ଦିନେ ଗାଡ଼ି ଚଲାଇ ପରିବାର ଚଳାଉଥିଲେ ଆଜି ଓଡ଼ିଶା ଡ୍ରାଇଭର ମହାସଂଘ ଦେଲା ରୋଜଗାର

ସୁନ୍ଦରଗଡ଼ (କୋଶଲ ନ୍ୟୁଜ୍):- ଓଡିଶା ଡ୍ରାଇଭର ମହାସଂଘ ଜିଲ୍ଲା ସୁନ୍ଦରଗଡ଼, ବ୍ଲକ ଲହୁଣୀପଡ଼ା,ଅଶୋକ ମହାନ୍ତ ନାମକ ଡ୍ରାଇଭର ଭାଇ କିଛି ମାସ ପୂର୍ବେ ଦୁର୍ଘଟଣାରେ ହାତ ଗୋଡ଼ କଟିଯାଇଥିଲା ।  ନିଜର ଜୀବିକା ହୋରାଇ ବସିଥିଲେ, ଏହି ଖବର ଟି ଓଡିଶା ଡ୍ରାଇଭର ମହାସଂଘ ରାଜ୍ୟ କମିଟି ଙ୍କ ପାଖରେ ପହଞ୍ଚି ଥିଲା, ରାଜ୍ୟ କମିଟି ଏବଂ ସୁନ୍ଦରଗଡ଼ ଜିଲ୍ଲା କମିଟି ଆଲୋଚନା କ୍ରମେ ରାଜ୍ୟ କମିଟିଙ୍କ ନିର୍ଦେଶ ଅନୁଯାଇ ଜାନୁୟାରୀ ୧୨ ତାରିଖ ରବିବାର ଦିନ ଲହୁଣୀପଡ଼ା ବ୍ଲକ ଅନ୍ତର୍ଗତ ରଜାମୁଣ୍ଡା ବାଏପାସ୍ ନିକଟରେ ଏକ ଜଳଖିଆ ଦୋକାନ ଏବଂ ଚା ଦୋକାନ ସୁନ୍ଦରଗଡ଼ ଡ୍ରାଇଭର ମହାସଂଘ ପକ୍ଷରୁ ଖୋଲି ଦେଇଥିଲେ, ସୁନ୍ଦରଗଡ଼ ଜିଲ୍ଲା ଦାୟିତ୍ତ୍ୱରେ ଥିବା ଭୀଷ୍ମରଞ୍ଜନ ମହାନ୍ତ ଭାଇ ଫିତା କାଟି ଉଦ୍ଘାଟନ କରିଥିଲେ । ଲହୁଣୀପଡ଼ା ବ୍ଲକ ସଭାପତି ପ୍ରତାପ କୁମାର ମହାନ୍ତ, ଆଡ଼ମିନ କୃତିବାସ ମହାନ୍ତ ଏବଂ ଆଉ କିଛି ପଞ୍ଚାୟତ ର ଭାଇ ମାନେ ସହଯୋଗ କରିଥିଲେ । ଏଭଳି ମହୋତ କାର୍ଯ୍ୟ କୁ ଦେଖି ସ୍ଥାନୀୟ ଅଞ୍ଚଳର ବାସିନ୍ଦା ପ୍ରଶଂସିତ କରିଥିଲେ ଓ ଓଡ଼ିଶା ଡ୍ରାଇଭର ମହାସଂଘକୁ  କୁ ଧନ୍ୟବାଦ ଜଣାଇଛନ୍ତି ।

Comments
Loading...