ତୁମୁଡିବନ୍ଧ(କୋଶଲ ନ୍ୟୁଜ୍):-ବିକଶିତ ଗାଁ ବିକଶିତ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ କର କମଳରେ ଖୋର୍ଦ୍ଧା ଜିଲ୍ଲାର ଜଙ୍କିଆ ଠାରେ ୧୨ ଘଣ୍ଟା ସମୟରେ ଶୁଭ ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ତୁମୁଡିବନ୍ଧ ବ୍ଲକ ରେ ମଧ୍ୟ ବିକଶିତ ଗାଁ ବିକଶିତ ଓଡିଶା ଯୋଜନାର ଶୁଭାରମ୍ଭ ସିଧା ପ୍ରସାରଣ ଲାଇଭ ଟିଭି ଚ୍ୟାନାଲ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ଏହି ଯୋଜନାରେ ଗ୍ରାମୀଣ ଭିତ୍ତିଭୂମି ଏବଂ ଅର୍ଥନୀତି ସୁଦୃଢ ହେବାସହ ଗ୍ରାମୀଣ ଜୀବନ ସୁଗମ ହୋଇପାରିବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଏହି ଅଭିନଭ ଯୋଜନାର ଲକ୍ଷ୍ୟ ରଖା ଯାଇଛି।ଏହା ଦ୍ୱାରା ନୂତନ ସରକାରଙ୍କର ଉତ୍କର୍ଷ ଓଡିଶା – ୨୦୩୬ ର ରୂପାନ୍ତରଣରେ ଏହା ସହଯୋଗ କରିଵା ସହ ନୂତନ ଦିଗଦର୍ଶନର ବାର୍ତ୍ତା ଦବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ପ୍ରକାଶ କରିଛନ୍ତି।ଏହି ଯୋଜନାରେ ୫ ବର୍ଷ ପାଇଁ ୫ କୋଟି ଖର୍ଚ କରାଯିବାପାଇଁ ଲକ୍ଷ୍ୟ ରଖା ଯାଇଛି। ପ୍ରତି ବର୍ଷ ୧ କୋଟି ଟଙ୍କା ଗ୍ରାମର ଉନ୍ନତିକାରଣ ପାଇଁ ଖର୍ଚ୍ଚ କରାଯିବା ପାଇଁ ଲକ୍ଷ ରଖା ଯାଇଛି।ଏହାର ସିଧା ପ୍ରସାରଣ ଜରିଆରେ ପ୍ରଦର୍ଶନର ଏଵଂ ଲାଇଭ ଟିଭି ଚ୍ୟାନେଲ ମାଧ୍ୟମରେ ପ୍ରଚାର ପ୍ରସାର କରାଗଲା। ଏହି ଅବସରରେ ତୁମୁଡିବନ୍ଧ ବ୍ଲକର ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୋବିନ୍ଦ ଚନ୍ଦ୍ର ଦାସ , ଗ୍ରାମପଞ୍ଚାୟତ ଉନ୍ନୟନ ଆଦିକାରୀ ବିଘ୍ନେଶ୍ୱର ଦିଗାଲ, ସହକାରୀ ଯନ୍ତ୍ରୀ କେଦାରନାଥ ଚୌଧୀରି, ଏପିଓ ଜୋତିରଞ୍ଜନ ବେହେରା, ବିପିଏମ ଅକ୍ଷୟ ପ୍ରଧାନ, ତୁମୁଡିବନ୍ଧ ବ୍ଲକ ସାଂସଦ ପ୍ରତିନିଧି ପୂର୍ଣ୍ଣ ଚଦ୍ର ପଢି, ବ୍ଲକ ଅଧ୍ୟକ୍ଷା ବାସନ୍ତୀ ମାଝୀ, ବ୍ଲକ ଉପାଧ୍ୟକ୍ଷ ସନ୍ତୋଷ ସାହୁ, ପୂର୍ଵତନ କନ୍ଧମାଳ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ନେତ୍ର ମନସେଠ, ତୁମୁଡିବନ୍ଧ ବିଜେପି ବ୍ଲକ ସଭାପତି ସରମେଶ୍ୱର ମାଝୀ, ଶ୍ରୀଚନ୍ଦ୍ର ପାରାସେଟ, ପବିତ୍ର ବେହେରା, ଶଙ୍କର ବଡ଼ନାୟକ, ରବି ପାତ୍ର ଏବଂ ଜନପ୍ରତିନିଧି, ଏକାଧିକ ମିଶାନଶକ୍ତି ର ମିହିଳା ମାନେ ଉପସ୍ଥିତି ଥିଲେ। ରିପୋର୍ଟ – ପ୍ରବୀଣ କୁମାର ପଟ୍ଟନାୟକ
