବାରକୋଟ ପୋଲିସ ପହଞ୍ଚି ଅଧିକ ତଦନ୍ତ କରୁଥିବା ଜଣାପଡିଛି । ଅନ୍ୟପକ୍ଷରେ ଏ ନେଇ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରି ଗାଡ଼ି ଚଳାଚଳ ବନ୍ଦ କରି ଦେଇଛନ୍ତି। ସ୍ଟିଚ ଲାଇଟ ବ୍ୟବସ୍ଥା ହୋଇନଥିବାରୁ ଦୁର୍ଘଟଣା ଘଟୁଥିବା ସାଧାରଣ ରେ ଆଲୋଚନା ହେଉଛି। ଫଳରେ ଯଥା ଶୀଘ୍ର ସାହୁ ଫୂଡ଼ସ ଓଭରବ୍ରିଜ ଆରମ୍ଭରୁ ବାହାଡାପୋଷି ପର୍ଯ୍ୟନ୍ତ ସ୍ଟିଚ ଲାଇଟ ର ବ୍ୟବସ୍ଥା କରାଯାଉ ନହେଲେ ରାସ୍ତା ଅଟକ ରହିବ ବୋଲି ପ୍ରକାଶ କରିଛନ୍ତି। ଟ୍ରାକ୍ଟର ଏବଂ ହେଲ୍ପର ଚାଳକଙ୍କର କୈଣସି ସନ୍ଧାନ ମିଳି ପାରିନଥିବା ବେଳେ ସ୍ଥାନୀୟ ଲକେ ବାରକୋଟ ଅଞ୍ଚଳ ବୋଲି କହିଛନ୍ତି । ରିପୋର୍ଟ: ପୁଷ୍ପାଞ୍ଜଳି ବେହେରା (ବାରକୋଟ)