ମଗଡ଼ିଙ୍ଗିଆ ଗ୍ରାମରେ ଖେଳ ପଡ଼ିଆର ଉନ୍ନତିକରଣ କେବେ ? ଡ୍ରେସିଂ ରୁମ୍ ଓ ଗାର୍ଡୱାଲ୍

କନ୍ଧମାଳ (କୋଶଲ ନ୍ୟୁଜ୍):- କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକ ବଣ୍ଡଗୁଡ଼ା ପଞ୍ଚାୟତ ମଗଡ଼ିଙ୍ଗିଆ ଗ୍ରାମର ଖେଳ ପଡ଼ିଆ ବ୍ଲକ ଓ ପଞ୍ଚାୟତ ପ୍ରଶାସନ ଦ୍ୱାରା ନିର୍ମାଣ କରାଗଲା । କିନ୍ତୁ ବର୍ତ୍ତମାନ ଖେଳ ପଡ଼ିଆର ଅବସ୍ଥା କହିଲେ ନ ସରେ ଲଗାଣ ବର୍ଷାରେ ଧୋଇ ହୋଇ ଯାଉଛି ଯାହା ଫଳରେ ଯୁବ ଗୋଷ୍ଠୀ ବର୍ତ୍ତମାନ ସେହି ଖେଳ ପଡ଼ିଆରେ ଖେଳିବା ପାଇଁ ମଧ୍ୟ ସୁରକ୍ଷିତ ମନେ କରୁନାହାଁନ୍ତି । କାରଣ ପ୍ରାୟ ଦଶ ଫୁଟ ପାଖାପାଖି ରାସ୍ତାରୁ ଉପରେ ରହୁଥିବାରୁ ଖେଳ ପଡ଼ିଆର ମାଟି ଖସି ଖସି ଆସୁଛି ଖେଳ ପଡ଼ିଆ ପାଇଁ ମୁଖ୍ୟ ଦାବି ଗୁଡ଼ିକ ହେଉଛି ଖେଳ ପଡ଼ିଆ ପାର୍ଶ୍ୱରେ ଗାଡ଼ୱାଲ୍ ପାନୀୟଜଳ ର ବ୍ୟବସ୍ଥା ଦର୍ଶକଙ୍କ ପାଇଁ ଗାଡ଼ୱାଲ୍ ଡ୍ରେସିଂ ରୁମ୍ ଓ ପାନୀୟଜଳ ଆଦି ନିର୍ମାଣ ପୂର୍ବରୁ ଏହି ବିଷୟ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବ୍ଲକ ଏବଂ ଜିଲ୍ଲାପାଳ ସମସ୍ତଙ୍କୁ ଦାବି ଦିଆଯାଇଥିଲା । ବର୍ତ୍ତମାନ ବାଲିଗୁଡ଼ା ବିଧାୟକ ଶ୍ରୀଯୁକ୍ତ ଚକ୍ରମଣି କହଁର ଦାବି ଜଣାଇଛନ୍ତି ମଗଡ଼ିଙ୍ଗିଆ ଗ୍ରାମର କିଛି ଯୁବ ଗୋଷ୍ଠୀ ଆଜିକା ସମୟରେ ଛଟ ଛଟ ଗ୍ରାମ ଗୁଡ଼ିକରେ ମଧ୍ଯ ଖେଳ ପଡ଼ିଆ ନିର୍ମାଣ ହୋଇଯାଇଛି । ମଗଡ଼ିଙ୍ଗିଆ ଏକ ବଡ଼ ଗ୍ରାମ ହୋଇଥିବା ବେଳେ ବାଲିଗୁଡ଼ା ବିଧାୟକ ଶ୍ରୀଯୁକ୍ତ ଚକ୍ରମଣି କହଁର ଛଡ଼ା ଅନ୍ୟ ପ୍ରଶାସନ ଏହି ଖେଳ ପଡ଼ିଆକୁ କାହିଁକି ସମସ୍ତେ ଅଣଦେଖା କରୁଛନ୍ତି ତାହା ଉପରେ ବିଚାର ବିମର୍ଶ କରିବା ଆବଶ୍ୟକ।

Comments
Loading...