ତୁମୁଡିବନ୍ଧ(କୋଶଲ ନ୍ୟୁଜ୍)ଗୁମା… ଡୁପି ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ନିପୁଣ ଓଡ଼ିଶା ମେଳା ସରକାରୀ ପ୍ରାଥମିକ ବିଦ୍ୟାଳୟ ସାପେରୀ ଠାରେ ଓଡିଶା ସରକାରଙ୍କର ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ମିଶନର କାର୍ଯ୍ୟକ୍ରମର ନିପୁଣ ଓଡ଼ିଶା ମେଳା ଅନୁଷ୍ଠିତ ହୋଇଥିଲା l ଉକ୍ତ ମେଳାରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀ ସଞ୍ଜୟ କୁମାର ମାଝୀଙ୍କ ତତ୍ୟ ବଧାନ ରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥଲା l ଉକ୍ତ କାର୍ଯ୍ୟକ୍ରମରେ ଗୁମା ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ସଞ୍ଜୁ ମଲିକ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ, ମୁଖ୍ୟ ବକ୍ତା ଶ୍ରୀ ମଦନ ପରାସେଠ ସେବା ସମର୍ପଣ ସାଂସ୍କୃତିକ ପରିଷଦ, ଗୁମା ସମ୍ମାନିତ ଅତିଥି ଶ୍ରୀ ବିଭୂଷଣ ମାଝୀ ସେବା ସମର୍ପଣ ସାଂସ୍କୃତିକ ପରିଷଦ ଗୁମା ଓ ବିଭିନ୍ନ ଗ୍ରାମରୁ ବହୁ ଭଦ୍ର ବ୍ୟକ୍ତି ଓ ବିଦ୍ୟାଳୟରେ ପାଠପଢ଼ୁଥିବl ଛାତ୍ର /ଛାତ୍ରୀଙ୍କୁ ପିତାମାତା ଯୋଗଦେଇଥିଲେ l ଉକ୍ତ କାର୍ଯ୍ୟକ୍ରମର ବୈଠକରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ବିଲାରତନ ନାୟକଙ୍କ ଅନୁରୋଧ କ୍ରମେ ଆମ ଆଞ୍ଚଳିକ ସାଧନ କେନ୍ଦ୍ର ଅଧିନସ୍ଥ ନୂଆମୁଣ୍ଡା ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଉଦେଶ୍ଵର ବଡ଼ସେଠ ମଞ୍ଚ ପରିଚାଳନା କରିଥିଲେ l ଉପସ୍ଥିତ ଅତିଥି ଓ ସମସ୍ତ ଶିକ୍ଷକ/ଶିକ୍ଷୟତ୍ରୀଙ୍କୁ ସାପେରୀ ପ୍ରଧାନ ଶିକ୍ଷକ ଶ୍ରୀ ବିଲାରତନ ନାୟକ ଓ ସହକାରୀ ଶିକ୍ଷକ ଶ୍ରୀ ନବଘନ ପରାସେଠଙ୍କ ନିର୍ଦେଶ କ୍ରମେ ବିଦ୍ୟାଳୟର ଛାତ୍ରୀଙ୍କ ଦ୍ୱାରା ସମସ୍ତ ଅତିଥିଙ୍କୁ ତିଳକ ଚନ୍ଦନ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ କରାଯାଇଥିଲା l ଏହା ପରେ ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ଚରଣାବିନ୍ଦରେ ଭୁକ୍ତି ପୁତ ଦୀପ ଧୂପ ନୈବେଦ୍ୟ ଅର୍ପଣ ପୂର୍ବକ ପ୍ରଦୀପ ପ୍ରଯ୍ୟଳନ ଓ ଧୂପ ଦେଇ ଶାନ୍ତି ମନ୍ତ୍ର କରାଗଲା l ଏହା ପରେ ସାପେରୀ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରି ଉପସ୍ଥିତ ଅତିଥି ଓ ଅବିଭାବକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ l ନିପୁଣ ଓଡ଼ିଶା ମେଳା କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦେଶ୍ୟ କଣ ତାହା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀ ସଞ୍ଜୟ କୁମାର ମାଝୀ ସମସ୍ତଙ୍କୁ ଅତି ସରଳ ଭାବରେ ଉପସ୍ଥାପନା କରିଥିଲେ lମୁଖ୍ୟ ଅତିଥି ନିଜ ବକ୍ତବ୍ୟରେ କହିଲେଯେ. “ନିପୁଣ ଓଡିଶା ମେଳା ପ୍ରଥମରୁ ତୃତୀୟ ଶ୍ରେଣୀର ପିଲାଙ୍କ ପାଇଁ ପାଠ ପଢା ପାଇଁ ଏକ ନୁଆଁ ଦିଶା ହେବ ” ମୁଖ୍ୟବକ୍ତା ଶ୍ରୀ ମଦନ ପରାସେଠ କହିଲେଯେ ” ନିପୁଣ ଓଡିଶା ମେଳା ସମସ୍ତ ପ୍ରଥମରୁ ତୃତୀୟ ଶ୍ରେଣୀର ପିଲାଙ୍କ ପାଇଁ ଓ ଶିକ୍ଷକ ଭାଇ ଭଉଣୀଙ୍କ ପାଇଁ ଭାଷା ଓ ମୌଳିକ ସାକ୍ଷରତା ସଂଖ୍ୟା ଜ୍ଞାନ କାର୍ଯ୍ୟକ୍ରମ କରିବାରେ ସଫଳ ରୂପାୟନ ହୋଇପାରlବ l ବରିଷ୍ଠ ଶିକ୍ଷକ ଶ୍ରୀ ଉଦେଶ୍ଵର ବଡ଼ସେଠ କହିଲେଯେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ଛାତ୍ର/ଛାତ୍ରୀଙ୍କ ନିକଟତର ହୋଇପାରିବା l ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ବିଳରତନ ନାୟକ କହିଲେ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ମିଶନ ସଫଳ ପାଇଁ ଆମ ସମସ୍ତଙ୍କ ପରିଶ୍ରମ ଓ ସଚେତନତାର ଆବଶ୍ୟକ l ଏହି କାର୍ଯ୍ୟକ୍ରମରେ ଶ୍ରୀ ଭୀମରାଜ ବଡ଼ନାୟକ କହିଲେଯେ” ଶିକ୍ଷା ପାଇଁ ଶିକ୍ଷକଙ୍କ ନିରନ୍ତର ପ୍ରୟାସ ହେଲା ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ମିଶନ ସଫଳ ହୋଇ ପାରିବ” l ବିଶ୍ୱନାଥ ମାଝୀ, ଜଗଦିଶ କୁମାର ନାୟକ,ରମାକାନ୍ତ ନାୟକ,ସୁରେନ୍ଦ୍ର ମୁଠା ମାଝୀ, ନାହୁ ପ୍ରଧାନ, ଗିରିଧାରୀ ପରାସେଠ, ସୁଚିତ୍ରା ପରାସେଠ, ଲକ୍ଷ୍ମଣ ବେହେରା, ପୂର୍ଣ୍ଣ ଚନ୍ଦ୍ର ଅମରସେଠ, ଆମ୍ବେଦ କହଁର, ଚିତ୍ତରଞ୍ଜନ କହଁର ଓ ଗୀତାରାଣୀ ବଡ଼ସେଠ ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଶିକ୍ଷଣ ସାମଗ୍ରୀ (TLM)ର ମାନନୀର୍ଦ୍ଧାରଣ କରାଯାଇଥିଲା l ଏହି ଚୟନ ପ୍ରକ୍ରିୟା ପାଇଁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀ ସଞ୍ଜୟ କୁମାର ମାଝୀ ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମକୁ ତିନୋଟି TLM କୁ ଚୟନ କଲେ I ଏହା ପରେ ସମସ୍ତ ବିଦ୍ୟାଳୟରୁ ଆସିଥିବା ଶିକ୍ଷକ ଓ ଛାତ୍ର ଛାତ୍ରୀ ଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଗଲା ଓ ମାଧ୍ୟାନ୍ନ ଭୋଜନ କାର୍ଯ୍ୟକ୍ରମ କରାଗଲା l ଶେଷରେ ବରିଷ୍ଠ ଶିକ୍ଷକ ଶ୍ରୀ ଉଦେଶ୍ଵର ବଡ଼ସେଠ ଉପସ୍ଥିତ ଥିବା ଅତିଥି, ଅବିଭାବକ ଓ ଛାତ୍ର /ଛାତ୍ରୀଙ୍କୁ, ସାପେରୀ ବିଦ୍ୟାଳୟର ସମସ୍ତ ଷ୍ଟାଫ ଓ ସଫଳ ଆୟୋଜନ କରିଥିବା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀ ସଞ୍ଜୟ କୁମାର ମାଝୀଙ୍କୁ ଧନ୍ୟବାଦ ପୂର୍ବକ ସଭା ସାଙ୍ଗ କରାଗଲା I
ରିପୋର୍ଟ:-ପ୍ରବୀଣ କୁମାର ପଟ୍ଟନାୟକ