ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ହଷ୍ଟେଲରେ ଛାତ୍ରୀଙ୍କ ଆତ୍ମହତ୍ୟା

  ଭୁବନେଶ୍ଵର (କୋଶଲ ନ୍ୟୁଜ୍):- ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଛାତ୍ରୀଙ୍କ ଆତ୍ମହତ୍ୟା +୨ ଦ୍ୱିତୀୟ ବର୍ଷର ଛାତ୍ରୀ । ଉତ୍କଳିକା ସ୍ୱାଇଁ। କେନ୍ଦ୍ରାପଡ଼ା ଜିଲ୍ଲାର ୩ ଜଣିଆ ରୁମ୍ ହଷ୍ଟେଲରେ ରୁହନ୍ତି । କେହି ନଥିବା ବେଳେ ବେକରେ ଓଢଣୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ସୁଚନା ଅନୁଯାୟୀ ଗତକାଲି ରାତିରେ କେହି ନ ଥିବା ବେଳେ ଉତ୍କଳିକା ନିଜ ରୁମ୍‌ରେ ଥିବା ଫ୍ୟାନ୍‌ରେ ବେକରେ ଓଢଣୀ ଲଗାଇ ଝୁଲି ପଡ଼ିଥିଲେ ।

ଆଜି ସକାଳେ ଦୀର୍ଘ ସମୟ ପର୍ଯ୍ୟନ୍ତ ସେ କବାଟ ନ ଖୋଲିବାରୁ ସହପାଠିନୀ ମାନେ କବାଟ ବାଡ଼େଇଥିଲେ । ମାତ୍ର କବାଟ ନଖୋଲିବାରୁ ଏନେଇ ପୋଲିସକୁ ଖବର ଦେଇଥିଲେ । ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

Comments
Loading...