Share କୋଶଲ ନ୍ୟୁଜ୍ ବ୍ୟୁରୋ |ଆଜି କଳାହାଣ୍ଡି ଜିଲ୍ଲା ବିଜେଡି ଆଇନଜୀବୀ ସାମ୍ମୁଖ୍ୟ ଦ୍ୱାରା ଜାତୀୟ ସମ୍ବିଧାନ ଦିବସ ପାଳିତ ରେଳଷ୍ଟେସନ ରୋଡ ଏସ୍ ଏନ ପ୍ରେକ୍ଷାଳୟରେ ଆୟୋଜିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁର ଯୋଗଦେଇ କହିଥିଲେ ଯେ ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଲୋକମାନେ ସେମାନଙ୍କର ସାମ୍ବିଧାନିକ ଅଧିକାର, କର୍ତ୍ତବ୍ୟ ବିଷୟରେ ସଚେତନ ହୋଇପାରିଲେ ରାଷ୍ଟ୍ରର ବିକାଶଧାରାରେ ଭାଗିଦାର ହୋଇପାରିବେ ଓ ସାମାଜିକ ନ୍ୟାୟ ମିଳିପାରିବ ବୋଲି ମତ ଦେଇଥିଲେ। ସହିଭଳି ମୁଖ୍ୟ ବକ୍ତା ଭାବରେ କଳାହାଣ୍ଡି ବିଶ୍ୱ ବିଦ୍ୟାଳୟ ର ରାଜନୀତି ବିଜ୍ଞାନ ଅଧ୍ୟାପକ ମହେଶ୍ୱର ଦୁରିଆ ଯୋଗଦାନ କରି ସମ୍ବିଧାନ ର ମୌଳିକ ଅଧିକାର, କର୍ତବ୍ୟ ଓ ଡ଼ଃ ବାବା ସାହେବ ଆମ୍ବେଦକର ଙ୍କ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ଆଇନଜୀବି ସାମ୍ମୁଖ୍ୟ ର ଜିଲ୍ଲା ଆବାହକ ସୁଧୀର ପଟ୍ଟନାୟକ ସଭା ପରିଚାଳନା କରିବା ସହିତ ଦେଶରେ ପ୍ରଥମକରି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଇନଜୀବୀ ସାମୁଖ୍ୟ ର ଗଠନ କରିଥିବାରୁ ତାଙ୍କୁ କୃତଜ୍ଞତା ଜଣାଇବା ସହ ଡ଼ଃ ବାବାସାହେବ ଆମ୍ବେଦକର ଙ୍କ ଭାରତ ସମ୍ବିଧାନ କୁ ଦେଇଥିବା ଅବଦାନ ପାଇଁ ସୃତି ଚାରଣ କରିଥିଲେ। ଆଇନଜୀବୀ ସାମ୍ମୁଖ୍ୟର ଜିଲ୍ଲା ସଂଯୋଜକ ଯଶୋବନ୍ତ ନାଏକ ଧନ୍ୟବାଦ ଅଭିଭାଷଣ ଦେବା ସହିତ ଏହି ସାମ୍ମୁଖ୍ୟ ଆଗକୁ କିପରି ଗ୍ରାମାଞ୍ଚଳରେ ପହଂଚି ପାରିବ ଲୋକଙ୍କୁ ସହଯୋଗ କରିପାରିବ ସେ ଉପରେ କହିଥିଲେ । ଅନ୍ୟାନ୍ୟ ଖବର ପଢନ୍ତୁ ବିଜେପି ର ସେବା ସପ୍ତାହ ଅବସରରେ କୋକସରା ଠାରେ ସ୍ବେଚ୍ଛାକୃତ ରକ୍ତଦାନ… Sep 18, 2025 କୁସୁମଖୁଣ୍ଟି ସ୍କୁଲରେ ୬୫ ତମ ପ୍ରତିଷ୍ଠା ଦିବସ ପାଳିତ Sep 1, 2025 କଳାହାଣ୍ଡି ରୁ ବୁଦ୍ଧେଶ୍ୱର ଚୌଧୁରୀ ଙ୍କ ରିପୋର୍ଟ କୋଶଲ ନ୍ୟୁଜ୍ । 0 29 Share FacebookTwitterWhatsAppEmailFacebook MessengerTelegramPrint