ବ୍ଲକସ୍ତରୀୟ ଜାତୀୟ ବାଳିକା ଦିବସ


ଦେବଗଡ଼ (କୋଶଲ ନ୍ୟୁଜ୍):– ଆଜି ପୂର୍ବାହ୍ନ ୧୦ ଘଟିକା ସମୟରେ ବାରକୋଟ ଡଁରା ବାଳିକା ଉଚ୍ଚ ବିଦ୍ୟାଳୟରେ ବାରକୋଟ ବ୍ଲକସ୍ତରୀୟ ଜାତୀୟ ବାଳିକା ଦିବସ ସୁଶ୍ରୀ ଗାୟତ୍ରୀ ସାହୁ‐ ଗୋଷ୍ଠୀଶିକ୍ଷା ଅଧିକାରୀ,ବାରକୋଟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତ ବାଳିକା ଉଚ୍ଚ ବିଦ୍ୟାଳୟ,ଡଁରାର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଶ୍ରୀକାନ୍ତ କୁମାର ଜେନା ମୁଖ୍ୟ ଅତିଥି ମଞ୍ଚାସିନ ଥିଲାବେଳେ ଉକ୍ତ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ଶ୍ରୀମତୀ ଭବାନୀ ନାୟକ,ସଶ୍ମିତା ସାହୁ ଓ ବରିଷ୍ଠ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀଯୁକ୍ତ ନିରଞ୍ଜନ କୁମାର ସାହୁ ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ଥିଲେ । ଏହି କାର୍ଯ୍ଯକ୍ରମରେ ୧୭ କ୍ଲଷ୍ଟରର ୧୫୦ ଛାତ୍ରୀ ,୧୭ଜଣ ସି.ଆର.ସି.ସି. ଓ ୧୮ ଜଣ ସହଯୋଗୀ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ ।

ଛାତ୍ରୀମାନଙ୍କ ମଧ୍ୟରେ ଚିତ୍ରାଙ୍କନ,ସଙ୍ଗୀତ,ବକ୍ତୄତା ଓ ପ୍ରବନ୍ଧ ଇତ୍ଯାଦି ପ୍ରତିଯୋଗିତା କରାଯାଇ ପ୍ରଥମ,ଦ୍ବିତୀୟ ଓ ତୃତୀୟ କୄତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଶ୍ରୀ କୁମୁଦବନ୍ଧୁ ପ୍ରଧାନ ମଞ୍ଚ ପରିଥିବା ବେଳେ ଶ୍ରୀ ଯଦୁମଣି ବେହେରା ଧନ୍ୟବାଦ ଅର୍ପଣ କରିଥିଲେ |

Comments
Loading...