କ୍ୟୁ ଆର୍ ଶିକ୍ଷାନୁଷ୍ଠାନର ୨ୟ ବାର୍ଷିକ ଉତ୍ସବ

ଦେବଗଡ଼ (କୋଶଲ ନ୍ୟୁଜ୍):- ପ୍ରଧାନପାଟ ଜଳପ୍ରପାତ ନିକଟରେ ଅନୁଷ୍ଟିତ ହେଇଥିବା କ୍ଯୁ.ଆର ଶିକ୍ଷାନୁଷ୍ଠାନର ୨ୟ ବାର୍ଷିକ ଉତ୍ସବରେ ତିଳେଇବଣି ବ୍ଳକ ର ଏମ୍.ପି ନୋମିନି ତଥା ଜିଲ୍ଲା ପ୍ରଭାରୀ ଶ୍ରୀଯୁକ୍ତ ଯୋଗେଶ ପ୍ରଧାନ ମୁଖ୍ୟ ଅତିଥି ଭାବରେ ଓ ସଙ୍ଗୀତ ଗୁରୁ ଗୁମାନ ସିଂ ଅତିଥି ଭାବରେ ଯୋଗ ଦେଇଥିଲେ ।ଏହି ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ବିକାଶ ଧଳ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ପ୍ରତ୍ୟେକ ମଣିଷ ଜୀବନରେ ଶିକ୍ଷାର ମହତ୍ତ୍ବ ବିଷୟରେ ବୁଝାଇ ଥିଲେ । ଉକ୍ତ ଉତ୍ସବର ମୁଖ୍ୟ ଅତିଥି ଶ୍ରୀ ପ୍ରଧାନ ମହୋଦୟ ବିଦ୍ୟାର୍ଥୀ ମାନଙ୍କୁ ସମୟର ସଦୁପଯୋଗ କରି କିଭଳି ଭାବରେ ସଫଳତା ହାସଲ କରିପାରିବେ ସେହି ବିଷୟରେ ପ୍ରେରଣା ଦେଇଥିଲେ ।

ଏହି ଉତ୍ସବରେ ଶ୍ରୀ ସୌମ୍ୟରଞ୍ଜନ ନାୟକ ମଞ୍ଚ ପରିଚାଳନା କରିଥିଲେ । ଜିଲ୍ଲାର ପଚାଶଟି ବିଦ୍ୟାଳୟ ତଥା କଲେଜର ପ୍ରାୟ ୨୫୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଚିତ୍ରାଙ୍କନ, ପ୍ରବନ୍ଧ, ବକ୍ତୃତା, ସଙ୍ଗୀତ ଏବଂ ନୃତ୍ୟ ପ୍ରତିଯୋଗିତାରେ ଭାଗ ନେଇଥିଲେ । ଉକ୍ତ ଉତ୍ସବରେ ସମସ୍ତ ଛାତ୍ରଛାତ୍ରୀଙ୍କ ସହିତ ଅଭିଭାବକମାନଙ୍କ ପାଇଁ ସକାଳ ଜଳଖିଆ ଓ ମଧ୍ୟାହ୍ନ ର ଭୋଜନ ବ୍ୟବସ୍ଥା କରାଯାଇଥିଲା । ଉକ୍ତ ଉତ୍ସବରେ ୫ଟି ପ୍ରତିଯୋଗିତାରେ ଚାରୋଟି ବର୍ଗରୁ ଭାଗନେଇଥିବା ୨୫୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ଉତ୍ତୀର୍ଣ୍ଣ ହୋଇଥିବା ୬୦ ଜଣ ପ୍ରତିଯୋଗୀଙ୍କୁ ମାନପତ୍ର ସହିତ ଟ୍ରଫି ପୁରସ୍କୃତ କରାଯାଇଥିଲା । ପରିଶେଷରେ ଉକ୍ତ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ଧଳ ମହୋଦୟ ମୁଖ୍ୟ ଅତିଥିଙ୍କ ସହିତ ଉତ୍ସବର କାର୍ଯ୍ୟକର୍ତ୍ତା ଚନ୍ଦ୍ରଶେଖର ଦାସ, ସଞ୍ଜୟ ବାର୍ଲା, ଆଶିଷ ପ୍ରଧାନ, ଖାଦିମା ଧଳ, ରିତୀଶା ପୂଜାରୀ, ପିକୁଲ ଧଳ, ଦୀପକ ମହାକୁଳ, ରୋହିତ ନାଗ ଓ ମଞ୍ଜିତ ସାହୁ ଙ୍କୁ ଧନ୍ୟବାଦ ଜ୍ଞାପନ କରି ସଭା ସଙ୍ଗ କରିଥିଲେ ।

Comments
Loading...