ବାଲିଗୁଡ଼ା- (କୋଶଲ ନ୍ୟୁଜ୍) ମାନବିକତାର ପରିଚୟ ଦେଲେ ଉପଜିଲ୍ଲାପାଳ ଅସୁସ୍ଥ ଛୋଟା ଓଟ ଟିକୁ ଉଦ୍ଧାର କରି ଦେଲେ ନୁଆଁ ଜୀବନ ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ଋତୁଙ୍ଗିଆ ପଞ୍ଚାୟତ ସଲାଗୁଡ଼ା ଗ୍ରାମରେ l ସୂଚନା ଥାଉକି କିଛି ଦିନ ତଳେ କିଛି ଯାଯାବର ଲୋକେ ଓଟ ସହାୟତାରେ ବାହାର ରାଜ୍ୟରୁ ଆସି ବାଲିଗୁଡ଼ା ଅଞ୍ଚଳର ଦୁର୍ଗମ ବଣ ପାହାଡ଼ ଘେରା ଗ୍ରାମ ବୁଲି ଲୋକଙ୍କୁ ଚାଉଳ ଭିକ୍ଷା ମାଗି ଜୀବନ ବିତାଉଥିଲେ l ସାଙ୍ଗରେ ନେଇ ଆସିଥିବା ଓଟ ଟିର ଗୋଡ଼ ଋତୁଙ୍ଗୀଆ ପଞ୍ଚାୟତ ସଲାଗୁଡ଼ା ଗ୍ରାମ ନିକଟରେ ଭାଙ୍ଗି ପଡ଼ି ଥିଲା ସ୍ଵାର୍ଥପର ଓଟ ମାଲିକ ଓଟ ଟିର ଗୋଡ଼ ଠିକ କରିବା ବଦଳରେ ଓଟ ଟିକୁ ସେଠାରେ ଛାଡ଼ି ଚମ୍ପଟ ମାରିଥିଲା l ପ୍ରାଣ ବିକଳରେ ଭୋକରେ ଆଉଟୁ ପାଉଟୁ ଓଟ ଟି ଚିତ୍କାର କରିବା ପରେ ସ୍ଥାନୀୟ ଲୋକେ କିଛି ଖାଦ୍ୟ ଓଟକୁ ଖାଇବାକୁ ଦେଇ ଏକ ଜରି ପାଲ ଢାଙ୍କି ରଖିଥିଲେ l ଓଟ ଟିର ଦୟନୀୟ ଅବସ୍ଥା ଦେଖି ଓଟ ଟିର କଷ୍ଟକୁ ହୃଦଙ୍ଗମ କରି ବାଲିଗୁଡ଼ା ଉପଜିଲ୍ଲାପାଳ ଡ଼ଃ ରୀନା ପ୍ରଧାନଙ୍କ ନିର୍ଦେଶ ଅନୁଯାଇ ଆର ଆଇ ଗାୟତ୍ରୀ ପ୍ରଧାନ,ଏ ଆର ଆଇ ସିଦ୍ଧାର୍ଥ ଗୌତମ ପଟ୍ଟନାୟକ, ଭେଟନାରି ଷ୍ଟାଫ୍,ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଜେସିବି ସହାୟତାରେ ଅସୁସ୍ଥ ଓଟ ଟିକୁ ଉଦ୍ଧାର କରି ବାଲିଗୁଡ଼ା ପଶୁ ଡାକ୍ତର ଖାନାରେ ଚିକିତ୍ସା କରିଛନ୍ତି l ପଶୁଟିକୁ ଏକ ନୁଆଁ ଜୀବନ ଦେଇ ଛନ୍ତି l ସ୍ୱlର୍ଥପର ଦୁନିଆରେ ମଣିଷକୁ କେହି ସହାୟତା କରୁନଥିବା ବେଳେ ଅସୁସ୍ଥ ଓଟ ଟି ର ଜୀବନ ବଞ୍ଚାଇ ଥିବାରୁ ଉପଜିଲ୍ଲାପାଳଙ୍କ ଏହି ଭଳି ପଦକ୍ଷେପକୁ ବୁଦ୍ଧି ଜିବି ମହଲରେ ପ୍ରଶଂସା କରାଯାଇଛି ।
ରିପୋର୍ଟ -ସାମୁଏଲ ପ୍ରଧାନ
