ବାଲିଗୁଡ଼ା(କୋଶଲ ନ୍ୟଜ୍):-କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନ ଏସି ସୁନାପାଙ୍ଗ ସାହି ରେ ଘଟିଛି ଅଭାବନିୟ ଘଟଣା l ମାନସିକ ରୋଗ ରେ ଆକ୍ରାନ୍ତ ବିଧବା ମହିଳା ଜଣଙ୍କ ଆଜି ସଂଧ୍ୟା ୭ ଟା ସମୟ ରେ ଘର ଭିତରେ ରହି ବାହାର ପଟୁ ତାଲା ପକାଇ ନିଜ ଘର ର ସମସ୍ତ ଜିନିଷ ନିଆଁ ଲଗାଇ ଦେଇ ଥିଲେ l ନିଆଁ କୁ ଦେଖି ସ୍ଥାନୀୟ ଲୋକେ ମହିଳାଙ୍କ ଭାଇ କୁ ଫୋନ ଯୋଗେ ଜଣାଇ ଥିଲେ l ଏହା ପରେ ଭାଇ ଜଣଙ୍କ ମାନସିକ ରାଗରେ ଆକ୍ରାନ୍ତ ବଡ଼ ଭଉଣୀ କୁ ବାହାରକୁ ଡାକି ଥିଲେ ମଧ୍ୟ୍ୟ ସେ ତାଲା ଖୋଲି ବାହାରକୁ ଆସିନ ଥିଲେ l ଏହା ପରେ ଅଞ୍ଚଳ ବାସି ଅଗ୍ନିଶମ ବିଭାଗ ଖବର ଦେଇ ଥିଲେ l ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗ ପହଞ୍ଚି ଘର କବାଟ ତାଡ଼ି ଭିତରେ ପଶି ନିଆଁ କୁ ଲିଭାଇ ବାରେ ସକ୍ଷମ ହୋଇ ଥିଲେ l ମାନସିକ ରୋଗୀ ଜଣଙ୍କ ଅଗ୍ନିଶମ ବିଭାଗ କର୍ମ ଚାରିକୁ ଦେଖି ବାରିପଟ କବାଟ ଖୋଲି ଦୌଡ଼ି ପଳାଇ ଥିଲେ l ଠିକ ସମୟରେ ଅଗ୍ନିଶମ ବିଭାଗ ପହଁଚି ଥିବାରୁ ମାନସିକ ରୋଗୀଙ୍କର ଜୀବନ ବଞ୍ଚି ଯାଇଛି l ମାନ ସିକ ରୋଗୀ ଜଣଙ୍କ ର ସ୍ବାମୀ ଓ ପୁଅ ମୃତ୍ୟୁ ହୋଇ ଥିବା ଯୋଗୁଁ ସେ ଏକୁଟିଆ ନିଜ ଘରେ ରହୁ ଛନ୍ତି l ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ବିଧବା ମହିଳାଙ୍କ ମାନଶିକ ରୋଗର ଚିକିତ୍ସା କରିବା ନିମନ୍ତେ ଅଞ୍ଚଳ ବାସି ଦାବି କରିଛନ୍ତି l
ରିପୋର୍ଟ -ସାମୁଏଲ ପ୍ରଧାନ
