ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ଦେବଗଡ଼ (କୋଶଲ ନ୍ୟୁଜ୍):-  ତିଳେଇବଣି ବ୍ଳକ ଝରାଗୋଗୁଆ ପଞ୍ଚାୟତ ସମ୍ମିଳନୀ କକ୍ଷରେ ଆଜି ସର୍ବ ପ୍ରଥମେ ଜିଲ୍ଲାସ୍ତରୀୟ କର୍ମଶାଳା ସୁଶାସନ ସପ୍ତାହ ୧୯ ଡ଼ିସେମ୍ବର ରୁ ୨୪ ଡ଼ିସେମ୍ବର ପର୍ଯ୍ୟନ୍ତ ପାଳିତ ହେଉଅଛି। ଏହି ଅବସରରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ଏହି ସଭାରେ ଆରକ୍ଷୀ ଅଧିକ୍ଷକ ଅନିଲ କୁମାର ମିଶ୍ର, ଉପଜିଲ୍ଲାପାଳ ପରକ୍ଷିତ ସାହୁ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସର୍ବେଶ୍ୱର ପାଣିଗ୍ରାହୀ, ଜିଲ୍ଲା ଯୋଗାଣ ଅଧିକାରୀ ରଞ୍ଜନ କୁମାର ପଣ୍ଡା ସୁଶାସନ ସପ୍ତାହ ପାଳନ ଉଦେଶ୍ୟର ବିଭିନ୍ନ ବିଭାଗର ସରକାରଙ୍କଠାରୁ ମିଳିଥିବା ସୁବିଧା ଗୁଡିକ ଯୋଗେଇଦେବା ସହ ଓ ସେବା ସେକ୍ଟର ସହିତ ସୁନିତି ଓ ପ୍ରଶାସନିକ ଶକ୍ତିକୁ ଅନିଷ୍ଠିତ କରି ସରକାରୀ ସେବା ଯୋଗେଇଦେବା ଉପରେ ଆଲୋକପାତ କରିଥିଲେ l ପରେ ପରେ ଜନ ଶୁଣାଣି ଶିବିର  ୪୩ ଟି ଅଭିଯୋଗ ଗ୍ରହଣ କରିବା ସହିତ ତୁରନ୍ତ ବିଭାଗୀୟ ତଦନ୍ତ କରି ସମାଧାନ କରିବାକୁ ସଂପୃକ୍ତ ବିଭାଗର ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଅଭିଯୋଗ ମଧ୍ୟରେ ୩୦ ଗୋଟି ସାମୁହିକ ଏବଂ ୧୩ ଗୋଟି ବ୍ୟକ୍ତିଗତ ଅଭିଯୋଗ ହୋଇଥିବା ଜଣାପଡିଛି। ବିଶେଷ କରି ଅପହଞ୍ଚ ଅଞ୍ଚଳରେ ଆମ୍ବୁଲାନ୍ସ ସେବା, ବସ ସେବା, ପାନୀୟଜଳ, ରାସ୍ତା, ପୋଲ ନିର୍ମାଣ ଏବଂ ରାସନ କାର୍ଡ ସଂଯୋଗ ଆଦି ଅଭିଯୋଗ କରାଯାଇଥିଲା। ଅଭିଯୋଗ ଶୁଣାଣି ଶିବିରରେ ଡେପୁଟି କଲେକଟର ଅଞ୍ଜୁନୀ କୁଜୁର, ଗୋଷ୍ଟି ଉନ୍ନୟନ ଅଧିକାରୀ ସୂର୍ଯ୍ୟକାନ୍ତ ବରିହା ଓ ସମେତ ସମସ୍ତ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ l

Comments
Loading...