ନିଖୋଜ ବୃଦ୍ଧାଙ୍କୁ ବିଳମ୍ବିତ ରାତିରେ ପୋଖରୀ ରୁ ଉଦ୍ଧାର

ଦେବଗଡ଼ (କୋଶଲ ନ୍ୟୁଜ୍):-  ଗତକାଲି ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକର କଲା ଗାଁର ପାଣୁ ସାହୁଙ୍କ ପୁଅ ହୃଦାନନ୍ଦ ସାହୁ ବୟସ ୬୪,ସବୁଦିନ ପରି ସେ ମଙ୍ଗଳବାର ସାପ୍ତାହିକ ହାଟ ସାରି କଲା ବଡପଖରି କୁ ଗାଧୋଇବା ପାଇଁ ଯାଇଥିଲେ,ହେଲେ ସନ୍ଧ୍ୟା ସୁଦ୍ଧା ଘରକୁ ଫେରି ନଥିଲେ ତାଙ୍କ ପରିବାର ଲୋକେ ଖୋଜାଖୋଜି କରିଥିଲେ କିନ୍ତୁ ସନ୍ଧାନ ପାଇନଥିଲେ । ପରେ ବାରକୋଟ ଥାନାକୁ ପରିବାର ଲୋକେ ଜଣାଇଥିଲେ । ପୋଲିସ ତଦନ୍ତ କରି ତାଙ୍କ ତତ୍ତ୍ଵାବଧାନରେ ମଙ୍ଗଳ ବାର ସନ୍ଧ୍ୟାରୁ ,ବାରକୋଟ ଦମକଳବାହୀ ,ଏବଂ ଓଡ୍ରା 4ର୍ଥ ବାଟାଲିୟନ ବଂପର୍ଡା ମିଳିତ ସହଯୋଗରେ ପାଖରୀରେ ଉଦ୍ଧାର କାର୍ଯ୍ୟଜାରି ରହିଥିଲା କିନ୍ତୁ ଗତ ମଙ୍ଗଳବାର ସନ୍ଧ୍ୟା ରୁ ବୁଧବାର ସନ୍ଧ୍ୟା ପର୍ଯ୍ୟନ୍ତ କୈଣସି ସନ୍ଧାନ ନପାଇ ବିଫଳ ହୋଇ ଫେରିଯାଇଥିଲେ । ପରେ ବହୁ ବିଳମ୍ବିତ ରାତିରେ ମୃତ ଶରୀରଟି ପାଣିରେ ଭାସି ଉଠିଥିଲା। ଫଳରେ ଯୋଗି ରହିଥିବା ପରିବାର ତଥା ସ୍ଥାନୀୟ ଲୋକେ ବୃଦ୍ଧାଙ୍କ ମୃତ ଶରୀରକୁ ଉଦ୍ଧାର କରି ଥାନାକୁ ହସ୍ତାନ୍ତର କରିଥିଲେ। ବାରକୋଟ ଥାନା ସହଯୋଗରେ ମୃତ ଶରୀରକୁ ପାଲଲହଡା ଡାକ୍ତରଖାନା କୁ ପଠାଯାଇଛି । ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ବାରକୋଟ ଥାନା ପକ୍ଷରୁ ସୂଚନା ମିଳିଛି। ଅନ୍ୟ ପଟେ ବଲଣ୍ଡା ଗ୍ରାମପଞ୍ଚାୟତ ଗୋଡ଼ଭଙ୍ଗା ସାହିର ସମ୍ବାରୁ ପାତ୍ର ଗୋଡ଼ଭଙ୍ଗା କୋଟା ସାହିରେ ରହିଥିବା ପୋଖରୀକୁ ଗତକାଲି ଅପରାହ୍ନ ସମୟରେ ଗାଧୋଇବାକୁ ଯାଇଥିଲେ କିନ୍ତୁ ଫେରି ନଥିଲେ। ପରିବାର ଲୋକେ ଖଜା ଖଜି କରିବାପରେ ପାଖରୀ ତୁଠରେ ମୃତକଙ୍କ ଚପଲ କପଡା ଦେଖି ବାରକୋଟ ଦମକଳ କେନ୍ଦ୍ରକୁ ସୂଚନା ଦେଇଥିଲେ। ବାରକୋଟ ଦମକଳ ବାହିନୀ ଖଜାଖୋଜି କରି ଗତ ସନ୍ଧ୍ୟାରେ ମୃତ ଶରୀର ଉଦ୍ଧାର କରି ପ୍ରଥମେ ବାରକୋଟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ପୋଲିସ କୁ ସୂଚନା ଦେଇଥିଲେ। ବାରକୋଟ ପୋଲିସ ତଦନ୍ତ କରି ମୃତ ଶରୀର କୁ ସବବ୍ୟବଛେଦ ପାଇଁ ପାଲଲହଡା ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିବା ସୂଚନା ମିଳିଛି।

Comments
Loading...