ମାଲକାନଗିରି (କୋଶଲ ନ୍ୟୁଜ୍):- ମାଲକାନଗିରି ଜିଲ୍ଲାର ସବୁ ଠାରୁ ବଡ ମୋବାଇଲ ଦୋକାନ ଭିତରୁ ପ୍ରାୟ ଦେଢ କୋଟି ଟଙ୍କାର ନାମୀ ଦାମୀ ମୋବାଇଲ ଚୋରି କରି ନେଇଛି ଚୋର। ସିସିଟିଭିରେ ଚୋରି ବେଳର ସଂପୂର୍ଣ୍ଣ ଭିଡିଓ ରେକର୍ଡ ହୋଇଛି ।
ଦୁଇ ଜଣ ବ୍ୟକ୍ତି ମୁହଁରେ ମାସ୍କ ଲଗାଇ କାନ୍ଥ ଭାଙ୍ଗିବା ପରେ ଏକ ଛୋଟିଆ ଛିଦ୍ର ଦେଇ ଦୋକାନ ଭିତରେ ପଶି ଦାମୀ ଦାମୀ ମୋବାଇଲ ଚୋରି କରି ନେଇଛନ୍ତି । ପୋଲିସ ସିସିଟିଭି ଫୁଟେଜ ଯାଞ୍ଚ କରିବା ପରେ ପୋଲିସର ତଦନ୍ତ ଆରମ୍ଭ ହୋଇଛି । ଗୋଟିଏ ବସ୍ତା ମୋବାଇଲ ରାସ୍ତା କଡରେ ଚୋର ଛାଡି ଦେଇଛି। ଅନ୍ୟ ସବୁ ମୋବାଇଲ ଏକ ଛୋଟିଆ ଜଙ୍ଗଲ ଭିତରେ ନେଇ ସମସ୍ତ ଖୋଳ ଫୋପାଡି ଦେଇ ଚୋର କେବଳ ମୋବାଇଲ ନେଇ ଫେରାର ହୋଇଯାଇଛି ।