ବୌଦ୍ଧ ପୋଲିସ ବିଭାଗରେ ଅଦଳ ବଦଳ କଲେ ବୌଦ୍ଧ ଏସ୍ ପି

ବୌଦ୍ଧ/୬/୧୨:ବୌଦ୍ଧ ଜିଲ୍ଲା ପୋଲିସ ବିଭାଗ ପକ୍ଷରୁ ଏକ ଛୋଟ ଧରଣର ଅଦଳବଦଳ ହୋଇଥିବା ଦେଖିବାକୁ ମିଳିଛି। ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାଗରାଜ୍ ଦେବର୍ କୋଣ୍ଡା ଜିଲ୍ଲାରେ ଇନ୍ସପେକ୍ଟର ଓ ଗୃହରକ୍ଷୀ ଙ୍କ ମଧ୍ୟରେ ଅଦଳ ବଦଳ କରିଛନ୍ତି। ମନମୁଣ୍ଡା ଥାନାରେ କାର୍ଯ୍ୟରତ ଥିବା ଥାନା ଅଧିକାରୀ ରାମ କୁମାର ମୁର୍ମୁଙ୍କୁ ବୌଦ୍ଧ କ୍ରାଇମ୍ ଵ୍ୟୁରୋ କାର୍ଯ୍ୟାଳୟକୁ ବଦଳି କରିଥିବା ବେଳେ ମନମୁଣ୍ଡା ଥାନା ଅଧିକାରୀ ଭାବେ ତରୁଣ ତପନ ବେହେରା ଯୋଗ ଦେଇଥିବା ଜଣାପଡିଛି। ଠିକ୍ ସେହିପରି ସଗଡା ଫାଣ୍ଡିରେ କାର୍ଯ୍ୟରତ ଏ ଏସ ଆଇ ସନ୍ତୋଷ କୁମାର ମଲ୍ଲିକଙ୍କୁ ବୌଦ୍ଧ ରିଜର୍ଭ କାର୍ଯ୍ୟାଳୟକୁ ବଦଳୀ ହୋଇଥିବା ବେଳେ ମାଧବ ଚନ୍ଦ୍ର ଟାକ୍ରେଙ୍କୁ ସଗଡା ଫାଣ୍ଡି ଅଧିକାରୀ ଭାବେ ବଦଳି କରାଯାଇଛି। ମନମୁଣ୍ଡା ଥାନାରେ କାର୍ଯ୍ୟରତ ହୋମଗାର୍ଡ କ୍ଷୀରୋଦ ଭୋଇଙ୍କୁ ହରଭଙ୍ଗା, ସଗଡା ଫାଣ୍ଡିରେ କାର୍ଯ୍ୟରତ ହୋମଗାର୍ଡ ଭିବିଶନ ଜାଲଙ୍କୁ ପୁରୁନା କଟକ, କଣ୍ଟାମାଳ ଥାନାରେ କାର୍ଯ୍ୟରତ ହୋମଗାର୍ଡ ଗୋପବନ୍ଧୁ ବାରିକଙ୍କୁ ଆଡେନି ଗଡ ଓ ହରଭଙ୍ଗା ଥାନାରେ କାର୍ଯ୍ୟରତ ହୋମଗାର୍ଡ ପ୍ରକାଶ ବେହେରାଙ୍କୁ ରିଜର୍ଭ କାର୍ଯ୍ୟାଳୟ ବୌଦ୍ଧକୁ ବଦଳି ହୋଇଥିବା ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ବୌଦ୍ଧ ରୁ କୃପା ସିନ୍ଧୁ ସୁନା ଙ୍କ ରିପୋର୍ଟ କୋଶଳ ନିୟୁଜ l

Comments
Loading...