କ ନୂଆଗାଁ ବ୍ଲକ ପକ୍ଷରୁ ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ ଉଦ୍‌ଘାଟିତ

ବାଲିଗୁଡ଼ା(କୋଶଲ ନ୍ୟୁଜ୍):-ସାରା ରାଜ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଯାଇଛି । ଏହି ଅବସରରେ କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ କାର୍ଯ୍ୟାଳୟରେ ପରିସରରେ ଭିଡିଓ କନଫରେନ୍ସରେ ମାଧ୍ୟ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍‌ଘାଟନ କରିଛନ୍ତି l
କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ସମସ୍ତ ଗାଁ ହେବ ବିକଶିତ ଆଉ ଓଡ଼ିଶାର ହେବ ବିକଶିତ l ମୌଳିକ ଭିତ୍ତିଭୂମି ବିକାଶ ସହ ଗ୍ରାମୀଣ ଯୋଗାଯୋଗ ବ୍ୟବସ୍ଥାର ସୁଦୃଢ଼ିକରଣ କରାଯିବା ସହ ଆଭ୍ୟନ୍ତରୀଣ ଆନ୍ତଃ ଗ୍ରାମ୍ୟ ସଂଯୋଗୀକରଣ ସହ ଶିକ୍ଷା ଓ କ୍ରୀଡା ଭିତ୍ତିଭୂମିର ସମ୍ପ୍ରସାରଣ ଓ ଆଧୁନିକରଣ କରାଯିବ l ଏଥିସହ ଅଭିନ ଭାବେ ଜନ ମଙ୍ଗଳକାରୀ ବହୁମୁଖୀ ପ୍ରକଳ୍ପର ନିର୍ମାଣ କରାଯିବା ଲକ୍ଷ ରଖାଯାଇଛି l କ.ନୂଆଗାଁ ବ୍ଲକର ୧୪ଟି ପଞ୍ଚାୟତର ବିକାଶ କରାଯିବ ଏହି ଯୋଜନା ୫ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବା ପର୍ଯ୍ୟନ୍ତ ଗାଁ ଗାଁରେ କଲ୍ୟାଣ ମଣ୍ଡପ, କ୍ଷୁଦ୍ର ପର୍ଯ୍ୟଟନସ୍ଥଳ, ପୂଜାପୀଠ, ଗୋଷ୍ଠୀ ସଭାଗୃହ, ପିଇବାପାଣି, ରାସ୍ତା ଘାଟ, ପୋଖରୀ ଖନନ,ସମେତ ଅନେକ ଉନ୍ନୟନ କାର୍ଯ୍ୟ କରାଯିବ l ଏଥିପାଇଁ ପ୍ରତି ପଞ୍ଚାୟତ ପାଇଁ ଖସଡ଼ା ଓ ଯୋଜନା ପ୍ରସ୍ତୁତି କରାଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆ ଯାଇଛି l
ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆନନ୍ଦ କୁମାର ପଣ୍ଡା ଙ୍କ ତତ୍ତ୍ୱାବଧନରେ ଅଯୋଜିତ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ସୁଲୋଚନା ଦଳବେହେରା, ଜିଲ୍ଲା ପରିଷଦ ସଭ୍ୟା ଅନିତା ମଲିକ, ଉପାଧ୍ୟକ୍ଷ ଧବଳେଶ୍ଵର ପାତ୍ର, ସହକାରୀ ନିର୍ବାହୀ ଯନ୍ତ୍ରୀ ସୁଭମ ମହାପାତ୍ର, ସିପି ରାକେଶ କୁମାର ସାହୁ ଜିପିଓ ଅନିଲ କୁମାର ପଟ୍ଟନାୟକ, ସାଂସଦ ପ୍ରତିନିଧି ପଣ୍ଡିତ କୁମାର ବିଶିମାଝୀ ଓ ଡାକ୍ତର ଅମିତ୍ କୁମାର ବେହେରା ଏବଂ କଞ୍ଜାମେଣ୍ଡି ପଂଚାୟତ ନିର୍ବାହୀ ଅଧିକାରୀ କେଶବ ଚନ୍ଦ୍ର, କାମ୍ପୋ,ରଜନ୍ତିକାନ୍ତ ଦାସ,ରହିମ ନାୟକ, ସହିତ ବ୍ଲକର ସମସ୍ତ ଷ୍ଟାଫ୍ସ ଏବଂ ସରପଞ୍ଚ, ସମିତି ସଭ୍ୟ ଓ ଓ୍ବାର୍ଡ ମେମ୍ବର ଜନ ସାଧାରଣ ଉପସ୍ଥିତ ରହି ଥିଲେ l

Comments
Loading...