ନିଶା ମୁକ୍ତ ଭାରତ ଅଭିଯାନ ପାଇଁ କାର୍ଯ୍ୟକାରିଣୀ ବୈଠକ

ଦେବଗଡ଼ (କୋଶଲ ନ୍ୟୁଜ୍):- ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ଜିଲ୍ଳା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ନିଶା ମୁକ୍ତ ଭାରତ ଅଭିଯାନ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଶ୍ରୀ ସାହୁ ନିଶା ମୁକ୍ତ କରିବା ପାଇଁ ଜିଳ୍ଲାର ବିଭିନ୍ନ ଗ୍ରାମ ପଞ୍ଚାୟତ, ଗ୍ରାମ,ବିଦ୍ୟାଳୟ, ଓ ମହାବିଦ୍ୟାଳୟ ଠାରେ ପଥପ୍ରାନ୍ତ ନାଟକ ମାଧ୍ୟମରେ ଜନସଚେତନତା କରିବା ପାଇଁ ଗୁରୁତ୍ଵାରୋପ କରିଥିଲେ। ସ୍ବେଚ୍ଛାସେବୀ ଙ୍କୁ ତାଲିମ ଓ ମହାବିଦ୍ୟାଳୟ ସ୍ତରରେ ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତା କରାଯିବା ପାଇଁ ଆଲୋଚନା କରାଯାଇଥିଲା। ବୈଠକ ରେ ଆରକ୍ଷୀ ଅଧୀକ୍ଷକ ଅନିଲ କୁମାର ମିଶ୍ର, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସର୍ବେଶ୍ଵର ପାଣିଗ୍ରାହୀ, ADPHO ଡ. ପ୍ରଭାତ କୁମାର ଅଝା, ଆଇନଜୀବି ରାଜକିଶୋର ପ୍ରଧାନ,IRCA ହୃଷୀକେଶ ସାହୁ, କମୁନିଟୀ ଅର୍ଗାନାଇଜର ପୌରପରିଷଦ ମୋନାଲିସା ପଣ୍ଡା, ବ୍ରହ୍ମା କୁମାରୀ, ନମିତା ଭୋଇ, ବାରକୋଟ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସୁଜନ କୁମାର ସାହୁ, ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋରଞ୍ଜନ ସୂତାର ପ୍ରମୁଖ ଉପସ୍ଥିତ ଥିଲେ।

Comments
Loading...