Share ଗଞ୍ଜାମ— ଭଞ୍ଜନଗର ଠାରେ ଘୁମୁସର ମିଳିତ କଳାକାର ସଂଘ ପକ୍ଷରୁ ଶାନ୍ତିପୂର୍ଣ୍ଣ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି।ଏହି ପଦଯାତ୍ରା ରେ ମଞ୍ଚ କଳାକାର,ଭଜନ,ମେଲୋଡି, ବ୍ୟାଣ୍ଡ୍ ପାର୍ଟି ଏବଂ ଲୋକନାଟକ ର ବହୁ କଳାକାର ଯୋଗଦେଇଥିଲେ। କୋରୋନା ଯୋଗୁଁ ଲକ୍ ଡାଉନ୍ ହେବାରୁ ୮ ମାସ ହେବ ସମସ୍ତ କାର୍ଯ୍ୟ ବନ୍ଦ ରହିଥିବା ବେଳେ ବର୍ତ୍ତମାନ ସବୁ କିଛି ସ୍ଵାଭାବିକ ହୋଇସାରିଛି।ବସ୍ ଯାତାୟାତ ସହିତ ଦୋକାନ ବଜାର ମଧ୍ୟ ସବୁ ଖୋଲି ସାରିଛି କିନ୍ତୁ କଳା କୁ ନେଇ ପେଟ ପୋଷୁଥିବା କଳାକାର ମାନେ ଆଜି ଅସହାୟ।କିଏ ଘର ବନ୍ଧା ପକେଇଛି ତ କିଏ ନିଜର ବାଦ୍ୟଯନ୍ତ୍ର ବିକ୍ରି କରି ସାରିଛି।ସମସ୍ତ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ କରିବାକୁ ଅନୁମତି, ନହେଲେ କଳାକାର ଙ୍କୁ ବଞ୍ଚିବା ପାଇଁ ଆର୍ଥିକ ସହାୟତା ଦେବା ଦାବି ନେଇ ରାଜ ରାସ୍ତା କୁ ଓହ୍ଲାଇଛନ୍ତି ଘୁମୁସର ମିଳିତ କଳାକାର ସଂଘ ର କଳାକାର ମାନେ।ସଂଘ ର ଆବାହକ ରବି ନାରାୟଣ ଦାଶ ଙ୍କ ନେତୃତ୍ୱ ରେ ସମସ୍ତ କଳାକାର ବାଉଶଲୁଣ୍ଡି ର ନୃତ୍ୟାୟନ ସଙ୍ଗୀତ ଅନୁଷ୍ଠାନ ଠାରୁ ଭଞ୍ଜନଗର ସହର ର ମୁଖ୍ୟ ରାସ୍ତା ଦେଇ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ପହଞ୍ଚି ଥିଲେ।ସେଠାରେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଏକ ଦାବି ପତ୍ର ଉପଜିଲ୍ଲାପାଳ ଙ୍କୁ ପ୍ରଦାନ କରିଥିଲେ।କଳାକାର ଙ୍କ ଦାବି ଜାନୁଆରୀ ମାସ ସୁଦ୍ଧା ଯଦି ବିଚାର ନ ନିଆଯାଏ ତାହେଲେ ସେମାନେ ଧାରଣା ରେ ବସିବେ ବୋଲି କହିଛନ୍ତି ସଂଘ ର ଆବାହକ।ଏହି ପଦଯାତ୍ରା ରେ ପ୍ରାୟ ୫୦ ରୁ ଅଧିକ କଳାକାର ଯୋଗଦେଇଥିଲେ। 0 10 Share FacebookTwitterWhatsAppEmailFacebook MessengerTelegramPrint