ନବରଙ୍ଗପୁର (କୋଶଲ ନ୍ୟୁଜ୍):- ଭାରତୀୟ ଜନତା ପାର୍ଟି କୃଷକ ମୋର୍ଚ୍ଚା ର ଏକ ସ୍ବତନ୍ତ୍ର ଟିମ୍ ଡାବୁଗାଁ ଧାନ ମଣ୍ଡି ପରିଦର୍ଶନ କରିଛନ୍ତି। ଏହି ଅବସରରେ ରାଜ୍ୟ କୃଷକ ମୋର୍ଚ୍ଚା ସ୍ବତନ୍ତ୍ର ନିମନ୍ତ୍ରିତ ସଭ୍ୟ ଜୟନ୍ତ କୁମାର ପାତ୍ର, ନବ ନିର୍ବାଚିତ ଡାବୁଗାଁ ମଣ୍ଡଳ ସଭାପତି ମନୋଜ କୁମାର ପାତ୍ର, କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ସୋନା ମାଝୀ, ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ଜଗଦୀଶ କଲାର, କୃଷକ ମୋର୍ଚ୍ଚା ମଣ୍ଡଳ ସଭାପତି ଜି କିରଣ କୁମାର, ବିଜେପି ର ବରିଷ୍ଠ ନେତା ନରେଶ ସିଂ ଲାଲ୍, ରାଜ୍ୟ ଆଦିବାସୀ ମୋର୍ଚ୍ଚା ସଂପାଦିକା ବାସନ୍ତୀ ମାଝୀ, ଜିଲ୍ଲା କୃଷକ ମୋର୍ଚ୍ଚା ଉପ ସଭାପତି ରତନ କଲାର, ଜିଲ୍ଲା ସଂପାଦିକା ସୁମିତ୍ରା ମାଝୀ, ଆର୍ ଶଙ୍କର ରାଓ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ବିଜେପି ଟିମ୍ ଚାଷୀ ମାନଙ୍କ ସହ ଆଲୋଚନା କରିଥିଲେ। ଧାନ କୁଇଣ୍ଟାଲ ପିଛା ୩୧୨୦ ଟଙ୍କା ମିଳୁଥିବା ରୁ ଚାଷୀ ମାନେ ରାଜ୍ୟ ସରକାର ଙ୍କୁ ଧନ୍ୟବାଦ ଜଣାଇଥିଲେ।
ରିପୋଟ : ମିହିର ଶଙ୍କର ପାତ୍ର (ନବରଙ୍ଗପୁର)