ନବରଙ୍ଗପୁର (କୋଶଲ ନ୍ୟୁଜ୍):- ନବରଙ୍ଗପୁର:ଝରିଗାଁ ବ୍ଳକ ପ୍ରସିଦ୍ଧ ଶୈବପୀଠ ରେ ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ ତା ୭/୩ ରୁ ଆରମ୍ଭ ହୋଇ ତା ୧୦/୩ ରେ ସମାପନ ହେଲା।ମନ୍ଦିର ପାର୍ଶ୍ଵରେ ଥିବା ମନ୍ଦିର ଗୁଡିକର ବିଗ୍ରହ ପ୍ରତିଷ୍ଠା ପୁରୋହିତ ମାନଙ୍କ ଦ୍ଵାରା କରାଯାଇ ଥିବା ବେଳେ ହରି ନାମ ସଙ୍କୀର୍ତ୍ତନ ବେଶ୍ ଉତ୍ସବ ମୁଖର ହୋଇ ଉଠିଥିଲା । ନବରଙ୍ଗପୁର ଜିଲ୍ଲା ତଥା ଜିଲ୍ଲା ବାହାରୁ ବହୁ ଶ୍ରଦ୍ଧାଳୁ ଭକ୍ତବୃନ୍ଦ ଙ୍କ ଭିଡ ପରିଲକ୍ଷିତ ହୋଇଥିଲା । ସମସ୍ତ ଭକ୍ତବୃନ୍ଦ ଙ୍କ ନିମନ୍ତେ ଦହିଚଲା ପାଣି ବଣ୍ଟନ ବ୍ୟବସ୍ଥା କରାଯାଇଥିବା ବେଳେ ଅନ୍ନ ପ୍ରସାଦ ସେବନର ବ୍ୟବସ୍ଥା କମିଟି ମାନଙ୍କ ଦ୍ଵାରା କରାଯାଇଥିଲା । ଶେଷ ଦିନରେ ଅଧିକ ସଂଖ୍ୟକ ଡାବୁଗାଁ ସଦର ମହକୁମାରୁ ଶ୍ରଦ୍ଧାଳୁ ମାନେ ଯାଇଥିବା ଦେଖୁବାକୁ ମିଲିଛି। ଯଜ୍ଞରେ କର୍ତ୍ତା ଭାବେ ଜି ଗୋପାଳକୃଷ୍ଣ ରାଓ ଓ ତାଙ୍କ ସହଧର୍ମିଣୀ,ଜିତେନ୍ଦ୍ର ଅଞାଙ୍ଗୀ ଓ ତାଙ୍କ ସହଧର୍ମିଣୀ, ରବି ନାରାୟଣ ଷଡଙ୍ଗୀ ଓ ତାଙ୍କ ସହଧର୍ମିଣୀ ପ୍ରମୂଖ ସମ୍ପାଦନ କରିଥିଲେ । ଉକ୍ତ ସ୍ଥାନକୁ ଝରିଗାଁ ବିଧାୟକ ନରସିଂ ଭତ୍ରା ଆଗରୁ ଆସିଥିବା ବେଳେ ଆଜି ପୂର୍ବତନ ସାଂସଦ ରମେଶ ଚନ୍ଦ୍ର ମାଝୀ,ଝରିଗାଁ ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ, ନବରଙ୍ଗପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ଡାବୁଗାଁ ଜିଲ୍ଲା ପରିଷଦ ସଭ୍ଯ ଗୁପ୍ତ ବିଶୋୟୀ, ସୂର୍ଯ୍ୟ ନାରାୟଣ ସୁବୁଦ୍ଧି ମଧ୍ୟ ଉପସ୍ଥିତ ରହିଥିଲେ । ପାର୍ବତୀ ମନ୍ଦିର, ଜଳ ପ୍ରପାତ ଦର୍ଶନ କରି ଭକ୍ତବୃନ୍ଦ ହୋଇ ଥିଲେ ମୁଗ୍ଧ। ରିପୋର୍ଟ : ମିହିର ଶଙ୍କର ପାତ୍ର (ନବରଙ୍ଗପୁର)
