ଦେବଗଡ଼ (କୋଶଲ ନ୍ୟୁଜ୍):- ଜିଲ୍ଲାପାଳଙ୍କ ବାସ ଭବନ ଅଫିସ କାର୍ଯ୍ୟାଳୟରେ ସାମ୍ବାଦିକ ମାନଙ୍କୁ ନେଇ ଏକ ପ୍ରେସ କନଫରେନ୍ସରେ ଜିଲ୍ଲାପାଳ ଶ୍ରୀଯୁକ୍ତ କବିନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।ଓଡ଼ିଶା ସରକାରଙ୍କ ପକ୍ଷରୁ ଦେଶର ଜରୁରୀ କାଳୀନ ପରିସ୍ଥିତିରେ ମିଶା, ଡି ଆଈ ଏସ ଆର୍ ଆଈ ଏବଂ ଡି ଆଈ ଆର୍ ଆଇନ୍ ରେ ବିଭିନ୍ନ ଜେଲ୍ ରେ ବନ୍ଦୀ ଥିବl ସଂଗ୍ରlମୀଙ୍କୁ ମାସକୁ ୨୦,୦୦୦ ଟଙ୍କା ପେନସନ ମିଳିବ । ମାନ୍ୟବର ମୁଖ୍ୟମନ୍ତ୍ରୀ ଏବିଷୟରେ ଘୋଷଣା କରିଥିବା ବେଳେ ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ପେନସନ ସହିତ ସମସ୍ତ ସଂଗ୍ରାମୀ ମାନଙ୍କ ମେଡ଼ିକାଲ ଖର୍ଚ୍ଚ ମଧ୍ୟ ରାଜ୍ୟ ସରକାର ବହନ କରିବେ।୧ ଜାନୁଆରୀ ୨୦୨୫ ସୁଦ୍ଧା ଜୀବିତ ଥିବା ସମସ୍ତ ସଂଗ୍ରାମୀ ଏହି ପେନସନ ଓ ଚିକିତ୍ସା ସୁବିଧା ପାଇ ପାରିବେ।ସୂଚନା ଯୋଗ୍ୟ ଯେ ୨୫ ଜୁନ ୧୯୭୫ ମସିହାରୁ ୨୧ ମାର୍ଚ୍ଚ ୧୯୭୭ ମସିହା ପର୍ଯ୍ୟନ୍ତ ଦେଶ ର ଜରୁରୀ କାଳୀନ ପରିସ୍ଥିତିକୁ ବିରୋଧ କରି ଅନେକ ସଂଗ୍ରାମୀ ଦେଶର ବିଭିନ୍ନ ଜେଲ୍ ରେ ବନ୍ଦୀ ହୋଇଥିଲେ। ଦେବଗଡ଼ ଜିଲ୍ଲା ପାଇଁ ଆବେଦନକାରୀ ଯେଉଁମାନେ ଉପରୋକ୍ତ ଆଇନ୍ ବଳରେ ଗିରଫ ହୋଇ ବନ୍ଦୀ ହୋଇଥିଲେ,ସେମାନେ ଜିଲ୍ଲା ୱେବ୍ ସାଇଟ୍ ରୁ ତଥ୍ୟ ପାଇପାରିବେ ଓ ଜିଲ୍ଲlପାଳଙ୍କ ନିକଟ କୁ ଆବେଦନ କରି ପାରିବେ। ବୈଠକରେ ଆରକ୍ଷୀ ଅଧିକ୍ଷକ ଅନୀଲ କୁମାର ମିଶ୍ର, ଉପଜିଲ୍ଲାପାଳ ପରୀକ୍ଷିତ ସାହୁ,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସର୍ବେଶ୍ଵର ପାଣିଗ୍ରାହୀ,ସହକାରୀ ଜିଲ୍ଲାପାଳ ତାପସ କୁମାର ମହନ୍ତ,ଜିଲ୍ଲା ସୂଚନା ଲୋକ ସଂପର୍କ ଅଧିକାରୀ ମନୋରଞ୍ଜନ ସୁତାର ଓ ସାମ୍ବାଦିକ ପ୍ରମୁଖ ଉପସ୍ଥିତ ଥିଲେ।
