ବାଲିଗୁଡ଼ା(କୋଶଲ ନ୍ୟୁଜ୍):-ଜି.ଉଦୟଗିରି ଏସ୍ଏସିର ୯ ଟି ୱାର୍ଡ଼ରେ ହେବାକୁ ଥିବା ରାସ୍ତା, ଡ୍ରେନ କାର୍ଯ୍ୟ ଗୁଡ଼ିକ ପାଇଁ ସମୁଦାୟ ୧୮ ପ୍ରକଳ୍ପ ପାଇଁ ଅଟକଳ ମୂଲ୍ୟ ପ୍ରାୟ ୨୮ଲକ୍ଷ ଟଙ୍କାର ପେପର ଟେଣ୍ଡର ମାଧ୍ୟମରେ ଚଳିତ ମାସ ୭ ତାରିଖରେ ଆହ୍ଵାନ କରାଯାଇଥିଲା। ଉକ୍ତ ପେପର ଟେଣ୍ଡରକୁ ନେଇ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ କାଉନସିଲରଙ୍କ ମଧ୍ୟରେ ଅସନ୍ତୋଷ ବାତାବରଣ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ସୂଚନା ପ୍ରକାରେ ପରିଷଦ ମଧ୍ୟରେ ଥିବା ୧,୪,୬,୧୨ ନମ୍ବର ୱାର୍ଡ଼କୁ ବାଦେଇ ଅନ୍ୟ ସମସ୍ତ ୱାର୍ଡ଼ ଗୁଡ଼ିକରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡ଼ିକ ଯଥା ୱାର୍ଡ ନମ୍ବର ୨ରେ ଶଙ୍ଖସାହିରେ ୨ଟି ନୂତନ ଡ୍ରେନ ନିର୍ମାଣ, ୱାର୍ଡ ନମ୍ବର ୩ରେ କନ୍ଧସାହିରେ ୨ଟିପେଭର ରୋଡ଼, ୱାର୍ଡ ନମ୍ବର ୫ରେ କ୍ଲବ୍ସସାହିରେ ୨ଟି ପେଭର ରୋଡ଼, ୭ ନମ୍ବର ୱାର୍ଡ ବେହେରା କଲୋନୀ ବନ୍ଧର ପାହାଚ ଓ ଗାର୍ଡ ୱାଲ ନିର୍ମାଣ, ୱାର୍ଡ ନମ୍ବର ୮ରେ ନୂଆସାହିରେ ୨ଟି ପେଭର ରୋଡ଼, ୱାର୍ଡ ନମ୍ବର ୯ରେ ୨ଟି ପେଭର ରୋଡ଼, ୱାର୍ଡ ନମ୍ବର ୧୦ରେ ମହାଗୁଡ଼ା ସାହିରେ ୨ଗୋଟି ପେଭର ରୋଡ଼ ନିର୍ମାଣ, ୱାର୍ଡ଼ ନମ୍ବର ୧୧ରେ ହାତୀବାଲିରେ ୨ଟି ପେଭର ରୋଡ଼ ନିର୍ମାଣ, ୱାର୍ଡ ୧୩ରେ ୨ଟି ପେଭର ରୋଡ଼ ନିର୍ମାଣ ନିମନ୍ତେ ଟେଣ୍ଡର ବାହାରି ଥିଲା। ୧୯ ମାର୍ଚ୍ଚ ଉକ୍ତ ଟେଣ୍ଡର ଆବେଦନର ଶେଷ ଦିନ ଥୁବା ବେଳେ ୨୦ ତାରିଖରେ କାର୍ଯ୍ୟାଳୟରେ ଟେଣ୍ଡର ଖୋଲା ଯିବା ନେଇ ଦିନ ନିର୍ଦ୍ଧାରିତ ହୋଇଥିଲା। କିନ୍ତୁ ଉକ୍ତ ୱାର୍ଡ଼ କାଉନସିଲର ମାନେ ଉକ୍ତ ପ୍ରକଳ୍ପ ଗୁଡ଼ିକ ଅନାବଶ୍ୟକ ବର୍ତ୍ତମାନ ଆବଶ୍ୟକ ନୁହେଁ ତଥା ଭବିଷ୍ୟତରେ ସରକାରଙ୍କ ତରଫରୁ ଅଧିକ ଅନୁଦାନ ରାଶି ଆସିଲେ ଉକ୍ତ କାର୍ଯ୍ୟଗୁଡ଼ିକ କରାଯିବ। ତେଣୁ ଏହି ଟେଣ୍ଡରକୁ ବାତିଲ କରାଯାଉ ବୋଲି ବ୍ୟକ୍ତିଗତ ଭାବେ ସମସ୍ତ କାଉନସିଲର ଉଲ୍ଲେଖ କରି ଲିଖ୍ ଦରଖାସ୍ତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଦେଇଥିଲେ। କିନ୍ତୁ ଉକ୍ତ କାମ ଗୁଡ଼ିକ ଖଣ୍ଡେ ଖଣ୍ଡେ ରହିଥିବା କାରଣରୁ ସମ୍ପୂର୍ଣ୍ଣ କରିବା ପାଇଁ ଏହି ଟେଣ୍ଡର ଆହ୍ୱାନ କରାଯାଇଥିବା କହିଛନ୍ତି କାର୍ଯ୍ୟନିର୍ବାହୀ ଅଧିକାରୀ କାଉନସିଲର ମାନଙ୍କ ଦାବି ଅନୁସାରେ ଅନାବଶ୍ୟକ ଓ ବିନା ରେଜୁଲେସନରେ ହୋଇଥିବା କାର୍ଯ୍ୟର ଟେଣ୍ଡର ବାତିଲ କରିବା ପାଇଁ ଗୁରୁବାର କାର୍ଯ୍ୟାଳୟର ମୁଖ୍ୟ ଦ୍ବାର ତାଲା ବନ୍ଦ କରିଥିଲେ। ଜି.ଉଦୟଗିରି ଏନ୍ଏସିର ଉନ୍ନୟନ ମୂଳକ କାର୍ଯ୍ୟ ଗୁଡ଼ିକୁବାତିଲ କରିବା ନିମନ୍ତେ ଗୁରୁବାର ଦିନ ପରିଷଦ କାର୍ଯ୍ୟାଳୟରେ ହଟ୍ଟଗୋଳ ପରେ ପରିଷଦ ଅଧ୍ୟକ୍ଷା ଦେବସ୍ମିତା ଶତପଥି କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ସାହୁ, ଟେଣ୍ଡର କମିଟିରେ ଥିବା ଅଧିକାରୀ ସ୍ଥାନୀୟ ତହସିଲଦାର ଫାଲଗୁନୀ କୁମାର, ଏମ.ଇ ଅସିତ ସେଠୀ ଉପସ୍ଥିତ ଥିବା ବେଳେ ଆଇନ ଶୃଙ୍ଖଳାକୁ ନିୟନ୍ତ୍ରଣ କରିବା ପାଇଁ ଥାନା ଭାରପ୍ରାପ୍ତ ଅଧିକାରୀ ବିଜୟ ସ୍ବାଇଁ ଉପସ୍ଥିତ ଥିଲେ। ଶେଷରେ ଟେଣ୍ଡରରେ ବାହାରିଥିବା ଉକ୍ତ ୱାର୍ଡ଼ ଗୁଡ଼ିକର କାମ ଅତି ଆବଶ୍ୟକ ନ ଥିବା ଓ ରେଜୁଲେସନ ହୋଇନଥିବା ନେଇ କାଉନସିଲରଙ୍କ ଯୋଗ୍ୟ ଦରଖାସ୍ତକୁ ଆଧାର କରି ଟେଣ୍ଡର କମିଟିର ନିଷ୍ପଭି ପ୍ରକାରେ ଗୁରୁବାର ଖୋଲିବାକୁ ଥିବା ଟେଣ୍ଡର ବାତିଲ ହୋଇଥିବା ନେଇ ସୂଚନା ମିଳିଛି l
ରିପୋର୍ଟ -ସାମୁଏଲ ପ୍ରଧାନ
