Share ଅନ୍ୟାନ୍ୟ ଖବର ପଢନ୍ତୁ ନାନ୍ଦୋଳ ଗ୍ରାମରେ ଯୋଗ ଦିବସ ଓ ମାଗଣା କମ୍ପ୍ୟୁଟର ଶିକ୍ଷା କେନ୍ଦ୍ର… Jun 22, 2025 ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷରେ ଓ. ସେ. ପା. ଭୁବନଶ୍ୱର ତରଫରୁ ଭିଡିଓ… May 9, 2025 କୋଶଲ ନ୍ୟୁଜ୍ ବ୍ୟୁରୋ | କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ନର୍ଲା ବ୍ଲକ ଅଧିନସ୍ଥ ସୁରପଦର, ନୂଆପଡା ଗ୍ରାମର ଦେବରାଜ ସାଙ୍କ ଘରେ ମଙ୍ଗଳବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଘରେପଶି ତାଙ୍କ ବାଇକ ଦୁଇଟିକୁ ପୋଡିଦେଇ ଚମ୍ପଟ ମାରିଛନ୍ତି |ସେହି ବାଇକ ଗୋଟିଏ ପେସନ ପ୍ଲସ ଓ ଅନ୍ୟଟି ଟିଭିଏସ ଷ୍ଟାର ବୋଲି ଜଣାପଡିଛି | ଦେବରାଜ ସାଙ୍କ ପୁଅ କ୍ଷିତୀଶ ସା ବାଇକ ପୋଡିବାର ଶବ୍ଦ ଶୁଣି ଚିତ୍କାର କରିବାରୁ ତାଙ୍କ ବାପା ମାଁ ସାହି ପଡିଶା ଉଠିଆସି ବାଇକ ଦୁଇଟି ପଡୁଥିବାର ଦେଖି ହଟାତ ପାଣି ଢ଼ାଳିବାରୁ ଗୋଟିଏ ସମ୍ପୂର୍ଣ୍ଣ ପଡିଯାଇଥିଲା ଓ ଅନ୍ୟଟିକୁ ଲିଭାଇ ବାରେ ସକ୍ଷମ ହୋଇଥିଲେ | ଉକ୍ତ ଘଟଣାକୁନେଇ ସ୍ଥାନୀୟ ଅଂଚଳରେ ଭୟର ବତାବରଣ ସୃଷ୍ଟି ହୋଇଛି ଏନେଇ ଦେବରାଜ ସା ଆଜି ସକାଳେ ପଲମ ଫାଣ୍ଡିରେ ଏତଲା ଦେବାରୁ ଫାଣ୍ଡି ଅଧିକାରୀ ଅସିତ କୁମାର ପଣ୍ଡା ଘଟଣାସ୍ଥଳରେ ପହଂଚି ଏକ ମାମଲା ୠଜୁକରି ତଦନ୍ତ ଆରମ୍ଭ କରିଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡିଛି | 0 10 Share FacebookTwitterWhatsAppEmailFacebook MessengerTelegramPrint