କାର୍ଯ୍ୟରେ ଅବହେଳା ପାଇଁ ବିଦାହେଲେ ପୈାରାଧ୍ଯକ୍ଷା : ଶାନ୍ତୀ ମଞ୍ଜରୀ ଦେଇ

ଦେବଗଡ଼ (କୋଶଲ ନ୍ୟୁଜ୍):- ଓଡିଶା ମୁନିସିପାଲ ଆକ୍ଟ ୧୯୫୦,ଧାରା ୫୩,ଅନୁଯାଇ ଦେବଗଡ଼ ପୌରାଧକ୍ଷl ବହିସ୍କୃତ
ଦେବଗଡ଼ ଓଡିଶା ମୁନିସିପାଲ ଆକ୍ଟ ୧୯୫୦,ଧାରା ୫୩ ଅନୁଯାଇ, ଦେବଗଡ଼ ନଗରପାଳିକାର ଚେୟାରମ୍ୟାନ ଶ୍ରୀମତୀ ଶାନ୍ତୀ ମଞ୍ଜରୀ ଦେଇ, ତାଙ୍କ ପଦବୀରୁ ବହିସ୍କୃତ ହୋଇଛନ୍ତି । ସୂଚନା ଅନୁସାରେ ଓଡିଶା ସରକାରଙ୍କ ଗୃହ ଓ ନଗରଉର୍ଣ୍ଣୟନ ବିଭାଗଙ୍କ ଚିଠି ସଂଖ୍ୟା 1902,ତା 28.01.25 ଅନୁଯାଇ,ଚେୟାରମ୍ୟାନଙ୍କୁ ତତକ୍ଷଣାତ ବହିଷ୍କାର କରାଯାଇଥିବା ଜଣା ପଡିଛି । ଉପରୋକ୍ତ ଧାରା ଅନୁଯାଇ ଧାରାବାହିକ ଭାବେ ମୁନିସିପାଲ ଆକ୍ଟଗୁଡିକୁ ଅବମାନନା କରୁଥିବା ଅଭିଯୋଗରେ ଶ୍ରୀମତୀ ଶାନ୍ତୀ ମଞ୍ଜରୀ ଦେଇଙ୍କୁ ସରକାର ଗତ ନଭେମ୍ବର ମାସ ୧୧ ତାରିଖ ଦିନ କାରଣ ଦର୍ଶାଇବା ପାଇଁ ନୋଟିସ ଜାରି କରିଥିଲେ।

ଚେୟାରମ୍ୟାନ ଏହି ନୋଟିସକୁ ହାଇ କୋଟ୍ ରେ ଚେଲେଞ୍ଜ କରିଥିଲେ । ମାନ୍ୟବର ହାଇକୋଟ୍ ଗତ ଡିସେମ୍ବର ୧୧ ତାରିଖ ଦିନ ତାଙ୍କ ଆବେଦନକୁ ଖାରୋଜ କରିଦେଇ ଥିଲେ ଓ ୭ ଦିନ ମଧ୍ୟରେ ନିଜ ଜବାବ ଦାଖଲ କରିବାକୁ ନିର୍ଦ୍ଧେଶ ଦେଇଥିଲେ । ତଦନ୍ତ ଅନୁଯାଇ, ଚେୟାରମ୍ୟାନ ଡ଼ିସେମ୍ବର ୧୭ ତାରିଖ ଦିନ ତାଙ୍କ ଉତ୍ତର ରଖିଥିଲେ । ଏହାପରେ ମଧ୍ୟ “ନାଚୁରାଲ ଜଷ୍ଟିସ” ଦୃଷ୍ଟିରୁ ଗତ ତା ୨୨, ୦୧, ୨୦୨୫ ରିଖ ଦିନ ମାନ୍ୟବର ଗୃହ ଓ ନଗରଉନୟନ ବିଭାଗ ମନ୍ତ୍ରୀଙ୍କ ଅଦାଲତରେ ଚେୟାରମ୍ୟାନଙ୍କୁ ଶୁଣାଣି ପାଇଁ ସୁଯୋଗ ଦିଆଯାଇଥିଲା ।

କିନ୍ତୁ, ଚେୟାରମ୍ୟାନଙ୍କ ଉତ୍ତର ସନ୍ତୋଷଜନକ ନହେବାରୁ ଉପରୋକ୍ତ ଚିଠି ଅନୁଯାଇ ଚେୟାରମ୍ୟାନଙ୍କୁ ତାଙ୍କ ପଦବୀରୁ ତା ୨୮, ୦୧, ୨୦୨୫ ରିଖ ଦିନଠାରୁ ବିହିଷ୍କାର କରାଯାଇଛି । ଓଡିଶା ମୁନିସିପାଲ ଆକ୍ଟ -1950,ଧାରା 53,ଓଡ଼ିଶରେ ପ୍ରଥମ ଥର ପାଇଁ ଓଡିଶା ସରକାର କାର୍ଯ୍ୟକାରୀ କରିଛନ୍ତି ବୋଲି ଦେଖିବାକୁ ମିଳିଛି । ଦ୍ୱିତୀୟରେ, ଦେବଗଡ଼ ପୌରପରିଷଦର ଜଣେ ଚେୟାରମ୍ୟାନଙ୍କୁ ଏତାଦୃଶ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହେବା ମଧ୍ୟ ଏହା ଏକ ପ୍ରଥମ ଘୋଟଣା । ଏଣୁ ଏହା ଏକ ଐତିହାସିକ ନିଷ୍ପତି କୁହାଯାଇପାରେ ।

Comments
Loading...