ଡଙ୍ଗାଜୋର ଶୈବପୀଠରେ ମହାଶିବରାତ୍ରି ପାଇଁ ପ୍ରସ୍ତୁତି ବୈଠକ

  • ଏବର୍ଷ ପାଞ୍ଚ ଦିନ ହେବ ଶିବରାତ୍ରି ଉତ୍ସବ.
  • ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଝୁମିବେ ଦର୍ଶକ.
  • ବିଶେଷ ଆକର୍ଷଣ ମିନା ବଜାର.

କଳାହାଣ୍ଡି (କୋଶଲ ନ୍ୟୁଜ୍):- କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଉପାନ୍ତ ବନ୍ଧପାରି ପଞ୍ଚାୟତ ସ୍ଥିତ ଡଙ୍ଗାଜୋର ଶ୍ରୀ ଶ୍ରୀ ଶୈଳେଶ୍ୱର ଶୈବପୀଠରେ ମହାଶିବରାତ୍ରି ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଶୈଳେଶ୍ୱର ମନ୍ଦିର ଉନ୍ନୟନ କମିଟି ସଭାପତି ଭାସ୍କର ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକକୁ ପରିଚାଳନା କରିଥିଲେ ସଂପାଦକ ଜଗବନ୍ଧୁ ମାଝୀ। ଡଙ୍ଗାଜୋର ଶୈବପୀଠରେ ମହାଶିବରାତ୍ରି ଏବର୍ଷ ପାଞ୍ଚ ଦିନ ଧରି ହେବାକୁ ଯାଉଥିବା ବେଲେ ଦୁଇ ଦିନ ନାଟକ ମଞ୍ଚସ୍ତ ହେବ ଓ ତିନି ଦିନ ସାଂକୃତିକ କାର୍ଯ୍ୟକମ ସହ ବିଶେଷ ଆକର୍ଷଣ କରିବ ମିନା ବଜାର ବୋଲି କମିଟି ପକ୍ଷରୁ ସୂଚନା ମିଳିଛି।ଡଙ୍ଗାଜୋର ଶୈଳେଶ୍ୱର ଶୈବପୀଠ ଲାଞ୍ଜିଗଡ଼ ବ୍ଲକ ଉପାନ୍ତ ଅଞ୍ଚଳରେ ଏକ ପ୍ରମୁଖ ଶୈବପୀଠ ହୋଇଥିବା ଯୋଗୁଁ ପବିତ୍ର ମହାଶିବରାତ୍ରି କିଭଳି ଶାନ୍ତିଶୃଙ୍ଖଳାର ସହ ପାଳନ କରାଯିବ ଏବଂ ପ୍ରତ୍ୟୋକ ବର୍ଷ ଭଳି ଜନ ସମାଗମକୁ ଦୃଷ୍ଟିରେ ରଖି ଦର୍ଶକ ମାନଙ୍କ ଶୃଙ୍ଖଳିତ ପାଇଁ ବ୍ୟାପକ ଭାବରେ ବନ୍ଦବସ୍ତ କରାଯିବା ସହିତ କିପରି ଜାଗର ଉତ୍ସବ ସୁରୁଖୁରୁରେ ଶେଷ ହେବ ଓ ଦର୍ଶକ ମାନେ ଶାନ୍ତି ଶୃଙ୍ଖଳାର ସହିତ କାର୍ଯ୍ୟକ୍ରମକୁ ଉପଭୋଗ କରିପାରିବେ ସେନେଇ ବୈଠକରେ ବିସ୍ତୃତ ଆଲୋଚନା କରା ଯାଇଥିଲା।ଏଥିରେ କୋଷାଧ୍ୟକ୍ଷ ଉଗ୍ରେସନ ବାଗ, ସଦସ୍ୟ ସନମ ମାଝୀ,ଦିଲ୍ଲୀପ ମହାରଣା,ବରୁଣ ଭୋଇ,ବାଲି ମାଝୀ,ବିପିନ୍ଦ୍ର ଗୌଡ଼,କୁଞ୍ଜ ମାଝୀ,ବାଞ୍ଛାନିଧି ମାଝୀ,ରଞ୍ଜନ ବାରିକ,କାହ୍ନୁ ଚରଣ ବେନିଆଁ,ପ୍ରଦୀପ ମାଝୀ,ରାଜୁ ହରିଜନ,ପୂଜକ ଘାସିରାମ ପଟେଲଙ୍କ ସମେତ ବନ୍ଧପାରି ପଞ୍ଚାୟତର ଅନେକ ସ୍ବେଛାସେବୀ ଯୁବକ ମାନେ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ।

ରିପୋର୍ଟ : ମଳୟ ବେନୁଆଁ  (ଲାଞ୍ଜିଗଡ଼)

Comments
Loading...