ଦେବଗଡ଼(କୋଶଲ ନ୍ୟୁଜ୍):- ଦେବଗଡ ଜିଲ୍ଲା ଗାଁ ସାଥି ସଙ୍ଘ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି ବିକ୍ଷୋଭ ଶୋଭାଯାତ୍ରା କରାଯାଇଛି । ସ୍ଥାୟୀ ନିଯୁକ୍ତି ଓ ମାସିକ ପ୍ରୋତ୍ସାହନ ରାଶି ଦାବିରେ ଦେବଗଡ ନୂତନ ବସଷ୍ଟାଣ୍ଡରୁ ଜିଲ୍ଲାର ଶତାଧିକ ଗାଁ ସାଥି ଏକ ବିକ୍ଷୋଭ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ । ଏଥିସହ ଦିନ ପ୍ରାୟ ୨ ଟା ଯାଏଁ ସେମାନେ ଧାରଣାରେ ବସି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିବା ଜଣାପଡିଛି । ମହାମହିମ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ସମେତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ୧୧ ଜଣ ଅଧିକାରୀ ଓ ସାମ୍ବାଧାନିକ ମୁଖ୍ୟ ମାନଙ୍କୁ ଏହି ଦାବିପତ୍ର ପ୍ରଦାନ କରାଯାଇଥିବା ଜଣାପଡିଛି । ଆଶାୟୀ ଲିଗାଲ ଗାଁ ସାଥିଙ୍କର ଆବଶ୍ୟକୀୟ ବୟସ କୋହଳ ସହିତ ଯୁକ୍ତ ଦୁଇରୁ ଅଧିକ ଶିକ୍ଷାଗତ ଯୋଗ୍ୟତା ଥିବା ଗାଁ ସାଥିଙ୍କୁ ସ୍ଥାୟୀ ନିଯୁକ୍ତି ଏବଂ ଯୁକ୍ତ ଦୁଇରୁ କମ ଶିକ୍ଷାଗତ ଯୋଗ୍ୟତା ଥିବା ଗାଁସାଥିଙ୍କୁ ମାସିକ ୧୨ ହଜାର ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରିବାକୁ ଦାବି ହୋଇଛି । ଦେବଗଡ ଜିଲ୍ଲା ଗାଁ ସାଥି ସଂଯୋଜକ ଯୁଗଳ କିଶୋର ନାୟକଙ୍କ ନେତୃତ୍ୱରେ ଜିଲ୍ଲାର ଶତାଧିକ ମହିଳା ଓ ପୁରୁଷ ଗାଁ ସାଥି ଏଥିରେ ସାମିଲ ହୋଇଥିଲେ ।
ରିପୋର୍ଟ: ପୁଷ୍ପାଞ୍ଜଳି ବେହେରା (ଦେବଗଡ଼)