ସ୍ବାମୀ ଶିବାନନ୍ଦ ସଂସ୍କୃତ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଦେବଗଡ଼ (କୋଶଲ ନ୍ୟୁଜ୍):- ରିଆମାଳ ବ୍ଲକ ଅନ୍ତର୍ଗତ ନୂଆପଡ଼ାସ୍ଥିତ ସ୍ବାମୀ ଶିବାନନ୍ଦ ସଂସ୍କୃତ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ପଣ୍ଡିତ ରୋହିତ କୁମାର ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଦେବଗଡ଼ ବିଧାୟକ ମାନ୍ୟ ରୋମାଞ୍ଚ ରଞ୍ଜନ ବିଶ୍ବାଳ ଉତ୍ସବକୁ ଉଦ୍ଘାଟନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ବିଜେଡ଼ି ସଭାପତି ଇଂ ଚିତ୍ତରଞ୍ଜନ ପ୍ରଧାନ, ପରମେଶ୍ବର ପ୍ରଧାନ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ବହୁ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ ।
କ୍ରୀଡା ଅଧିକାରୀ ତଥା ସଂସ୍କୃତ ସାହିତ୍ୟ ଅଧ୍ୟାପକ ସତୀଶ କୁମାର ମହାପାତ୍ର ସଂଯୋଜନା କରିଥିବାବେଳେ ବେଦ ଅଧ୍ୟାପକ ତନୋଜ କୁମାର ମହାପାତ୍ର ଓ ଶ୍ରୀରାମେଶ୍ବର ପୂଜକ ସଞ୍ଜିତ କୁମାର ଶତପଥି ଉତ୍ସବପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ଜାଳନ ସମୟରେ ବୈଦିକ ମଙ୍ଗଳାଚରଣ କରିଥିଲେ।
ଉକ୍ତ ଉତ୍ସବରେ ବରିଷ୍ଠ ଓ କନିଷ୍ଠ ବିଭାଗରେ ମୋଟ ୨୮ଟି ପ୍ରତିଯୋଗିତାର ପ୍ରତିଯୋଗୀଙ୍କୁ ଟ୍ରଫି ଓ ପ୍ରମାଣପତ୍ର ଦେଇ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ ।


ଉତ୍ସବରେ ଅଧ୍ୟାପକ ଅଭୟ କୁମାର ସାହୁ, ଡଃ ଉମାକାନ୍ତ ସାହୁ, ଯଦୁମଣି ସାହୁ, ରଘୁନାଥ ରାଉତ,ସନ୍ତୋଷ କୁମାର ରାଉଳ, ଅଣଶିକ୍ଷକ କର୍ମଚାରୀ ନରୋତ୍ତମ ସାହୁ, ତ୍ରିପୁରା ମୋହନ ମାଝୀ, ମନୋଜ କୁମାର ସାହୁ, ଇନ୍ଦ୍ରମଣି ମାଝୀ,ଶରତ ବେହେରା, ପ୍ରମୋଦ ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ l ଶେଷରେ ସମସ୍ତଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା l

Comments
Loading...