ପରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ 

 

ଦେବଗଡ଼(କୋଶଲ ନ୍ୟୁଜ୍):- ରିଆମାଳ ବ୍ଲକ ଅନ୍ତର୍ଗତ ପରା ଗ୍ରାମ ପଞ୍ଚାୟତ ସ୍ଥିତ ପରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଓ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରମୋଦ କୁମାର ପ୍ରଧାନଙ୍କ ସଭାପତିତ୍ବରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ହିସାବରେ ରିଆମାଳ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ରଞ୍ଜିତ ଭୋଏ , ମୁଖ୍ୟ ବକ୍ତା ଭାବରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ସଂଯୁକ୍ତା ସାମଲ ତଥା ସମ୍ମାନୀତ ଅତିଥି ଭାବରେ ଏମ.ପି.ସି. ଏକାଡେମୀ ଷେଣ୍ଢା ହାଇସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବିଜୟ କୁମାର ସାହୁ, ପୂର୍ବତନ ସିଆରସିସି ନିରଞ୍ଜନ ବେହେରା, ପ୍ରସନ୍ନ କୁମାର ବସନ୍ତରା, ବଂଶୀଧର ପ୍ରଧାନ, ରିଆମାଳ ବ୍ଲକ ଶିକ୍ଷକ ସଙ୍ଘର ସଭାପତି କୁମୁଦ ବନ୍ଧୁ ବସନ୍ତରା , ପରା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନବ କିଶୋର ସାହୁ, ବରିଷ୍ଠ ଶିକ୍ଷକ ଧରଣୀଧର ନାଏକ, ତପନ ମିଶ୍ର, ଡିଲେଶ୍ୱର ବିଶ୍ୱାଳ, ଜୟକୃଷ୍ଣ ବିଶ୍ୱାଳ, ଶିକ୍ଷୟତ୍ରୀ ବର୍ଷାରାଣୀ ହାତୀ,ପରା ସରପଞ୍ଚ ପପିନା ବିଶ୍ୱାଳ, ବୁଢ଼ାପାଳ ପୂର୍ବତନ ସରପଞ୍ଚ ବିରେନ୍ କୁମାର ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ।

ସମାଜସେବୀ ତପନ କୁମାର ନାୟକ ଅତିଥି ପରିଚୟ ପ୍ରଦାନ ସହ ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷାବିତ୍ ଅମୂଲ୍ୟ କୁମାର ମିଶ୍ର ବିବରଣୀ ପାଠ କରିଥିଲେ। ଛାତ୍ରଛାତ୍ରୀ ମାନେ ପାଠପଢା ସହିତ ଉତ୍ତମ ବ୍ୟବହାର ଏବଂ ଖେଳକୁଦ, ଦେଶପ୍ରେମୀ ତଥା ସଂସ୍କାରିତ ରହି ଆଦର୍ଶ ଭାବେ ନିଜକୁ ଗଢିତୋଳିବାକୁ ଅତିଥିମାନେ ଅଭିଭାଷଣରେ ଆହ୍ବାନ କରିଥିଲେ। ଏହି ଅବସରରେ ବାର୍ଷିକ ଉତ୍ସବ ଉପଲକ୍ଷେ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ମାନପତ୍ର ସହ ପୁରସ୍କାର ପ୍ରଦାନ କରଯାଇଥିଲା। ସଭା କାର୍ଯ୍ୟ ପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ନୃତ୍ୟ ଓ ସଙ୍ଗୀତ ଭଳି ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ନିକଟସ୍ଥ ଜରାଛାଟ, ଠିଆନାଳ, ବୁଢ଼ାପାଳ ପ୍ରଭୃତି ପ୍ରାଥମିକ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ମଧ୍ଯ ଅଂଶ ଗ୍ରହଣ କରିଥିଲେ ।କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ରଘୁନାଥ ନାଏକ, ନବୀନ ପ୍ରଧାନ, ପ୍ରଶାନ୍ତ ଗଡନାୟକ , ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ସତ୍ୟବାନ ସାହୁ ସମେତ ସମସ୍ତ ଶିକ୍ଷକ ଏବଂ କର୍ମକର୍ତ୍ତା ସକ୍ରୀୟ ସହଯୋଗ କରିଥିଲେ।

Comments
Loading...