Share ନବରଙ୍ଗପୁର — ଅମଳ ପରେ ଏକ ଟ୍ରାକ୍ଟରରେ ଧାନନେବା ସମୟ ବିଦ୍ୟୁ୍ତ ତାର ଲାଗି ୨୦୦ ପେଣ୍ଡା ଜଳି ଯାଇ ନଷ୍ଟ ହୋଇଯାଇଛି ସୌଭାଗ୍ୟ ବଶତଃ ଧାନ ନେଉଥିବା ଟ୍ରାକ୍ଟରଟି ନଷ୍ଟ ହୋଇନଥିବା ଜଣାପଡ଼ିଛି ଏଭଳି ଏକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ କୋକଡ଼ି ସେମଳା ପଞ୍ଚାୟତ ଅନ୍ତର୍ଗତ କଣ୍ଟାସରଗୁଡ଼ା ଗ୍ରାମରେ ସୂଚନା ଅନୁଯାଇ କଣ୍ଟାସରଗୁଡ଼ା ଗ୍ରାମର ପ୍ରେମ ଚାଲଣ ଦୁଇ ଦିନ ତଳେ ନିଜ ଜମିରେ ଧାନ ସୁଖିବା ପରେ କାଲି ଅପରାହ୍ ୪ଟା ଏକ ଟ୍ରାକ୍ଟର ଭଡ଼ା କରି ୩ଶୋହ ପେଣ୍ଡା ଧାନ ବୋଝେଇ କରି ଜମିରୁ ନିଜ ଘରକୁ ନେଉଥିଲେ ତେବେ କଣ୍ଟାସରଗୁଡ଼ା ଶିବ ମନ୍ଦିର ନିକଟ ଛକ ଉପରେ ଥିବା ବିଦ୍ୟୁ୍ତ ତାର ଏହିଧାନ ପେଣ୍ଡାରେ ଲାଗି ଯାଇଥିଲା ଫ୍ରାୟ ୫୦ରୁ୬୦ ମିଟର ଯାଏ ତାର ସହ ଘଷିହୋଇ ଯିବା ପରେ ଧାନ ପେଣ୍ଡାରେ ନିଆଁ ଲାଗି ଯାଇଥିଲା ଏହା ଅନ୍ୟାନ୍ୟ ଖବର ପଢନ୍ତୁ ବିଜେପି ର ସେବା ସପ୍ତାହ ଅବସରରେ କୋକସରା ଠାରେ ସ୍ବେଚ୍ଛାକୃତ ରକ୍ତଦାନ… Sep 18, 2025 କୁସୁମଖୁଣ୍ଟି ସ୍କୁଲରେ ୬୫ ତମ ପ୍ରତିଷ୍ଠା ଦିବସ ପାଳିତ Sep 1, 2025 ଦେଖିବାକୁ ପରେ ସ୍ଥାନୀୟ ଲୋକେ ପାଟି କରିଥିଲେ ଧାନ ପେଣ୍ଡାରେ ନିଆଁ ଲାଗି ଯାଇଥିଲା ଜାଣିବା ପରେ ଟ୍ରାକ୍ଟର ଚାଳକ ରାସ୍ତା ଫାର୍ଶ୍ୱରେ ଗାଡ଼ି ରଖୀ ଦେଇଥିଲେ ପରେ ନିକଟରେ ଥିବା ଲୋକେ ଗରାହାଣ୍ଡି ବାଲଟିରେ ପାଣି ଆଣି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ ହେଁ ବିଫଳ ହୋଇଥିଲେ ଶେଷରେ ମଟର ଯୋଗେ ଗାଁ ପୋକରୀରୁ ପାଣି ଅଣାଯାଇ ନିଆଁକୁ ଆୟତ୍ତ କରାଯାଇଥିଲା ଇତି ମଧ୍ୟରେ ପ୍ରାୟ ୨ଶୋହ ପେଣ୍ଡା ଧାନ ଜଳି ପାଉଁଶ ହୋଇଯାଇଥିବାରୁ ଚାଷୀ ପ୍ରେମ ଚାଲାଣ ଦୁଃଖରେ ଭାଙ୍ଗି ପଡ଼ିଛି 0 99 Share FacebookTwitterWhatsAppEmailFacebook MessengerTelegramPrint